Advertisment

ଅଧିକ ପରିମାଣର ମଦ ନ ଦେବାରୁ ବାହାଘର ପରେ ବରକୁ ମାରିଦେଲେ ସାଙ୍ଗ

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ଗୋଟିଏ ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘର ଉତ୍ସବ ପାଇଁ ଜଣେ ଯୁବକ ତାଙ୍କ ସାଙ୍ଗ ମାନଙ୍କୁ ମଦ ଦେଇଥିଲେ। ତେବେ ସେମାନେ ଅଧିକ ପରିମାଣର ମଦ ମାଗି ନିରାଶ ହେବାରୁ ବରଙ୍କୁ ହତ୍ୟା କରିଛନ୍ତି। ବାହାଘରର କିଛି ସମୟ ପରେ ହିଁ ବରଙ୍କୁ ତାଙ୍କରି ସାଙ୍ଗମାନେ ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସ କହିଛି ଯେ ସୋମବାର ରାତିରେ ପାଲିମୁକିମ ପୁର ଗାଁରେ ଏହି ଘଟଣା ଘଟିଛି। […]

ଅଧିକ ପରିମାଣର ମଦ ନ ଦେବାରୁ ବାହାଘର ପରେ ବରକୁ ମାରିଦେଲେ ସାଙ୍ଗ

rd

Advertisment

ଆଲିଗଡ଼: ଉତ୍ତର ପ୍ରଦେଶର ଆଲିଗଡ଼ ଅନ୍ତର୍ଗତ ଗୋଟିଏ ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘର ଉତ୍ସବ ପାଇଁ ଜଣେ ଯୁବକ ତାଙ୍କ ସାଙ୍ଗ ମାନଙ୍କୁ ମଦ ଦେଇଥିଲେ। ତେବେ ସେମାନେ ଅଧିକ ପରିମାଣର ମଦ ମାଗି ନିରାଶ ହେବାରୁ ବରଙ୍କୁ ହତ୍ୟା କରିଛନ୍ତି। ବାହାଘରର କିଛି ସମୟ ପରେ ହିଁ ବରଙ୍କୁ ତାଙ୍କରି ସାଙ୍ଗମାନେ ହତ୍ୟା କରିବା ଚର୍ଚ୍ଚାର ବିଷୟ ହୋଇଛି।

Advertisment

ପୁଲିସ କହିଛି ଯେ ସୋମବାର ରାତିରେ ପାଲିମୁକିମ ପୁର ଗାଁରେ ଏହି ଘଟଣା ଘଟିଛି। ୨୮ ବର୍ଷୀୟ ବବଲୁଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ବାହାଘର ଉତ୍ସବରେ ଯୋଗଦେବାକୁ ବବଲୁ ତାଙ୍କ ସାଙ୍ଗମାନଙ୍କୁ ଡାକିଥିଲେ। ମଦ ମଧ୍ୟ ପିଇବାକୁ ଦେଇଥିଲେ। ହେଲେ ଏହା ସେମାନଙ୍କ ପାଇଁ ନିଅଣ୍ଟ ହୋଇଥିଲା।

ଫଳରେ ସେମାନେ ବବଲୁଙ୍କୁ ଅଧିକ ମଦ ମାଗିଥିଲେ। ବବଲୁ ସେମାନଙ୍କୁ ମଦ ଯୋଗାଇ ପାରିବେ ନାହିଁ ବୋଲି ଅକ୍ଷମତା ପ୍ରକାଶ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଥିଲା। ଶେଷରେ ବବଲୁଙ୍କୁ ତାଙ୍କ ସାଙ୍ଗମାନେ ଛୁରୀ ଭୁସି ଦେଇଥିଲେ।

Advertisment

ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ରାମଖିଲାଡିଙ୍କୁ ଗିରଫ କରିଛି। ସେହିପରି ଆଉ ୫ ଜଣ ଫେରାର ରହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe