Advertisment

ଶସ୍ତା ହେବ ଖାଇବା ତେଲ, ଆଜିଠୁ ଶୁଳ୍କମୁକ୍ତ ଆମଦାନୀ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ଯୋଗୁ ବିଗିଡ଼ି ଯାଉଛି ଘରର ବଜେଟ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିବା କେନ୍ଦ୍ର ସରକାର ଏବେ ଖାଇବା ତେଲ ଦରକୁ କମାଇବାକୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ […]

author-image
Niharika Rout
ଅଦ୍ୟତନ ହୋଇଛି
ଶସ୍ତା ହେବ ଖାଇବା ତେଲ, ଆଜିଠୁ ଶୁଳ୍କମୁକ୍ତ ଆମଦାନୀ

edible-oil

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରେ ଅତିଷ୍ଠ ହେଲେଣି ସାଧାରଣ ଲୋକ। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶ ଛୁଆଁ ଦର ଯୋଗୁ ବିଗିଡ଼ି ଯାଉଛି ଘରର ବଜେଟ। ଏହାକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି। କିଛି ଦିନ ପୂର୍ବେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଥିବା କେନ୍ଦ୍ର ସରକାର ଏବେ ଖାଇବା ତେଲ ଦରକୁ କମାଇବାକୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ଭାରତୀୟ ବଜାରରେ ଶସ୍ତା ହେବ ସୋୟାବିନ୍ ଓ ସୂର୍ଯ୍ୟମୁଖି ତେଲ।

Advertisment

ବାର୍ଷିକ ୨୦ ଲକ୍ଷ ମେଟ୍ରିକ ଟନ ଲେଖାଏ ଅଶୋଧିତ ସୋୟାବିନ ଓ ସୂର୍ଯ୍ୟମୁଖି ତେଲ ଉପରୁ ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ୨୦୨୪ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ। ଖାଇବା ତେଲର ଅହେତୁକ ଦାମ୍ ବୃଦ୍ଧିକୁ ଦେଖି କେନ୍ଦ୍ର ଟିକସ ଛାଡ଼ ପାଇଁ ନିଷ୍ପତ୍ତି ନେଇଛି।

ୟୁକ୍ରେନ ଏବଂ ରୁଷିଆରୁ ଭାରତ ନିଜ ଆବଶ୍ୟକତାର ପ୍ରାୟ ୯୦% ତେଲ ଆମଦାନୀ କରିଥାଏ। ରୁଷ-ୟୁକ୍ରେନ୍ ଯୁଦ୍ଧ ପାଇଁ ଗତ ଦୁଇମାସ ଧରି ଭାରତୀୟ କମ୍ପାନୀ ସୂର୍ଯ୍ୟମୁଖୀ ତେଲ ଆମଦାନୀ କରିବା ପାଇଁ ନୂତନ ଦେଶ ଏବଂ ବଜାର ଖୋଜୁଥିଲେ। ଯୁଦ୍ଧ ଯୋଗୁ ଖାଇବା ତେଲ ଆମଦାନୀ ପ୍ରଭାବିତ ହୋଇଥିବାରୁ ଦର ବଢ଼ି ଲୋକଙ୍କୁ ଅତିଷ୍ଠ କରିଛି। ହେଲେ ଏବେ ସେଥିରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆଶା ସଞ୍ଚାର ହୋଇଛି।

Advertisment

୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ବାର୍ଷିକ ୨୦ ନିୟୁତ ଟନ୍ ଲେଖାଏ ଅଶୋଧିତ ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଏବଂ କୃଷି ଭିତ୍ତିଭୂମି ସେସ୍ ହଟାଇବାକୁ ସରକାର ଘୋଷଣା କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା  ଜାରି ବିଜ୍ଞପ୍ତି ଅନୁଯାୟୀ ୨୦୨୨-୨୩ ଏବଂ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ବାର୍ଷିକ ୨୦ ଲକ୍ଷ ଟନ୍ ଲେଖାଏ ଅଶୋଧିତ ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ଆମଦାନୀ ଶୁଳ୍କ ଲାଗୁ ହେବ ନାହିଁ। ଅର୍ଥ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି  ଆଜିଠୁ କାର୍ଯ୍ୟକାରୀ ହେବ।

ଆମଦାନୀ ଶୁଳ୍କରେ ଏହି ଛାଡ଼ ଦ୍ୱାରା ଘରୋଇ ବଜାରରେ ମୂଲ୍ୟ ହ୍ରାସ ପାଇବ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସହାୟକ ହେବ। କେନ୍ଦ୍ରୀୟ ବୋର୍ଡ ଅଫ୍ ପରୋକ୍ଷ ଟ୍ୟାକ୍ସ ଆଣ୍ଡ କଷ୍ଟମ୍ସ (ସିବିଆଇସି) ଏକ ଟୁଇଟ୍‌ରେ ଲେଖିଛି ଯେ ଏହି ନିଷ୍ପତ୍ତି ଗ୍ରାହକଙ୍କୁ ବେଶ୍‌ ଆଶ୍ୱସ୍ତି ପ୍ରଦାନ କରିବ।

ଅର୍ଥ ମନ୍ତ୍ରଣାଳୟର କହିବାନୁସାରେ, ଏହି ନିଷ୍ପତ୍ତି ଯୋଗୁ ଅନ୍ତର୍ଜାତୀୟ ବଜାରରୁ ଅଶୋଧିତ ସୋୟାବିନ୍ ତେଲ ଏବଂ ଅଶୋଧିତ ସୂର୍ଯ୍ୟମୁଖୀ  ତେଲ ଆମଦାନୀ କରିବା ସମ୍ଭବପର ହେବ। ଏହା ମୂଲ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ଏହାପୂର୍ବରୁ ସୋମବାର  ଇଣ୍ଡୋନେସିଆ ସରକାର ପାମୋଲିନ ତେଲ ରପ୍ତାନି ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଏହା ପରେ ଭାରତର ଅନେକ ସହରରେ ପାମୋଲିନ  ତେଲର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି ।

ସାଲଭେଟ ଏକ୍ସଟ୍ରାକ୍ଟର୍ସ ଅଫ୍ ଇଣ୍ଡିଆ (SEA)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଭି ମେହେଟ୍ଟା କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ସୋୟାବିନ ତେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ହ୍ରାସ ପାଇବ। ସରକାର ୨୦ ଲକ୍ଷ ଟନ୍ ଲେଖାଏ ଅଶୋଧିତ ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ପାଇଁ ଡ୍ୟୁଟି ରେଟ୍ କୋଟା (TRQ) ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ମେହେଟ୍ଟା କହିଛନ୍ତି ଯେ TRQ ଅଧୀନରେ କଷ୍ଟମ୍ସ ଡ୍ୟୁଟି ଏବଂ କୃଷି ଭିତ୍ତିଭୂମି ଟିକସ ୫.୫ ପ୍ରତିଶତ ହଟାଯିବ।

Price Drop