Advertisment

ପୂର୍ବତନ ପୁଲିସ୍‌ ଅଫିସର ଓ ପତ୍ନୀଙ୍କ ଉପରକୁ ଆଖି ବୁଜା ଗୁଳି ମାଡ଼

ଜମ୍ମୁ:  କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି କାଶ୍ମୀର ଉପତ୍ୟକା। ରକ୍ତମୁଖା ହୋଇ ବର୍ବରତାର ସବୁ ସୀମା ଟପିଛନ୍ତି  ଆତଙ୍କବାଦୀ । ଗତକାଲି ଜଣେ ପୂର୍ବତନ ପୁଲିସ୍‌ ଅଧିକାରୀଙ୍କ ଘରେ ପଶି ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି।। କଶ୍ମୀର ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ପୁଲଓ୍ୱାମା ଜିଲ୍ଲା ଅୱନ୍ତିପୁରାର ହରିପରିଗାମରେ ରାଜ୍ୟ ପୁଲିସ୍‌ର ପୂର୍ବତନ ସ୍ପେଶାଲ ଅଫିସର୍ ଫୈୟାଜ ଅହମ୍ମଦଙ୍କ ଘରେ ଗତକାଲି ଆତଙ୍କବାଦୀମାନେ ଧସେଇ ପଶିଥିଲେ। ଏହାପରେ […]

ଅଦ୍ୟତନ ହୋଇଛି
ପୂର୍ବତନ ପୁଲିସ୍‌ ଅଫିସର ଓ ପତ୍ନୀଙ୍କ ଉପରକୁ ଆଖି ବୁଜା ଗୁଳି ମାଡ଼

attack

Advertisment

ଜମ୍ମୁ:  କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି କାଶ୍ମୀର ଉପତ୍ୟକା। ରକ୍ତମୁଖା ହୋଇ ବର୍ବରତାର ସବୁ ସୀମା ଟପିଛନ୍ତି  ଆତଙ୍କବାଦୀ । ଗତକାଲି ଜଣେ ପୂର୍ବତନ ପୁଲିସ୍‌ ଅଧିକାରୀଙ୍କ ଘରେ ପଶି ଅତି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି।।

Advertisment

କଶ୍ମୀର ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ,  ପୁଲଓ୍ୱାମା ଜିଲ୍ଲା ଅୱନ୍ତିପୁରାର ହରିପରିଗାମରେ ରାଜ୍ୟ ପୁଲିସ୍‌ର ପୂର୍ବତନ ସ୍ପେଶାଲ ଅଫିସର୍ ଫୈୟାଜ ଅହମ୍ମଦଙ୍କ ଘରେ ଗତକାଲି ଆତଙ୍କବାଦୀମାନେ ଧସେଇ ପଶିଥିଲେ। ଏହାପରେ ସେମାନେ ଫୈୟାଜ ଅହମ୍ମଦ ତାଙ୍କ ପତ୍ନୀ ଓ ଝିଅଙ୍କ ଉପରକୁ ଆଖି ବୁଜା ଗୁଳି କରିଥିଲେ । ଏଥିରେ ପୈୟାଜ, ପତ୍ନୀ ରଜା ବେଗମ ଓ ଝିଅ ଗୁରୁତର ହୋଇଥିଲେ ।

ଫୈୟାଜ ଓ ରଜାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ  ଉଭୟଙ୍କ ମୃତ୍ୟୁ ହୋଇଥିଲା।  ଝିଅ ଏବେ ବି ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ସଂପୃକ୍ତ ଆତଙ୍କବାଦୀଙ୍କୁ ଧରିବା ଲାଗି କାଶ୍ମୀର ପୁଲିସ୍‌ ପକ୍ଷରୁ ତନାଘନା ଜାରି ରହିଛି। ଏପରିକି ଘଟଣାସ୍ଥଳର ଆଖପାଖ ଅଞ୍ଚଳକୁ କର୍ଡନ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

Advertisment
Jammu Kashmir Terrorist Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe