Advertisment

ମିଛ ବୟାନ ଦେବାକୁ ଧମକ ଦେଉଛି ମୁମ୍ୱାଇ ପୁଲିସ, କୋର୍ଟର ଦ୍ୱାରସ୍ଥ ହେଲା ହାଂସା

ମୁମ୍ୱାଇ: ଟିଆରପି ସ୍କାଣ୍ଡାଲ ମାମଲାରେ ବଡ଼ ଟୁଇଷ୍ଟ। ମୁମ୍ୱାଇ ପୁଲିସ ନାଁରେ ସାଂଘାତିକ ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ହାଂସା ରିସର୍ଚ୍ଚ ଗ୍ରୁପ୍। ହାଇକୋର୍ଟରେ ହାଂସା ରିଟ୍ ପିଟିସିନ୍ ଦାଖଲ କରି କହିଛି, ମୁମ୍ୱାଇ ପୁଲିସ ଅଫିସର ସଚିନ ବାଜେ ନାମକ ପୁଲିସ ରିପବ୍ଲିକ ଟିଭି ନାଁରେ ମିଛ ବୟାନ ଦେବାକୁ ବାଧ୍ୟ କରୁଛନ୍ତି। ମିଛ ବୟାନ ନଦେବାରୁ ତାଙ୍କ କମ୍ପାନୀର ଅନେକ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି। ଏମିତିକି ପଚରାଉଚରା ପାଇଁ ବାରମ୍ୱାର ଡକାଉଛି। […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମୁମ୍ୱାଇ ପୁଲିସ କମିଶନରଙ୍କ ସ୍ତ୍ରୀ କିଏ? ଯିଏକି ୭ଟି କମ୍ପାନୀର ନିର୍ଦ୍ଦେଶକ

param vir singh

ମୁମ୍ୱାଇ: ଟିଆରପି ସ୍କାଣ୍ଡାଲ ମାମଲାରେ ବଡ଼ ଟୁଇଷ୍ଟ। ମୁମ୍ୱାଇ ପୁଲିସ ନାଁରେ ସାଂଘାତିକ ଅଭିଯୋଗ ଆଣି ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ହାଂସା ରିସର୍ଚ୍ଚ ଗ୍ରୁପ୍। ହାଇକୋର୍ଟରେ ହାଂସା ରିଟ୍ ପିଟିସିନ୍ ଦାଖଲ କରି କହିଛି, ମୁମ୍ୱାଇ ପୁଲିସ ଅଫିସର ସଚିନ ବାଜେ ନାମକ ପୁଲିସ ରିପବ୍ଲିକ ଟିଭି ନାଁରେ ମିଛ ବୟାନ ଦେବାକୁ ବାଧ୍ୟ କରୁଛନ୍ତି। ମିଛ ବୟାନ ନଦେବାରୁ ତାଙ୍କ କମ୍ପାନୀର ଅନେକ କର୍ମଚାରୀଙ୍କୁ ପୁଲିସ ଅଟକ ରଖିଛି। ଏମିତିକି ପଚରାଉଚରା ପାଇଁ ବାରମ୍ୱାର ଡକାଉଛି। ଏମିତିକି ସେମାନଙ୍କ ମୋବାଇଲ୍ ମଧ୍ୟ ଜବତ କରିଛି ପୁଲିସ। ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରିବା ଦରକାର ବୋଲି କୋର୍ଟରେ ହାଂସା ରିସର୍ଚ୍ଚ ଗ୍ରୁପ୍ ଦାବି କରିଛି।

Advertisment

[caption id="attachment_588523" align="aligncenter" width="650"]ସଚିନ ବାଜେ ସଚିନ ବାଜେ[/caption]

ସୂଚନାଯୋଗ୍ୟ, ମୁମ୍ୱାଇ ପୁଲିସ କମିଶନର ଅକ୍ଟୋବର 8ରେ କହିଥିଲେ ଟିଆରପି ମାପୁଥିବା ସଂସ୍ଥା ବାର୍କର ରିପୋର୍ଟ ଅନୁଯାୟୀ ରିପବ୍ଲକ ଟିଭି ଏବଂ ଦୁଇ ଅନ୍ୟ ମରାଠୀ ଚ୍ୟାନେଲରେ ଟିଆରପି ସ୍କାଣ୍ଡାଲ ଅଭିଯୋଗ ଆସିଛି। ଏହାପରେ ରିପବ୍ଲିକ ଟିଭି ବାର୍କର ସହଯୋଗୀ ସଂସ୍ଥା ହାଂସାର ରିପୋର୍ଟ ଦେଖାଇଥିଲା। ଯେଉଁଥିରେ ଇଣ୍ଡିଆ ଟୁଡ଼େ ନାଁ ରହିଛି। ରିପବ୍ଲିକ ଟିଭି ନାଁ ନାହିଁ। କୋର୍ଟରେ ମହାରାଷ୍ଟ୍ର ସରକାର ମଧ୍ୟ ପରମବୀର ସିଂ କହିଥିବା ମତକୁ ଖଣ୍ଡନ କରିଥିଲେ।

Advertisment

ଏହାପରେ ଯୋଗୀ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟିଆରପି ମାମଲାର ତଦନ୍ତ ସିବିଆଇକୁ ଦିଆଯାଇଛି। ହେଲେ ସିବିଆଇ ତଦନ୍ତ ଉପରେ ମହାରାଷ୍ଟ୍ର ସରକାର ରୋକ୍ ଲଗାଇଛନ୍ତି। ସବିଆଇ ତଦନ୍ତ କଲେ ରିପବ୍ଲିକ ଟିଭି ଗୋଟିଏ ରାଜନୀତିକ ଦଳର ସମର୍ଥନ ପାଇବ ବୋଲି ମହାରାଷ୍ଟ୍ର ସରକାର କହିଛି। ବାର୍କ ହେଉଛି ଟିଆରପି ମାପୁଥବା ସଂସ୍ଥା। ହାଂସା ହେଉଛି ଆଉ ଏକ କମ୍ପାନୀ। ଯିଏକି ଟିଆରପି ଷ୍ଟାଟିକ୍ସକୁ ମାପି ବାର୍କକୁ ପ୍ରଦାନ କରିଥାଏ।

TRP Scam Republic Tv Parambir Singh