Advertisment

ବିନା ନିମନ୍ତ୍ରଣରେ ବାହାଘର ପାର୍ଟିକୁ ଯାଇ ପାରିବେ ପୁଲିସ୍‌ ଅଧିକାରୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଶୀର୍ଷକ ପଡ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ବାହାଘର ପାର୍ଟିରେ କାହିଁକି ପୁଲିସ୍ ଅଧିକାରୀଙ୍କୁ ବିନା ନିମନ୍ତ୍ରଣରେ ଅନୁମତି ମିଳିବ? ହେଲେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣାର ଗୁରୁଗ୍ରାମ ପୁଲିସ ଏଭଳି ନିୟମ ଜାରି କରିଛି। ଗୁରୁଗ୍ରାମ ପୁଲିସ୍ କମିଶନର କେକେ ରାଓ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ, ପୁଲିସ୍ ଅଧିକାରୀମାନେ ବିନା ନିମନ୍ତ୍ରଣରେ ଯେକୌଣସି ବାହାଘର ପାର୍ଟିରେ ଯୋଗଦେଇ ପାରିବେ। ସେହିପରି ଏଠାରେ ଯେଉଁମାନେ ମାସ୍କ ପିନ୍ଧି ନଥିବେ, ସେମାନଙ୍କ ନାଁରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ବିନା ନିମନ୍ତ୍ରଣରେ ବାହାଘର ପାର୍ଟିକୁ ଯାଇ ପାରିବେ ପୁଲିସ୍‌ ଅଧିକାରୀ, ଜାଣନ୍ତୁ କାରଣ

fs

ନୂଆଦିଲ୍ଲୀ: ଶୀର୍ଷକ ପଡ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ବାହାଘର ପାର୍ଟିରେ କାହିଁକି ପୁଲିସ୍ ଅଧିକାରୀଙ୍କୁ ବିନା ନିମନ୍ତ୍ରଣରେ ଅନୁମତି ମିଳିବ? ହେଲେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହରିଆଣାର ଗୁରୁଗ୍ରାମ ପୁଲିସ ଏଭଳି ନିୟମ ଜାରି କରିଛି। ଗୁରୁଗ୍ରାମ ପୁଲିସ୍ କମିଶନର କେକେ ରାଓ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ, ପୁଲିସ୍ ଅଧିକାରୀମାନେ ବିନା ନିମନ୍ତ୍ରଣରେ ଯେକୌଣସି ବାହାଘର ପାର୍ଟିରେ ଯୋଗଦେଇ ପାରିବେ।

Advertisment

ସେହିପରି ଏଠାରେ ଯେଉଁମାନେ ମାସ୍କ ପିନ୍ଧି ନଥିବେ, ସେମାନଙ୍କ ନାଁରେ ଚାଲାଣ ମଧ୍ୟ କାଟି ପାରିବେ। ପୁଲିସ୍ ଅଧିକାରୀମାନେ ବାହାଘର ପାର୍ଟିରେ ଉପସ୍ଥିତ ରହି ଲୋକଙ୍କୁ ସାମାଜିକ ଦୂରତା ବଜାୟୀ ରଖିବା ପାଇଁ ବି ସତର୍କ କରାଇବେ। ଏହାଦ୍ୱାରା କରୋନା ସଂକ୍ରମଣକୁ ରୋକା ଯାଇ ପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

ହରିଆଣାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ରାଜ୍ୟରେ ଆଉ ୨୬୬୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ପ୍ରାଣଘାତୀ ଭାଇରସ ଯୋଗୁ ୨୬ ଜଣଙ୍କ ଜୀବନ ଯାଇଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଗୁରୁଗ୍ରାମରେ ୮୬୬ ଓ ଫରିଦାବାଦରେ ୫୭୭ ଜଣ ରହିଛନ୍ତି। ଗୁରୁଗ୍ରାମର ସ୍ଥିତି ବିଗୁଡ଼ୁଥିବାରୁ ପୁଲିସ୍‌ କମିଶନର ଏଭଳି ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିଛି।

Advertisment

ଆଗକୁ ପଢନ୍ତୁ : ଶାହରୁଖ୍ ଓ ଅକ୍ଷୟ କୁମାରଙ୍କୁ ପଛରେ ପକାଇଲେ ସୋନୁ ସୁଦ୍

COVID Guideline