Advertisment

୫୦ ହଜାର ଟପିଲା ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଗତ କିଛିଦିନ ହେଲା ସୁନା ଦର ବଢ଼ି ବଢ଼ି ଚାଲିଛି। ଗୁରୁବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ଦର ବୃଦ୍ଧି ପାଇ ୫୦,୦୦୦ ଟଙ୍କାରେ ପହଞ୍ଚିଛି। ଲଣ୍ଡନ, ନ୍ୟୁୟର୍କ ଏବଂ ସ୍ୱିଜରଲ୍ୟାଣ୍ଡ ବଜାରରେ ସୁନାର ଚାହିଦା ବୃଦ୍ଧି ପାଉଥିବାରୁ ଦର ବୃଦ୍ଧି ହେଉଛି। ସୁରକ୍ଷିତ ସମ୍ପତ୍ତି ଭାବେ ସୁନାର ଚାହିଦା ବଢ଼ି ବଢ଼ି ଚାଲିଥିବାରୁ ସୁନା ଦର ୧୦ ଗ୍ରାମ ପିଛା ୫୦,୪୦୫ ଟଙ୍କା ବୃଦ୍ଧି ପାଇଛି। ତେବେ ସାମ୍ପ୍ରତିକ ସମୟରେ […]

ଅଦ୍ୟତନ ହୋଇଛି
୫୦ ହଜାର ଟପିଲା ସୁନା ଦର

gold-rate

Advertisment

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଗତ କିଛିଦିନ ହେଲା ସୁନା ଦର ବଢ଼ି ବଢ଼ି ଚାଲିଛି। ଗୁରୁବାର ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ଦର ବୃଦ୍ଧି ପାଇ ୫୦,୦୦୦ ଟଙ୍କାରେ ପହଞ୍ଚିଛି। ଲଣ୍ଡନ, ନ୍ୟୁୟର୍କ ଏବଂ ସ୍ୱିଜରଲ୍ୟାଣ୍ଡ ବଜାରରେ ସୁନାର ଚାହିଦା ବୃଦ୍ଧି ପାଉଥିବାରୁ ଦର ବୃଦ୍ଧି ହେଉଛି।

Advertisment

ସୁରକ୍ଷିତ ସମ୍ପତ୍ତି ଭାବେ ସୁନାର ଚାହିଦା ବଢ଼ି ବଢ଼ି ଚାଲିଥିବାରୁ ସୁନା ଦର ୧୦ ଗ୍ରାମ ପିଛା ୫୦,୪୦୫ ଟଙ୍କା ବୃଦ୍ଧି ପାଇଛି। ତେବେ ସାମ୍ପ୍ରତିକ ସମୟରେ ଲଣ୍ଡନ, ନ୍ୟୁୟର୍କ ଏବଂ ସ୍ୱିଜରଲ୍ୟାଣ୍ଡର ବଜାରରେ ସୁନା ବିତରଣ ଲାଗି ଜୋରଦାର ଡିମାଣ୍ଡ ହେଉଛି। ଏଭଳି ସ୍ଥିତିରେ ସୁନା ଦର କ୍ରମାଗତ ବଢ଼ିବାରେ ଲାଗିଛି।

ଏନେଇ ମୂଲ୍ୟବାନ ଧାତୁ ବିଶେଷଜ୍ଞ ରୋନାନ୍ ମାନଲି ନିଜ ବ୍ଲଗରେ କହିଛନ୍ତି ଯେ, ଲଣ୍ଡନ ଏବଂ ନ୍ୟୁୟର୍କ ବଜାର ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଚଏସବିସି ଭଳି ବୁଲିୟନ୍ ବ୍ୟାଙ୍କଗୁଡ଼ିକରେ ସାଂଘାତିକ ବାଣିଜ୍ୟିକ କ୍ଷତି ହୋଇଛି। ସୁନା ସୁଦ୍ଧ ହାର ବୃଦ୍ଧି ପାଇବାରେ ଲାଗିଛି। ବୁଲିୟନ୍ ବ୍ୟାଙ୍କଗୁଡ଼ିକ ଫିଜିକାଲ ଗୋଲ୍ଡ ସୁରକ୍ଷିତ କରିବାକୁ ପ୍ରଚେଷ୍ଟା କରୁଛନ୍ତି। COMEX ସୁନାର ଓପେନ୍ ଇଣ୍ଟ୍ରେଷ୍ଟ (ଓଆଇ) ବହୁତ କ୍ଷତି ଘଟିଛି। ମାତ୍ରାଧିକ ସଂଖ୍ୟକ ଗୋଲ୍ଡ ବାର ସ୍ୱିଜରଲ୍ୟାଣ୍ଡରୁ ନ୍ୟୁୟର୍କକୁ ରପ୍ତାନୀ ହେଉଛି ବୋଲି ସେ କହିଛନ୍ତି।

Advertisment

ବିଶେଷଜ୍ଞମାନଙ୍କ ଅନୁସାରେ, ବିଶ୍ୱ ସ୍ତରରେ ନୂତନ କୋଭିଡ୍-୧୯ ମାମଲା ଯୋଗୁ ସୁନା ଦର ବଢ଼ି ବଢ଼ି ଚାଲିଛି। ଏହା ପରେ ଶୀଘ୍ର ବିଶ୍ୱର ଆର୍ଥିକ ପୁନରୁଦ୍ଧାର ହୋଇପାରିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ହ୍ରାସ ହୋଇଥିବା ମଧ୍ୟ ଦେଶରେ ବର୍ଦ୍ଧିତ ସୁନା ଦର ପଛରେ ଆଉ ଏକ ମୁଖ୍ୟ କାରଣ। ଗତ ୧ ବର୍ଷ ମଧ୍ୟରେ ସୁନା ଦର ୧୫ ପ୍ରତିଶତରୁ (ଓ୍ୱାଟିଡି) ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇଛି। କରୋନା ଟୀକା ନ ଆସିବା ପର‌୍ୟ୍ୟନ୍ତ ଓ ସଂକ୍ରମଣ ନିୟନ୍ତ୍ରଣ ନ ହେବା ଯାଏଁ ସୁନା ଉପରେ ସମସ୍ତ ଧ୍ୟାନ ଓ ଚାହିଦା ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe