ବାହାଘର ପୂର୍ବରୁ ବର ଫେରାର, ପ୍ରେମିକା ନୁହେଁ ପ୍ରେମିକଙ୍କୁ ନେଇ ଚମ୍ପଟ୍‌

ହରିୟାଣା(ଓଡ଼ିଶା ରିପୋର୍ଟର):  ହରିୟାଣାର ଯମୁନାନଗରରେ ଏକ ଅଜବ ଘଟଣା ଘଟିଛି। ଏହି ଗ୍ରାମର ଜଣେ ଯୁବକ ବିବାହ ପୂର୍ବରୁ କନ୍ୟାକୁ ଛାଡ଼ି ଆଉ ଜଣଙ୍କ ସହ ଫେରାର ହୋଇ ଯାଇଛନ୍ତି।

ହେଲେ ଯାହା ସହ ଫେରାର ହୋଇଛନ୍ତି ସିଏ କିଏ ଜାଣନ୍ତି? ଆମ ପ୍ରଶ୍ନ ଶୁଣି ଆପଣ ଭାବୁଥିବା ଇଏ ପ୍ରେମ ଜନିତ ମାମଲା। ଏଣୁ ଯୁବକ ଜଣଙ୍କ କାହାକୁ ଭଲ ପାଉଥିବେ ଆଉ ବାହାଘର ପୂର୍ବରୁ ସେହି ପ୍ରମିକାଙ୍କୁ ନେଇ ଚମ୍ପଟ ମାରିଥିବେ।

ହେଲେ ଆଜ୍ଞା, ଆପଣଙ୍କ ବିଚାର ପୂରା ଭୁଲ୍‌। ଯୁବକ ଜଣକ ପ୍ରେମିକା ନୁହେଁ ନିଜ ପ୍ରେମିକଙ୍କୁ ନେଇ ଫେରାର ହୋଇ ଯାଇଛନ୍ତି। ଏଥର ଆପଣ ଠିକ୍‌ ବୁଝି ପାରିଥିବେ।

ଏଇ ନିକଟରେ ସୁପ୍ରିମ୍‌କୋର୍ଟ ଅଙ୍କୁଶ ହଟାଇଛନ୍ତି ପରା। ତେଣୁ ବୋଧହୂଏ ଯୁବକ ଜଣକ ଏମିତି କରିବାକୁ ନିଷ୍ପତ୍ତି ନେଇଛନ୍ତି।

କଥା ଯାହା ହେଉନା କାହିଁକି ମାମଲା ଏବେ ଥାନାରେ। ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ଯେ, ଫେରାର ବରପାତ୍ର ଜଣକ ସମଲିଙ୍ଗୀ ଥିଲେ। ଅନ୍ୟ ଜଣେ  ଯୁବକଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା।

ସୂଚନାଯୋଗ୍ୟ, ଯମୁନାନଗର କାଂଶାପୁର ରୋଡସ୍ଥିତ ଏକ କଲୋନୀ ବାସିନ୍ଦା ଏହି ୨୫ ବର୍ଷୀୟ ଯୁବକଙ୍କ ବିବାହ ପଞ୍ଜାବର ମୁବାରକପୁରର ଜନୈକା ଯୁବତୀଙ୍କ ସହ ସ୍ଥିର ହୋଇଥିଲା। ଗତ ୧୧ ତାରିଖରେ ବିବାହ ହୋଇଥାନ୍ତା। କିନ୍ତୁ ବାହାଘର ପୂର୍ବଦିନ ସମ୍ପୃକ୍ତ ବର ଆଉ ଜଣେ ଯୁବକଙ୍କ ସହ ଫେରାର ହୋଇଯାଇଛନ୍ତି। ବରଙ୍କ ମା’ କହିଛନ୍ତି, ଗତ କିଛିଦିନ ହେଲା ତାଙ୍କ ପୁଅର ବିବାହକୁ ନେଇ ଘର ପାଖ ଜଣେ ନାବାଳକ ଅରାଜି ଥିଲେ। ଥରେ ଫୋନ୍‌ରେ ବିବାହ ନ କରିବା ପାଇଁ ମଧ୍ୟ ଧମକ ଦେଇଥିଲେ। ଦୁହେଁ ବାହାରେ କିଛି ମାସ ଏକାଠି ରହୁଥିଲେ। ଗତ କିଛିଦିନ ହେବ ସେମାନଙ୍କ ଚାଲିଚଳନରେ ପାର୍ଥକ୍ୟ ରହୁଥିଲା। ପୋଲିସ ଏବେ ଦୁହିଁଙ୍କୁ ଖୋଜିବା ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ପୁଲିସ୍‌ ଇନସପେକ୍ଟରଙ୍କୁ ଗୁଳି କରି ଆତଙ୍କୀଙ୍କ ହତ୍ୟା

ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ

ମଇଁଷି ଉପରେ ବସି ଆସିଲେ, ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ

ଉପମୁଖ୍ୟମନ୍ତ୍ରୀଙ୍କ ପରିବାରର ୭ ଜଣଙ୍କୁ କରୋନା, ପୁଅଙ୍କ ଅବସ୍ଥା ସାଂଘାତିକ

ବ୍ୟାନ୍‌ ପରେ ପୁଣି ଫେରିଲା ଟିକଟକ୍‌

ୟୁପି ଗୁଳିକାଣ୍ତ: ଅଭିଯୁକ୍ତଙ୍କୁ ସମର୍ଥନ କରିବାରୁ ବିଜେପି ବିଧାୟକଙ୍କୁ ନଡ୍ଡାଙ୍କ ନୋଟିସ

ପୂଜା ମଣ୍ଡପକୁ ଲୋକଙ୍କ ପାଇଁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କଲେ କୋର୍ଟ

କରୋନାର ସମ୍ଭାବ୍ୟ ଚିକିତ୍ସା ପଦ୍ଧତି ବାହାର କରିଥିବା ନାବାଳିକା ଜିତିଲେ ୨୫ ହଜାର ଡଲାର୍‌

ଗଞ୍ଜେଇ ଖାଇଲେ ଫୁସଫୁସର କ୍ଷତି କରିପାରିବ ନାହିଁ କରୋନା!

ଲଦାଖରୁ ଧରାପଡ଼ିଲେ ଚାଇନା ଯବାନ, ପ୍ରତିରକ୍ଷା ଦସ୍ତାବିଜ୍ ମିଳିଲା

ମହିଳା ମନ୍ତ୍ରୀଙ୍କୁ ଆଇଟମ କହିବା ପ୍ରସଙ୍ଗ: ଉପବାସ ସହ ଧାରଣାରେ ବସିଲେ ମୁଖ୍ୟମନ୍ତ୍ରୀ

କ୍ରିକେଟ ଆସୋସିଏସନ ସ୍କାମ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡିର ଜେରା