Advertisment

ସରକାରଙ୍କ ଅପିଲ୍, ଲକଡାଉନରେ ଛାଡ଼ ନିଶା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପାଇଁ ଲକଡାଉନ୍ ରହିଛି। ଏହି ସମୟରେ ଛେପ ଥୋକିବା ଉପରେ ଜୋରିମାନା ଲାଗୁ କରାଯାଇଛି। ସେହିପରି ଲକଡାଉନ୍ ପାଇଁ ପାନ ମସଲା, ସିଗାରେଟ୍ ଆଦି ଦୋକାନ ବନ୍ଦ ରହିଛି। ଅନେକ ଲୋକ ଦୀର୍ଘ ଦିନ ହେବ ଏହି କୁ ଅଭ୍ୟାସରୁ ଦୂରେଇ ରହିଛନ୍ତି। ଏବେ ଏହାର ଫାଇଦା ନେବା ଦରକାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏଥିପାଇଁ ଉପାୟ ମଧ୍ୟ ବତାଇଛି। ଏ ନେଇ ଟୁଇଟ୍ କରି ଏକ ଭିଡିଓ […]

author-image
Subhransu Sekhar
ସରକାରଙ୍କ ଅପିଲ୍, ଲକଡାଉନରେ ଛାଡ଼ ନିଶା

Cigarette-Smoking

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପାଇଁ ଲକଡାଉନ୍ ରହିଛି। ଏହି ସମୟରେ ଛେପ ଥୋକିବା ଉପରେ ଜୋରିମାନା ଲାଗୁ କରାଯାଇଛି। ସେହିପରି ଲକଡାଉନ୍ ପାଇଁ ପାନ ମସଲା, ସିଗାରେଟ୍ ଆଦି ଦୋକାନ ବନ୍ଦ ରହିଛି। ଅନେକ ଲୋକ ଦୀର୍ଘ ଦିନ ହେବ ଏହି କୁ ଅଭ୍ୟାସରୁ ଦୂରେଇ ରହିଛନ୍ତି। ଏବେ ଏହାର ଫାଇଦା ନେବା ଦରକାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଏଥିପାଇଁ ଉପାୟ ମଧ୍ୟ ବତାଇଛି। ଏ ନେଇ ଟୁଇଟ୍ କରି ଏକ ଭିଡିଓ ପୋଷ୍ଟ କରିଛି।

Advertisment

https://twitter.com/MoHFW_INDIA/status/1259438200126353409

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏମ୍ସ ଦିଲ୍ଲୀ ତରଫରୁ ଏକ ଭିଡିଓ ଜାରି କରିଛି। ଯେଉଁଥିରେ ଏମ୍ସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ତମାଖୁ ଏବଂ ସିଗାରେଟ ଆଦି ଅଭ୍ୟାସର ପରିଣାମ ବାବଦରେ କହିଛନ୍ତି। ପାନ ମସଲା, ତମାଖୁ ଓ ସିଗାରେଟ କେବଳ କର୍କଟ ରୋଗକୁ ଜନ୍ମ ଦିଏ ନାହିଁ ବରଂ ହୃଦରୋଗକୁ ବଢ଼ାଇଥାଏ ବୋଲି ଗୁଲେରିଆ କହିଛନ୍ତି। ଏହାଦ୍ୱାରା ମୃତ୍ୟୁ ସମ୍ଭାବନା ଅଧିକ ରହିଛି। ଲକଡାଉନ ବେଳେ ଏହି ସବୁ ନିଶାରୁ ଦୂରେଇ ରହିଥିବାରୁ ଆଗାମୀ ଦିନରେ ଏହାକୁ ଜାରି ରଖିବା ପାଇଁ ଗୁଲେରିଆ ନିବେଦନ କରିଛନ୍ତି।

ତମାଖୁ ଛାଡ଼ିବା କାରଣରୁ ଆରମ୍ଭରୁ ଅସନ୍ତୋଷ ଭାବ ସହିତ ନିଦ ନହେବା, କୌଣସି କାମରେ ମନ ନଲାଗିବା ଭଳି ପରିସ୍ଥିତି ଉପୁଜିପାରେ। କିନ୍ତୁ କିଛି ଦିନ ପରେ ଏଭଳି ସଂକଳ୍ପ ଜାରି ରଖିଲେ ସବୁକିଛି ଠିକଠାକ୍ ହୋଇଯିବ ଓ ନିଶାରୁ ମଧ୍ୟ ମୁକ୍ତି ମିଳିପାରିବ ବୋଲି ଗୁଲେରିଆ କହିଛନ୍ତି।

Advertisment