Advertisment

ନିଯୁକ୍ତିର ୭ ମାସ ପରେ ଏଫଟିଆଇଆଇର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଗଜେନ୍ଦ୍ର ଚୌହାନ୍

ମୁମ୍ୱାଇ: ଟିଭି ଅଭିନେତା ଗଜେନ୍ଦ୍ର ଚୌହାନ ଗୁରୁବାର ଭାରତୀୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ସଂସ୍ଥାନ (ଏଫଟିଆଇଆଇ)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଯୁକ୍ତି ପାଇବାର ୭ ମାସ ପରେ ସେ ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ସେ କାର୍ଯ୍ୟଭାର ଗ୍ରହଣ କରି ଥିଲେ। ତାଙ୍କ ନିଯୁକ୍ତିକୁ ଛାତ୍ରଛାତ୍ରୀମାନେ ବିରୋଧ କରି ଆସୁଛନ୍ତି। ଗତକାଲି ଅନୁଷ୍ଠାନର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ନୋଟିସ୍ ଜାରି କରି ଥିଲା ଓ କୌଣସି ପ୍ରକାର […]

ନିଯୁକ୍ତିର ୭ ମାସ ପରେ ଏଫଟିଆଇଆଇର ଅଧ୍ୟକ୍ଷ ଦାୟିତ୍ୱ ନେଲେ ଗଜେନ୍ଦ୍ର ଚୌହାନ୍

gajendrachauhan

Advertisment

ମୁମ୍ୱାଇ: ଟିଭି ଅଭିନେତା ଗଜେନ୍ଦ୍ର ଚୌହାନ ଗୁରୁବାର ଭାରତୀୟ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ସଂସ୍ଥାନ (ଏଫଟିଆଇଆଇ)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଯୁକ୍ତି ପାଇବାର ୭ ମାସ ପରେ ସେ ଆଜି ଦାୟିତ୍ୱଭାର ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ସେ କାର୍ଯ୍ୟଭାର ଗ୍ରହଣ କରି ଥିଲେ। ତାଙ୍କ ନିଯୁକ୍ତିକୁ ଛାତ୍ରଛାତ୍ରୀମାନେ ବିରୋଧ କରି ଆସୁଛନ୍ତି। ଗତକାଲି ଅନୁଷ୍ଠାନର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ପୋଲିସ୍ ନୋଟିସ୍ ଜାରି କରି ଥିଲା ଓ କୌଣସି ପ୍ରକାର ବିଶୃଙ୍ଖଳା କଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତବାନୀ ଦେଇଥିଲା।

Advertisment

ସୂଚନାଯୋଗ୍ୟ, ଗଜେନ୍ଦ୍ରଙ୍କ ନିଯୁକ୍ତିକୁ ବିରୋଧ କରି ଏଫଟିଆଇଆଇର ଛାତ୍ରଛାତ୍ରୀମାନେ  ଗତ ବର୍ଷ ଜୁନ୍ ୧୨ତାରିଖ ଠାରୁ ଆରମ୍ଭ କରି ଅକ୍ଟୋବର ୨୮ ତାରିଖ ଯାଏଁ ହରତାଳ କରିଥିଲେ। ହରତାଳ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ କ୍ଲାସ ଯିବା ଆରମ୍ଭ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe