Advertisment

ଚାଇନାକୁ ଚେକ୍‌ ଦେବ ଭାରତ, ସୀମା ଶୁଳ୍କ ବୃଦ୍ଧି କରିବାକୁ ଯୋଜନା

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ଏଲଏସି ତିକ୍ତତା ଏବେ ଦେଶର ଅର୍ଥନୀତିକ କରିଡର ଉପରକୁ ଚାଲି ଆସିଛି। ଚାଇନାକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ଓ ଲୋକଙ୍କ ମଧ୍ୟରେ ଚାଇନା ଦ୍ରବ୍ୟର ଚାହିଦାକୁ ହ୍ରାସ କରାଇବା ପାଇଁ ଭାରତ ସରକାର ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି। ଏକାଧିକ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଚାର ଆରମ୍ଭ କରିଛି। ବାଣିଜ୍ୟିକ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ ମିଳିତ […]

author-image
Hemant Lenka
ଅଦ୍ୟତନ ହୋଇଛି
ଚାଇନାକୁ ଚେକ୍‌ ଦେବ ଭାରତ, ସୀମା ଶୁଳ୍କ ବୃଦ୍ଧି କରିବାକୁ ଯୋଜନା

ଲୋକମାନେ ଚାଇନା ଦ୍ରବ୍ୟକୁ ପୋଡ଼ିବାରେ ଲାଗିଛନ୍ତି

ନୂଆଦିଲ୍ଲୀ: ଚାଇନା ସହ ସୃଷ୍ଟି ହୋଇଥିବା ଏଲଏସି ତିକ୍ତତା ଏବେ ଦେଶର ଅର୍ଥନୀତିକ କରିଡର ଉପରକୁ ଚାଲି ଆସିଛି। ଚାଇନାକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ଓ ଲୋକଙ୍କ ମଧ୍ୟରେ ଚାଇନା ଦ୍ରବ୍ୟର ଚାହିଦାକୁ ହ୍ରାସ କରାଇବା ପାଇଁ ଭାରତ ସରକାର ନୂଆ ରଣନୀତି ଆପଣାଇବାକୁ ଯାଉଛନ୍ତି।

Advertisment

ଏକାଧିକ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟ ବିଚାର ଆରମ୍ଭ କରିଛି। ବାଣିଜ୍ୟିକ ମନ୍ତ୍ରଣାଳୟ ଓ ଅର୍ଥ ମନ୍ତ୍ରଣାଳୟ ଏହା ଉପରେ ମିଳିତ ଭାବେ ଆଲୋଚନା କରି ଚାଇନାରୁ ଭାରତକୁ ଆମଦାନୀ ହେଉଥିବା ଦ୍ରବ୍ୟ ଗୁଡ଼ିକ ଉପରେ କେତେ ପରିମାଣର ସୀମା ଶିଳ୍କ ଲାଗୁ କରାଯିବ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ଅବଶ୍ୟ ଏଯାଏ କିଛି ବି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ନଥିଲେ ହେଁ ଚାଇନାରୁ ଆସୁଥିବା ଅଣ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଲଗାମ ଲଗାଇବାକୁ ଯୋଜନା ଚାଲିଛି। ଭାରତ ପଡ଼ୋଶୀ ଚାଇନା ଠାରୁ ପ୍ରାୟ ୧୪% ଜିନିଷ ଆମଦାନୀ କରୁଛି। ଏହାକୁ ଆହୁରି ହ୍ରାସ କରିବାକୁ ଯୋଜନା ହେଉଛି। ଏପ୍ରିଲ ୨୦୧୯ରୁ ଫେବୃଆରୀ ୨୦୨୦ ମଧ୍ୟରେ ଚାଇନା ଠାରୁ ଭାରତ ୧୫.୫ ବିଲିୟନ ଡଲାର ମୂଲ୍ୟର ଜିନିଷ ଆଣିଛି।

Advertisment

ସେହିପରି ଚାଇନାରୁ ହାତ ଘଣ୍ଟା, ବୈଦ୍ୟୁତିକ ଉପକରଣ, ଫର୍ଣ୍ଣିଚର, କଣ୍ଢେଇ, କାନ୍ଥ ଘଣ୍ଟା, ମ୍ୟୁଜିକାଲ ଇନ୍‌ଷ୍ଟ୍ର୍ୟୁମେଣ୍ଟ, କ୍ରୀଡ଼ା ସାମଗ୍ରୀ, ମ୍ୟାଟ୍ରେସ, ପ୍ଲାଷ୍ଟିକ ସାମଗ୍ରୀ, ଆଇରନ, ଷ୍ଟିଲ ଓ ମେଟାଲ ଆଇଟମ ଅଧିକ ପରିମାଣର ଭାରତକୁ ଆସୁଛି। ଏଗୁଡ଼ିକ ଲୋକମାନେ ବି ବହୁଳ ଭାବେ ବ୍ୟବହାର କରୁଛନ୍ତି। ଏହାଦ୍ୱାରା ଚାଇନା ସିଧାସଳଖ ଭାରତୀୟ ବଜାରକୁ କବଜା କରି ନିଜର ଅର୍ଥନୀତିକୁ ବୃଦ୍ଧି କରୁଛି।

ଏବେ ଭାରତ ସରକାର ଏହି ସବୁ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରି ଏହାର ବଜାର ଦର ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏପରି ହେଲେ ଭାରତୀୟମାନେ ଅଧିକ ଦାମ ଦେଇ ଏସବୁ ସାମଗ୍ରୀ କିଣିବେ ନାହିଁ ବୋଲି ସରକାର ଚିନ୍ତା କରିଛନ୍ତି। ସେହିପରି ମେକ ଇନ୍‌ ଇଣ୍ଡିଆ ପ୍ରକଡକ୍ଟକୁ ଲୋକଙ୍କ ପାଖରେ ଅଧିକ ସଂଖ୍ୟାରେ ପହଞ୍ଚାଇବା ପାଇଁ ସରକାର ସୁଯୋଗ ମଧ୍ୟ ପାଇବେ।

ଲଦାଖ ସଂଘର୍ଷ ପରେ ସମଗ୍ର ଭାରତରେ ଚାଇନା ଜିନିଷକୁ ବୟକଟ କରିବାକୁ ଦାବି ଜୋରଦାର ହୋଇଛି। ବିଭିନ୍ନ ସ୍ଥାନରେ ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଚାଇନା ଦ୍ରବ୍ୟକୁ ପୋଡ଼ିବାରେ ଲାଗିଛନ୍ତି। ଏପରି ସ୍ଥିତିରେ ସରକାର ମଧ୍ୟ ବଡ଼ ପଦକ୍ଷେପ ନେବାକୁ ଚିନ୍ତା କରୁଥିବା ଜଣାପଡ଼ିଛି।

China India-China Clash India-china Border Tension