Advertisment

ବୈଷୟିକ ତ୍ରୁଟି ଯୋଗୁଁ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ

ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ଆଜି ଆତଙ୍କୀ ଡାଭିଡ୍ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ କରାଯାଇପାରିନି। ଫଳରେ ସାକ୍ଷ୍ୟ ଗ୍ରହଣକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ କରାଯାଉଛି। ଆଜି ସାକ୍ଷ୍ୟ ଗ୍ରହଣର ତୃତୀୟ ଦିନ ଥିଲା। ଗତ ଦୁଇ ଦିନର ସାକ୍ଷ୍ୟ ଗ୍ରହଣ ବେଳେ ହେଡ୍‌ଲି କହିଥିଲା ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ପୂର୍ବରୁ ଲସ୍କର ଇ ତୋଇବା ଦୁଇ ଥର ଆକ୍ରମଣ ଉଦ୍ୟମ […]

author-image
Rakesh Mallick
ବୈଷୟିକ ତ୍ରୁଟି ଯୋଗୁଁ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ

headly

ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ଆଜି ଆତଙ୍କୀ ଡାଭିଡ୍ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ କରାଯାଇପାରିନି। ଫଳରେ ସାକ୍ଷ୍ୟ ଗ୍ରହଣକୁ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ହେଡ୍‌ଲିର ସାକ୍ଷ୍ୟ ଗ୍ରହଣ କରାଯାଉଛି। ଆଜି ସାକ୍ଷ୍ୟ ଗ୍ରହଣର ତୃତୀୟ ଦିନ ଥିଲା।

Advertisment

ଗତ ଦୁଇ ଦିନର ସାକ୍ଷ୍ୟ ଗ୍ରହଣ ବେଳେ ହେଡ୍‌ଲି କହିଥିଲା ଯେ ୨୬/୧୧ ମୁମ୍ବାଇ ଆକ୍ରମଣ ପୂର୍ବରୁ ଲସ୍କର ଇ ତୋଇବା ଦୁଇ ଥର ଆକ୍ରମଣ ଉଦ୍ୟମ କରି ବିଫଳ ହୋଇଥିଲା। ସେହିପରି ୨୬/୧୧ ହମଲାରେ ଆତଙ୍କୀଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ବିଭିନ୍ନ ପ୍ରକାରେ ସାହାଯ୍ୟ କରିଥିଲା। ଭାରତୀୟ ଯୁଦ୍ଧ ବୈଜ୍ଞାନିକ ଓ ପ୍ରସିଦ୍ଧ ସିଦ୍ଧବିନାୟକ ମନ୍ଦିରରେ ଆତଙ୍କୀମାନେ ଆକ୍ରମଣ କରିବା ନେଇ ଯୋଜନା କରି ଥିଲେ ବୋଲି ସେ କହିଥିଲା।