Advertisment

୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ମିଳିବ ଚାକିରି, ଗ୍ୟାରେଣ୍ଟି ଦେଲେ ଏହି ସରକାର

ନୂଆଦିଲ୍ଲୀ:  ‘ଅଗ୍ନିପଥ’ ନିଆଁ ସମଗ୍ର ଦେଶରେ ଜଳୁଥିବା ବେଳେ ଏହା ପ୍ରଶମିତ ହେବା ନାଁ ଧରୁନି। ୪ ବର୍ଷ ଦେଶ ସେବା କରି ଫେରିବା ପରେ ୭୫% ‘ଅଗ୍ନିବୀର’ କ’ଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଚାରି ବର୍ଷ କାର୍ଯ୍ୟ କରି ଫେରି ଆସିଥିବା ‘ଅଗ୍ନିବୀର’ଙ୍କୁ ଚାକିରି ଦେବେ ହରିୟାଣା ସରକାର। ଏଥିନିମନ୍ତେ  ଗ୍ୟାରେଣ୍ଟି  ମଧ୍ୟ ଦିଆଯାଇଛି। ଅନ୍ତର୍ଜାତୀୟ ଯୋଗ […]

ଅଦ୍ୟତନ ହୋଇଛି
୪ ବର୍ଷ ପରେ ‘ଅଗ୍ନିବୀର’ଙ୍କୁ ମିଳିବ ଚାକିରି, ଗ୍ୟାରେଣ୍ଟି ଦେଲେ ଏହି ସରକାର

agniveer

Advertisment

 ନୂଆଦିଲ୍ଲୀ:  ‘ଅଗ୍ନିପଥ’ ନିଆଁ ସମଗ୍ର ଦେଶରେ ଜଳୁଥିବା ବେଳେ ଏହା ପ୍ରଶମିତ ହେବା ନାଁ ଧରୁନି। ୪ ବର୍ଷ ଦେଶ ସେବା କରି ଫେରିବା ପରେ ୭୫% ‘ଅଗ୍ନିବୀର’ କ’ଣ କରିବେ ତାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର । ଚାରି ବର୍ଷ କାର୍ଯ୍ୟ କରି ଫେରି ଆସିଥିବା ‘ଅଗ୍ନିବୀର’ଙ୍କୁ ଚାକିରି ଦେବେ ହରିୟାଣା ସରକାର। ଏଥିନିମନ୍ତେ  ଗ୍ୟାରେଣ୍ଟି  ମଧ୍ୟ ଦିଆଯାଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଖଟ୍ଟର ଏ ସମ୍ପର୍କରେ ଟ୍ୱିଟ୍ କରି ଘୋଷଣା କରିଛନ୍ତି। 

Advertisment

ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପିଛି ’ଅଗ୍ନିପଥ’ ନିଆ। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର ବ୍ୟତୀତ ହରିୟାଣା ଓ ଆହୁରି ବହୁ ରାଜ୍ୟର ଯୁବକମାନେ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରୁଛନ୍ତି। ଏହାର ପ୍ରଭାବ ହରିୟାଣାର ରୋହତକ ଅଞ୍ଚଳରେ ସର୍ବାଧିକ ଦେଖାଯାଇଛି।  ଗତ ସୋମବାର ସରକାରଙ୍କ ନୂତନ ଯୋଜନା  ବିରୋଧରେ ହୋଇଥିବା ‘ଭାରତ ବନ୍ଦ’ ସମୟରେ ରାଜ୍ୟର ଅନେକ ସ୍ଥାନରେ ସଡକ ଏବଂ ରେଳ ଚଳାଚଳ ପ୍ରଭାବିତ ହୋଇଥିଲା। ଏଥିସହ ବହୁ ଜାତୀୟ ସମ୍ପତ୍ତିକୁ ଜାଳିପୋଡ଼ି ପାଉଁଶ କରିଦେଲେ ଆନ୍ଦୋଳନକାରୀ ।

‘ଅଗ୍ନିପଥ’କୁ ସମଗ୍ର ଦେଶରେ  ଜୋରଦାର ବିରୋଧ କରାଯାଉଥିବା ବେଳେ ‘ଅଗ୍ନିବୀର’ଙ୍କ ନିଯୁକ୍ତି ପାଇଁ  ସ୍ଥଳସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭାରତୀୟ ସ୍ଥଳ ସେନାରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ହେବା ଲାଗି ଜୁଲାଇ ପ୍ରଥମ ସପ୍ତାହରୁ ରେଜିଷ୍ଟ୍ରେସନ ଆରମ୍ଭ ହେବ ।

Advertisment

ଗତକାଲି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ମଧ୍ୟ ଅଗ୍ନିବୀରଙ୍କୁ ଏକ ବଡ ଅଫର୍‌ ଦେଇଛନ୍ତି। ଅବସର ପରେ ଇଚ୍ଛୁକ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ନିଯୁକ୍ତି ମିଳିବ  ବୋଲି ସେ ଶତ ପ୍ରତିଶତ କଥା ଦେଇଛନ୍ତି।  ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍।   ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ଆଡମିନିଷ୍ଟ୍ରେସନ୍, ସପ୍ଲାଇ ଚେନ୍ ଏବଂ ମ୍ୟାନେଜମେଣ୍ଟରେ ନିଯୁକ୍ତି ସୁଯୋଗ ମିଳିବ। ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ଯ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଆନନ୍ଦ ମହିନ୍ଦ୍ରା ।

Agneepath Scheme
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe