Advertisment

ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର: ୪ ପିଏଫଆଇ ସଦସ୍ୟ ଗିରଫ

ଲକ୍ଷ୍ନୌ: ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ବ୍ୟଥିତ କରିଛି। ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି ସର୍ବୋପରି ରହିଛି। ଅପରପକ୍ଷେ କେତେକଙ୍କ ନିହିତ ସ୍ୱାର୍ଥରେ ମାମଲାର ସଠିକ୍ ତଦନ୍ତ କରିବାକୁ ଦିଆଯାଉ ନ ଥିବା ୟୁପି ସରକାର କହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଭିଆଇବାକୁ ଚେଷ୍ଟା ଜାରି ଥିବା ତଥ୍ୟ ପାଇଛି ୟୁପି ପୁଲିସ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ହାଥରସ୍ […]

ହାଥରସରେ ହିଂସାକାଣ୍ଡ ଷଡ଼ଯନ୍ତ୍ର: ୪ ପିଏଫଆଇ ସଦସ୍ୟ ଗିରଫ

Hathras

Advertisment

ଲକ୍ଷ୍ନୌ: ହାଥରସ୍ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ବ୍ୟଥିତ କରିଛି। ଘଟଣାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ଦାବି ସର୍ବୋପରି ରହିଛି। ଅପରପକ୍ଷେ କେତେକଙ୍କ ନିହିତ ସ୍ୱାର୍ଥରେ ମାମଲାର ସଠିକ୍ ତଦନ୍ତ କରିବାକୁ ଦିଆଯାଉ ନ ଥିବା ୟୁପି ସରକାର କହିଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ତଥା ହିଂସାକାଣ୍ଡ ଭିଆଇବାକୁ ଚେଷ୍ଟା ଜାରି ଥିବା ତଥ୍ୟ ପାଇଛି ୟୁପି ପୁଲିସ।

Advertisment

ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ହାଥରସ୍ ଯାଉଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ମଥୁରାରୁ ଗିରଫ କରିଛି। ଏମାନେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇ ସହ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ସେମାନେ ହାଥରସରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି।

ଅନ୍ୟପଟେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲା ଏବଂ ହତ୍ୟା ଘଟଣାକୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ୟୁପି ସରକାର ସାରା ରାଜ୍ୟରେ ୧୯ଟି ଜାତିଗତ ହିଂସାକାଣ୍ତ ସୃଷ୍ଟି କରିବାର ପ୍ରୟାସ ଏବଂ ଦେଶଦ୍ରୋହ ମାମଲା ରୁଜୁ କରିଛି।

Advertisment

ତେବେ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରିଛି। ଏନେଇ ୟୁପି ଡିଜିପି (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ହାଥରସ୍ ମାମଲାରେ ଦିଲ୍ଲୀରୁ ହାଥରସ୍ ଯାତ୍ରା କରୁଥିବା ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଜାଫରନଗରର ଆତିକ୍-ଉର୍-ରେହମାନ୍, ମାଲାପୁରମର ସିଦ୍ଦିକୀ, ବହାରୈଚର ମାସୁଦ୍ ଅହମ୍ମଦ ଏବଂ ରାମପୁରର ଆଲମ୍।

ଉକ୍ତ ଚାରିଜଣ ବ୍ୟକ୍ତି ପିଏଫଆଇ ସହ ଲିଙ୍କରେ ଥିବା ଜଣାପଡ଼ିଛି। ୟୁପି ପୁଲିସ ଏମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଫୋନ୍, ଲାପଟପ୍ ଏବଂ ହିଂସା ପାଇଁ ଉସକାଉଥିବା କେତେକ ବହି ଜବତ କରିଛି। ଗିରଫ ଯୁବକମାନଙ୍କୁ ପୁଲିସ ଜେରା କରୁଛି।

ଆହୁରି ପଢ଼ନ୍ତୁ...

Hathras GangRape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe