Advertisment

ଶଗଡ଼ରେ ମୁଖ୍ୟମନ୍ତ୍ରୀ

ସୁରଟ: ବାଜୁଛି ଢ଼ୋଲ ନଗଡା, ଆଗରେ ଯାଉଛି ରୋଷଣୀ। ବାଦ୍ୟର ତାଳେ ତାଳେ ଚାଲିଛି ପାରମ୍ପରିକ ଆଦିବାସୀ ନୃତ୍ୟ । ସେପଟେ ପଛରେ ଶଗଡ଼ ଗାଡି ଉପରେ ବସି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ବାଡୋଲି ଜିଲ୍ଲାରେ। କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ […]

ଅଦ୍ୟତନ ହୋଇଛି
ଶଗଡ଼ରେ ମୁଖ୍ୟମନ୍ତ୍ରୀ

vijaya-rupani-on-cart

Advertisment

ସୁରଟ: ବାଜୁଛି ଢ଼ୋଲ ନଗଡା, ଆଗରେ ଯାଉଛି ରୋଷଣୀ। ବାଦ୍ୟର ତାଳେ ତାଳେ ଚାଲିଛି ପାରମ୍ପରିକ ଆଦିବାସୀ ନୃତ୍ୟ । ସେପଟେ ପଛରେ ଶଗଡ଼ ଗାଡି ଉପରେ ବସି ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗୁଜରାଟର ବାଡୋଲି ଜିଲ୍ଲାରେ।

Advertisment

କାରକେଡରୁ ଓହ୍ଲାଇ ଶଗଡ ଗାଡିରେ ବସିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଗୁଜରାଟ ବାଡୋଲି ଜିଲ୍ଲାର ହରିପୁରା ଗାଁକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେଠାରେ ପହଞ୍ଚିବା ପରେ ୧୯୩୮ ମସିହାର କଥାକୁ ମୁଖ୍ୟମନ୍ତ୍ରୀ ପୁଣି ଦୋହରାଇଛନ୍ତି ମୁଖମନ୍ତ୍ରୀ। ଗାଁର ପରମ୍ପରା ଅନୁଯାୟୀ ସେ ସୁସଜ୍ଜିତ ଶଗଡ଼ ଗାଡିରେ ବସି ବିରାଟ ଶୋଭାଯାତ୍ରା କରିଥିଲେ। ପରେ ନେତୀଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

୧୯୩୮ରେ ହରିପୁରା ଗାଁର କଂଗ୍ରେସର ରାଷ୍ଟ୍ରୀୟ ଅଧିବେଶନ ଥିଲା, ଯେଉଁଠି ନେତାଜୀଙ୍କୁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବ ନିଯୁକ୍ତି କରାଯାଇଥିଲା। ସେହି ସମୟରେ ନେତାଜୀଙ୍କୁ ଗାଁ ଲୋକେ ଶଗଡ଼ ଗାଡିରେ ବସାଇ ଭବ୍ୟ ସ୍ୱାଗତ କରିଥିଲେ। ବାସ ସେହି ଦିନଠାରୁ ଗାଁରେ ଏହି ପରମ୍ପରା ଜାରି ରହିଛି।

Advertisment

୨୦୦୯ରେ ମଧ୍ୟ ନରେନ୍ଦ୍ର ମୋଦୀ ନେତାଜୀଙ୍କ ଜୟନ୍ତୀ ଅବସରରେ ହରିପୁରା ଗାଁକୁ ଯାଇଥିଲେ । ତାଙ୍କୁ ମଧ୍ୟ ସେତେବେଳେ ଗ୍ରାମବାସୀ ଶଗଡ଼ ଗାଡିରେ ବସାଇ ଏଭଳି ହିଁ ସ୍ୱାଗତ କରିଥିଲେ।

ଅଧିକ ପଢ଼ନ୍ତୁ : ଓଡ଼ିଶାର ଗର୍ବ ସୁଭାଷ ଥିଲେ ଅବିଭକ୍ତ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ

Gujarat Vijaya Rupani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe