Advertisment

ଘୋଷଣା ହେଲା ପଦ୍ମ ପୁରସ୍କାର: ଓଡ଼ିଶାରୁ ୩ ଓ ଗୀତା ମେହେଟାଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ୨୧ ଜଣ ମହିଳା ଥିବା ବେଳେ ୧୧ ଜଣ ବିଦେଶୀ ନାଗରିକ, ଜଣେ ଟ୍ରାନ୍ସ ଜେଣ୍ଡର ଅଛନ୍ତି। ସେହିପରି ୩ ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଜନକ ବେସାମରିକ […]

ଅଦ୍ୟତନ ହୋଇଛି
ଘୋଷଣା ହେଲା ପଦ୍ମ ପୁରସ୍କାର: ଓଡ଼ିଶାରୁ ୩ ଓ ଗୀତା ମେହେଟାଙ୍କୁ ପଦ୍ମଶ୍ରୀ

g

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ଚଳିତ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୪ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Advertisment

ଏଥିରେ ୨୧ ଜଣ ମହିଳା ଥିବା ବେଳେ ୧୧ ଜଣ ବିଦେଶୀ ନାଗରିକ, ଜଣେ ଟ୍ରାନ୍ସ ଜେଣ୍ଡର ଅଛନ୍ତି। ସେହିପରି ୩ ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଜନକ ବେସାମରିକ ପୁରସ୍କାର ପ୍ରଦାନ କରାଯିବ।

ଚଳିତ ବର୍ଷ ପଦ୍ମଶ୍ରୀ ତାଲିକାରେ ୩ଜଣ ଓଡ଼ିଆ ରହିଛନ୍ତି। ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି.ପ୍ରକାଶ ରାଓ। ଏମାନଙ୍କ ବ୍ୟତୀତ ପ୍ରବାସୀ ଭାରତୀୟ ତଥା ବିଶିଷ୍ଟ ଲେଖକ ଗୀତା ମେହେଟାଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟ ଅନୁସାରେ, ଦୈତାରୀ ନାଏକଙ୍କୁ ସମାଜସେବା, କମଳା ପୂଜାରୀଙ୍କୁ କୃଷି ଏବଂ ଡି. ପ୍ରକାଶ ରାଓଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟା(ଆମେରିକା)ଙ୍କୁ ସାହିତ୍ୟ ଓ ଶିକ୍ଷା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେ ପ୍ରବାସୀ ଭାରତୀୟ ଭାବେ ଏହି ପଦ୍ମଶ୍ରୀ ସମ୍ମାନ ପାଇବେ।

ଚଳିତ ବର୍ଷ ଛତିଶଗଡ଼ରୁ ଲୋକକଳା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତିଜନ ବାଈ, ସାଧାରଣ ବ୍ୟାପାର ପାଇଁ ଇସ୍‌ମାଇଲ୍ ଉମର ଗୁଲ୍ଲେଆ(ବିଦେଶୀ), ବାଣିଜ୍ୟ ଓ ଶିଳ୍ପ ଭିତ୍ତିଭୂମି ବିକାଶ ପାଇଁ ଅନୀଲ କୁମାର ମଣିଭାଇ ନାଏକ(ମହାରାଷ୍ଟ୍ର) ଏବଂ କଳା- ଅଭିନୟ-ନାଟକ ପାଇଁ ବଲବନ୍ତ ମୋରେଶ୍ୱର ପୂରେନ୍ଦ୍ର(ମହାରାଷ୍ଟ୍ର)ଙ୍କୁ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯିବ।

ଏମାନଙ୍କ ବ୍ୟତୀତ କ୍ରିକେଟ୍‌ର ଗୌତମ ଗମ୍ଭୀର, ଫୁଟବଲର ସୁନୀଲ ଛେତ୍ରୀ, କୋରିଅଗ୍ରାଫର ପ୍ରଭୁ ଦେବା, ବଜରଙ୍ଗ ପୁନିଆ(ରେସଲର), ମନୋଜ ବାଜପେୟୀ(ଅଭିନେତା), ଶଙ୍କର ମାଧବନ ନାରାୟଣ(କଳା ଓ ସଂଗୀତ) ଓ ଅଭିନେତା କାଦର ଖାନ୍(ମରଣୋତ୍ତର)ଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ।

ଚଳିତ ବର୍ଷ ୫୦ ହଜାର ବ୍ୟକ୍ତିଙ୍କ ନାଁ ପଦ୍ମଶ୍ରୀ ସମ୍ମାନ ପାଇଁ ବିଭିନ୍ନ ରାଜ୍ୟରୁ ପଠାଯାଇଥିଲା। ତେବେ ଏମାନଙ୍କ ମଧ୍ୟରୁ ୧୧୨ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe