Advertisment

ମାସିକ ବଦଳରେ ତିନିମାସରେ ରିଟର୍ଣ୍ଣ ଫାଇଲ କରିବେ କ୍ଷୁଦ୍ର ବ୍ୟବସାୟୀ: ଜିଏସ୍‌ଟିରେ ସଂଶୋଧନ

ନୂଆଦିଲ୍ଲୀ: ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ନେଇଛି ପଦକ୍ଷେପ। ଖାସ୍ କରି କ୍ଷୁଦ୍ର ବ୍ୟବସାୟକୁ ପ୍ରୋତ୍ସାହିତ କରିବା ଲାଗି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଜିଏସ୍‌ଟି ବ୍ୟବସ୍ଥାରେ କେତେକ ସଂଶୋଧନ କରିଛନ୍ତି। ସଂଶୋଧନ ଅନୁସାରେ କ୍ଷୁଦ୍ର ବ୍ୟବସାୟୀ ଏଣିକି ମାସିକ ବଦଳରେ ତ୍ରୈମାସିକ ରିଟର୍ଣ୍ଣ ଫାଇଲ କରିବେ। ଯେଉଁମାନଙ୍କର କାରବାର ଦେଢ କୋଟି ଟଙ୍କା ପର୍ଯ୍ୟନ୍ତ ହୋଇଥିବ ସେମାନେ ଏହି ସୁବିଧା ପାଇବେ।

ସେହିପରି କମ୍ପୋଜିଟ୍ ସ୍କିମ୍‌ର ସୀମାକୁ ୭୫ ଲକ୍ଷରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ରପ୍ତାନୀକାରୀଙ୍କ ସୁବିଧା ଲାଗି ମଧ୍ୟ କେତେକ ନୂଆ ବ୍ୟବସ୍ଥା ଘୋଷଣା କରାଯାଇଛି। ରିଟର୍ଣ୍ଣ ଫେରି ପାଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। ଏହାକୁ ସରଳ କରିବା ଲାଗି ଏପ୍ରିଲରୁ ଇ-ଓ୍ୱାଲେଟ୍ ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର।

ଏସି ରେଷ୍ଟୁରାଣ୍ଟ ସ୍ଲବରେ ହ୍ରାସ ନେଇ ସରକାର ଏକ ଜିଓଏମ୍ ଗଠନ କରିଛନ୍ତି। ଏହା ସ୍ଲାବ୍ ଅନୁଧ୍ୟାନ କରି ୨ ସପ୍ତାହରେ ରିପୋର୍ଟ ଦେବ। ସେପଟେ ୨୭ଟି ସାମଗ୍ରୀ ଉପରେ ଜିଏସ୍‌ଟିକୁ କୋହଳ କରାଯାଇଛି। ଏଣିକି ୨ଲକ୍ଷରୁ ଅଧିକ ଟଙ୍କାର କିଣାକିଣି କଲେ ପ୍ୟାନ୍ ଦେବାକୁ ପଡ଼ିବ।

ଦିଲ୍ଲୀରେ ଆଜି ବସିଥିବା ଜିଏସ୍‌ଟି କାଉନସିଲ୍ ବୈଠକ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe