Advertisment

ମହାରାଷ୍ଟ୍ର କଂଗ୍ରେସ ସଭାପତିରୁ ଇସ୍ତଫା ଦେଇପାରନ୍ତି ଅଶୋକ ଚଭାନ

ମୁମ୍ବାଇ: ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚଭାନ। ସେ ଦେଇଥିବା ଆଧାରରେ ଟିକଟ ବଣ୍ଟା ଯାଇନଥିବା ପ୍ରକାଶ କରି ଦଳର ପିସିସି ପଦରୁ ଇସ୍ତଫା ଦେବେ ବୋଲି ଏକ ଅଡ଼ିଓ କ୍ଲିପ୍ ଘୁରି ବୁଲୁଛି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସରେ ଅସନ୍ତୋଷ ଥିବା ସୂଚନା ରହିଛି। ଆଜି କଂଗ୍ରେସ-ଏନସିପି ମେଣ୍ଟ ପ୍ରାର୍ଥୀ ତାଲିକା ଘୋଷଣା କରିବାବେଳେ ଗଣମାଧ୍ୟମ ପ୍ରତିନିଧି ପିସିସି ପଦରୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମହାରାଷ୍ଟ୍ର କଂଗ୍ରେସ ସଭାପତିରୁ ଇସ୍ତଫା ଦେଇପାରନ୍ତି ଅଶୋକ ଚଭାନ

ashok chouvan

ମୁମ୍ବାଇ: ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ କଂଗ୍ରେସ ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ଅଶୋକ ଚଭାନ। ସେ ଦେଇଥିବା ଆଧାରରେ ଟିକଟ ବଣ୍ଟା ଯାଇନଥିବା ପ୍ରକାଶ କରି ଦଳର ପିସିସି ପଦରୁ ଇସ୍ତଫା ଦେବେ ବୋଲି ଏକ ଅଡ଼ିଓ କ୍ଲିପ୍ ଘୁରି ବୁଲୁଛି। ଯାହାକୁ ନେଇ ମହାରାଷ୍ଟ୍ର କଂଗ୍ରେସରେ ଅସନ୍ତୋଷ ଥିବା ସୂଚନା ରହିଛି।

Advertisment

ଆଜି କଂଗ୍ରେସ-ଏନସିପି ମେଣ୍ଟ ପ୍ରାର୍ଥୀ ତାଲିକା ଘୋଷଣା କରିବାବେଳେ ଗଣମାଧ୍ୟମ ପ୍ରତିନିଧି ପିସିସି ପଦରୁ ଇସ୍ତଫା ନେଇ ଘୁରିବୁଲୁଥିବା ଅଡ଼ିଓ କ୍ଲିପ ବାବଦରେ ପଚାରିଥିଲେ । ହେଲେ ଚଭାନ ଏ ବାବଦରେ ଜାଣି ନାହାନ୍ତି ବୋଲି ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଥିଲେ। ମୁଁ ମୋ ଦଳୀୟ କର୍ମୀଙ୍କ ସହ କେତେବେଳେ କଣ କଥା ହୋଇଥିବି କିନ୍ତୁ ସେ କଥା ପ୍ରାଇଭେଟ ବୋଲି କହି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ଅଶୋକ ଚଭାନ।

ମହରାଷ୍ଟ୍ରର ଚନ୍ଦ୍ରପୁର ଲୋକସଭା ଆସନ ପାଇଁ କେନ୍ଦ୍ର କଂଗ୍ରେସ ବିନାୟକ ବାଙ୍ଗଡ଼େଙ୍କୁ ପ୍ରାର୍ଥୀ କରିଥିବାରୁ ଚୌଭାନ ଅସନ୍ତୋଷ ପ୍ରକାଶ କରିଥିବା ସୂଚନା ରହିଛି। ହେଲେ ଯେଉଁ ଅଡ଼ିଓ ଭାଇରାଲ ହେଉଛି ସେଥିରେ ରାଜକୁମାର ନାମକ ବ୍ୟକ୍ତି ବିନାୟକଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସନ୍ତୋଷ ଜାହିର କରୁଥିବା ଜଣାପଡ଼ିଛି।

Advertisment

ତେବେ ଏବାବଦରେ କେନ୍ଦ୍ର କଂଗ୍ରେସ କମିଟି ମୁଖ୍ୟ ମୁକୁଲ ୱାସନିକଙ୍କୁ ଚଭାନ କହିବାକୁ ରାଜକୁମାରଙ୍କୁ କହୁଥିବାର ଜଣାପଡ଼ିଛି। କେହି ମୋ କଥା ଶୁଣୁ ନାହାନ୍ତି ମୁଁ ପିସିସି ସଭାପତି ପଦରୁ ଇସ୍ତଫା ଦେବି । ଏମିତିକି ବିନାୟକଙ୍କୁ ନଲଢ଼ିବା ପାଇଁ କହିବାକୁ ରାଜକୁମାରଙ୍କୁ ଅଶୋକ ଚଭାନ କହୁଥିବା ଭାଇରାଲ ଅଡ଼ିଓ କ୍ଲିପରୁ ଶୁଣିବାକୁ ମିଳିଛି।