Advertisment

ଭଲ ଖବର! କରୋନା ଟିକା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସଂକ୍ରମଣ ଭିତରେ ଭଲ ଖବର ଶୁଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। କରୋନା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସମସ୍ତଙ୍କ ଉପରେ ପ୍ରଶ୍ନ ଲାଗି ରହିଛି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱସ୍ତି କଲାଭଳି ଖବର ଶୁଣାଇଛନ୍ତି। ସେ କହିଛନ୍ତି ଯେ ୨୦୨୧ ଆରମ୍ଭରୁ ହିଁ ଭାରତ ପାଖରେ କରୋନା ଟିକା ପହଞ୍ଚି ଯିବ। ଏବେ ବିଶେଷଜ୍ଞମାନେ ଦେଶରେ ଏହି କରୋନା ଟିକା କେମିତି ବଣ୍ଟନ କରାଯିବ ଓ ଲୋକଙ୍କୁ […]

author-image
Hemant Lenka
ଅଦ୍ୟତନ ହୋଇଛି
ଭଲ ଖବର! କରୋନା ଟିକା ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

e

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ସଂକ୍ରମଣ ଭିତରେ ଭଲ ଖବର ଶୁଣାଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ। କରୋନା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସମସ୍ତଙ୍କ ଉପରେ ପ୍ରଶ୍ନ ଲାଗି ରହିଛି। ଏସବୁ ଭିତରେ ସ୍ୱାସ୍ଥ୍ୟମନ୍ତ୍ରୀ ଆଶ୍ୱସ୍ତି କଲାଭଳି ଖବର ଶୁଣାଇଛନ୍ତି।

Advertisment

ସେ କହିଛନ୍ତି ଯେ ୨୦୨୧ ଆରମ୍ଭରୁ ହିଁ ଭାରତ ପାଖରେ କରୋନା ଟିକା ପହଞ୍ଚି ଯିବ। ଏବେ ବିଶେଷଜ୍ଞମାନେ ଦେଶରେ ଏହି କରୋନା ଟିକା କେମିତି ବଣ୍ଟନ କରାଯିବ ଓ ଲୋକଙ୍କୁ ଦିଆଯିବ, ତା’ ଉପରେ ବିସ୍ତୃତ ରୋଡମ୍ୟାପ ପ୍ରସ୍ତୁତ କରୁଛନ୍ତି।

ଗ୍ରୁପ ଅଫ ମିନିଷ୍ଟରମାନଙ୍କ ବୈଠକରେ ଡା. ହର୍ଷବର୍ଦ୍ଧନ କହିଛନ୍ତି, ଆମର ଆଶା ଆସନ୍ତାବର୍ଷ ଆରମ୍ଭରୁ ଆମ ପାଖରେ କରୋନା ଟିକା ନିଶ୍ଚିତ ଭାବେ ପହଞ୍ଚି ଯିବ। ଗୋଟିଏ ସୂତ୍ର ନୁହେଁ, ଏକାଧିକ ସୂତ୍ର ବା କମ୍ପାନୀର କରୋନା ଟିକା ଭାରତ ହାସଲ କରିବ। ଆମର ବିଶେଷଜ୍ଞମାନେ ଟିକାର ବିତରଣ ଉପରେ ଏବେ ଫୋକସ କରିବା ସହ ଏଥିପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

Advertisment

ପ୍ରଥମେ କେଉଁ ମାନଙ୍କୁ ଏହି ଟିକା ଦିଆଯିବ, ତା’ର ବିଚାର କରାଯାଉଛି। ସେହିପରି କୋଲ୍ଡ ଚେନ୍‌ ଫ୍ୟାସିଲିଟିକୁ ମଧ୍ୟ ସଶକ୍ତ କରିବାକୁ ଯୋଜନା ହେଉଛି। ବର୍ତ୍ତମାନ ଦେଶରେ ୪ଟି ସାମ୍ଭାବ୍ୟ କରୋନା ଟିକାର କ୍ଲିନିକାଲ ଟ୍ରାଏଲ ଚାଲିଛି।

ଦେଶର ଜନସଂଖ୍ୟକୁ ଦୃଷ୍ଟିକୁ ନେଲେ ଗୋଟିଏ ଟିକା କିମ୍ବା ଗୋଟିଏ ଟିକା ଉତ୍ପାଦନକାରୀ ସଂସ୍ଥା ସମସ୍ତ ଆବଶ୍ୟକ ପୂରଣ କରିପାରିବ ନାହିଁ। ତେଣୁ ଆମେ ଏକାଧିକ କରୋନା ଟିକାର ବ୍ୟବହାର କରିବାକୁ ବିଚାର କରୁଛୁ। ସମସ୍ତଙ୍କୁ ଟିକା ପ୍ରଦାନ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ପୂର୍ବରୁ ୨୦୨୧ର ପ୍ରଥମ ୪ ମାସରେ ଭାରତ ପାଖରେ କରୋନା ଟିକା ପହଞ୍ଚିବ ବୋଲି ସରକାର କହିଥିଲେ।

ଅଧିକ ପଢନ୍ତୁ : ୭୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Corona Vaccine