Advertisment

ଗଜେନ୍ଦ୍ରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକା ଯାଇଥିଲା

ନୂଆଦିଲ୍ଲୀ: ଗତ ସପ୍ତାହରେ ଆପ୍ ରାଲିରେ ଯୁବ ଚାଷୀଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଘଟଣା ଦିନ ଗଜେନ୍ଦ୍ର ସିଂହଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକା ଯାଇଥିଲା ବୋଲି ଦିଲ୍ଲୀ ପୁଲିସ ଆଗରେ ଦୁଇ ଜଣ ଲୋକ ସାକ୍ଷୀ ଦେଇଛନ୍ତି। ରାଲିରେ ଉପସ୍ଥିତ କେତେକ ଲୋକ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ ବୋଲି ଏହି ଦୁଇ ବ୍ୟକ୍ତି କହିଛନ୍ତି। ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ବିଲ ବିରୁଦ୍ଧରେ […]

ଗଜେନ୍ଦ୍ରଙ୍କୁ ଆତ୍ମହତ୍ୟା କରିବାକୁ ଉସୁକା ଯାଇଥିଲା

farmergajendra

Advertisment

ନୂଆଦିଲ୍ଲୀ: ଗତ ସପ୍ତାହରେ ଆପ୍ ରାଲିରେ ଯୁବ ଚାଷୀଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସାମ୍ନାକୁ ଆସିଛି। ଘଟଣା ଦିନ ଗଜେନ୍ଦ୍ର ସିଂହଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକା ଯାଇଥିଲା ବୋଲି ଦିଲ୍ଲୀ ପୁଲିସ ଆଗରେ ଦୁଇ ଜଣ ଲୋକ ସାକ୍ଷୀ ଦେଇଛନ୍ତି। ରାଲିରେ ଉପସ୍ଥିତ କେତେକ ଲୋକ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ଉତ୍ସାହିତ କରିଥିଲେ ବୋଲି ଏହି ଦୁଇ ବ୍ୟକ୍ତି କହିଛନ୍ତି।

Advertisment

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣ ବିଲ ବିରୁଦ୍ଧରେ ଆପ ପକ୍ଷରୁ ଆୟୋଜିତ ଏହି ରାଲିରେ ଅରବିନ୍ଦ କେଜ୍ରିୱାଲ ଓ ଦଳର ସମସ୍ତ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଯୁବ ଚାଷୀ ଗଜେନ୍ଦ୍ର ନିକଟସ୍ଥ ଏକ ନିମ୍ବ ଗଛରେ ଚଢ଼ି ଆତ୍ମହତ୍ୟା କରିଥିଲେ। ଏ ମାମଲାରେ ଆପ ନେତାଏ ଦିଲ୍ଲୀ ପୁଲିସର ଅବହେଳାକୁ ଦାୟୀ କରୁଥିବା ବେଳେ ଦିଲ୍ଲୀ ପୁଲିସ୍ ଆପକୁ ଦାୟୀ କରି ଆସୁଛି। ସେହିଭଳି କଂଗ୍ରେସ ଓ ବିଜେପି ପକ୍ଷରୁ ଆପକୁ ଦାୟୀ କରାଯାଇଥିବା ବେଳେ ଗଜେନ୍ଦ୍ରଙ୍କ ପରିବାର ଲୋକେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସହିତ ବରାବର ଗଜେନ୍ଦ୍ର ଯୋଗାଯୋଗରେ ରହିଥିଲେ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏପରିକି ରାଲିରେ ଯୋଗ ଦେବାର କିଛି ସମୟ ପୂର୍ବରୁ ସେ ମନୀଷ ସିସୋଦିଆଙ୍କୁ ଭେଟିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe