Advertisment

ଏକ ଲକ୍ଷ କୋଟି ଟଙ୍କା ଟପିଲା ଅକ୍ଟୋବରର ଜିଏସଟି ରାଜସ୍ୱ

ଭୁବନେଶ୍ୱର (ପିଆଇବି): ଅକ୍ଟୋବର ୨୦୧୮ରେ ଜିଏସଟି ରାଜସ୍ୱର ମୋଟ ସଂଗ୍ରହ ୧,୦୦,୭୧୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିମଧ୍ୟରୁ ସିଜିଏସଟି ୧୬୪୬୪ କୋଟି ଟଙ୍କା, ଏସଜିଏସଟି ୨୨୮୨୬ କୋଟି ଟଙ୍କା, ଆମଦାନୀରୁ ସଂଗୃହୀତ ହୋଇଥିବା ୨୬୯୦୮ କୋଟି ଟଙ୍କା ସମେତ ଆଇଜିଏସଟି ୫୩୪୧୯ କୋଟି ଟଙ୍କା ଏବଂ ଆମଦାନୀରୁ ସଂଗୃହୀତ ୯୫୫ କୋଟି ଟଙ୍କା ସମେତ ଉପ ଟିକସ ୮୦୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଯେଉଁ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ଟିକସଦାତାମାନଙ୍କ ଠାରୁ ସଂଗୃହୀତ ଟିକସରେ ଅସାଧାରଣ ବୃଦ୍ଧି […]

ଏକ ଲକ୍ଷ କୋଟି ଟଙ୍କା ଟପିଲା ଅକ୍ଟୋବରର ଜିଏସଟି ରାଜସ୍ୱ

gst live mint pic

Advertisment

ଭୁବନେଶ୍ୱର (ପିଆଇବି): ଅକ୍ଟୋବର ୨୦୧୮ରେ ଜିଏସଟି ରାଜସ୍ୱର ମୋଟ ସଂଗ୍ରହ ୧,୦୦,୭୧୦ କୋଟି ଟଙ୍କାରେ ପହଞ୍ଚିଛି। ଏଥିମଧ୍ୟରୁ ସିଜିଏସଟି ୧୬୪୬୪ କୋଟି ଟଙ୍କା, ଏସଜିଏସଟି ୨୨୮୨୬ କୋଟି ଟଙ୍କା, ଆମଦାନୀରୁ ସଂଗୃହୀତ ହୋଇଥିବା ୨୬୯୦୮ କୋଟି ଟଙ୍କା ସମେତ ଆଇଜିଏସଟି ୫୩୪୧୯ କୋଟି ଟଙ୍କା ଏବଂ ଆମଦାନୀରୁ ସଂଗୃହୀତ ୯୫୫ କୋଟି ଟଙ୍କା ସମେତ ଉପ ଟିକସ ୮୦୦୦ କୋଟି ଟଙ୍କା ଅନ୍ତର୍ଭୁକ୍ତ। ଯେଉଁ ରାଜ୍ୟଗୁଡ଼ିକ ନିଜ ରାଜ୍ୟର ଟିକସଦାତାମାନଙ୍କ ଠାରୁ ସଂଗୃହୀତ ଟିକସରେ ଅସାଧାରଣ ବୃଦ୍ଧି ହାସଲ କରିଛନ୍ତି ସେଗୁଡ଼ିକ ମଧ୍ୟରେ ରହିଛନ୍ତି କେରଳ (୪୪%), ଝାଡ଼ଖଣ୍ଡ (୨୦%), ରାଜସ୍ଥାନ (୧୪%), ଉତ୍ତରାଖଣ୍ଡ(୧୩%) ଏବଂ ମହାରାଷ୍ଟ୍ର (୧୧%)।

Advertisment

ସେପ୍ଟେମ୍ବର ମାସ ପାଇଁ ସର୍ବମୋଟ ୬୭.୪୫ ଲକ୍ଷ ଜିଏସଟି ଆର-୩ ବି ରିଟର୍ଣ୍ଣ ୩୧ ଅକ୍ଟୋବର, ୨୦୧୮ ସୁଦ୍ଧା ଦାଖଲ କରାଯାଇଥିଲା।

ସରକାର ନିୟମିତ ପରିଶୋଧନ ଆକାରରେ ଆଇଜିଏସଟିରୁ ସିଜିଏସଟି ଆକାରରେ ୧୭,୪୯୦ କୋଟି ଟଙ୍କା ଏବଂ ଏସଜିଏସଟି ଆକାରରେ ୧୫୧୦୭ କୋଟି ଟଙ୍କା ପରିଶୋଧ କରିଛନ୍ତି ।

Advertisment

ଏହାବ୍ୟତୀତ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୫୦:୫୦ ଅନୁପାତରେ ଅସ୍ଥାୟୀ ଆଧାରରେ କେନ୍ଦ୍ର ନିକଟରେ ଉପଲବ୍ଧ ଅବଶିଷ୍ଟ ଆଇଜିଏସଟିରୁ ୩୦,୦୦୦ କୋଟି ଟଙ୍କାର ପରିଶୋଧନ କରାଯାଇଛି। ଅକ୍ଟୋବର ୨୦୧୮ରେ ନିୟମିତ ଏବଂ ଅସ୍ଥାୟୀ ପରିଶୋଧନ ପରେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ସଂଗୃହୀତ କରାଯାଇଥିବା ମୋଟ ରାଜସ୍ୱ ସିଜିଏସଟି ଲାଗି ୪୮,୯୫୪ କୋଟି ଟଙ୍କା ଏବଂ ଏସଜିଏସଟି ଲାଗି ୫୨,୯୩୪ କୋଟି ଟଙ୍କା ରହିଛି।

ଅକ୍ଟୋବର ୨୦୧୮ରେ ରାଜସ୍ୱ ସଂଗ୍ରହ ୧୦୦,୭୧୦ କୋଟି ଟଙ୍କା ସଂଗୃହୀତ ହୋଇଛି ଯାହା ସେପ୍ଟେମ୍ବର ୨୦୧୮ରେ ସଂଗୃହୀତ ହୋଇଥିବା ୯୪,୪୪୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ତୁଳନାରେ ୬.୬୪ ପ୍ରତିଶତ ଅଧିକ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe