Advertisment

ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ

ମୁମ୍ବାଇ: ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ। କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି। ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି। ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ କରୋନାରେ ୧୦ ହଜାର ୨୮୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ଏହି ବର୍ଷ ଏଠାରେ ହୃଦଘାତରେ ପ୍ରାୟ ୧୮ ହଜାର ଲୋକଙ୍କ […]

ଅଦ୍ୟତନ ହୋଇଛି
ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ

heart

Advertisment

ମୁମ୍ବାଇ: ମୁମ୍ବାଇରେ ପ୍ରତିଦିନ ହୃଦଘାତ ନେଉଛି ଶହେ ଜୀବନ। କରୋନାଠୁ ଏହି ରୋଗ ବେଶୀ ଘାତକ ହୋଇଛି। ଏକ ଆରଟିଆଇ ତଥ୍ୟ ଉପରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଗତବର୍ଷ ମୁମ୍ବାଇରେ କରୋନାଜନିତ ମୃତ୍ୟୁ ଠାରୁ ଅଧିକ ମୃତ୍ୟୁ ହୃଦଘାତରେ ହୋଇଛି। ୨୦୨୧ ମସିହା ଜାନୁଆରୀ ଠାରୁ ଜୁନ ମଧ୍ୟରେ ଏଠାରେ କରୋନାରେ ୧୦ ହଜାର ୨୮୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ଏହି ବର୍ଷ ଏଠାରେ ହୃଦଘାତରେ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଯାଇଛି।

Advertisment

ଦେଶର ଆର୍ଥିକ ରାଜଧାନୀରେ ଏଭଳି ପରିସ୍ଥିତି ଏବେ ସାଧାରଣରେ ଭୟର ସଂଚାର ସୃଷ୍ଟି କରିଛି। ରିପୋର୍ଟ ମୁତାବକ, ହୃଦଘାତରେ ୨୦୧୮ ମସିହାରେ ୮ ହଜାର ୬୦୧ ଜଣ, ୨୦୧୯ ମସିହାରେ ୫ ହଜାର ୮୪୯ ଜଣ, ୨୦୨୦ରେ ୫ ହଜାର ୬୩୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ଯେତେବେଳେ କି ଗତବର୍ଷ ଅର୍ଥାତ୍ ୨୦୨୧ ମସିହାରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ୩ଗୁଣା ବୃଦ୍ଧି ପାଇଛି। ଯେତେବେଳେ କି ଗତବର୍ଷ ଜାନୁଆରୀ ଠାରୁ ଜୁନ୍ ପର୍ଯ୍ୟନ୍ତ ୬ମାସ ଭିତରେ ହୃଦଘାତରେ ୧୭ ହଜାର ୮୮୦ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଆର୍ଥାତ୍‌ ପ୍ରତିଦିନ ମୁମ୍ବାଇରେ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୃଦଘାତରେ ହେଉଛି।

ଆରଟିଆଇ ତଥ୍ୟ ମୁତାବକ କରୋନା ମହାମାରୀ ଆସିବା ପୂର୍ବରୁ ଏଠାରେ କ୍ୟାନ୍ସରରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିଲା। କ୍ୟାନ୍ସର ଯୋଗୁ ଏଠାରେ ୨୦୧୮ରେ ୧୦ ହଜାର ୭୩ ଜଣ, ୨୦୧୯ରେ ୯ ହଜାର ୯୫୮ ଜଣ, ୨୦୨୦ରେ ୮ ହଜାର ୫୭୬ ଜଣଙ୍କ ମୃତ୍ୟୁ ହୋଇଛି। ୨୦୨୧ରେ ପ୍ରାୟ ୬ ହଜାର ୮୬୧ ଜଣଙ୍କ ମୃତ୍ୟୁ ହୋଇଛି।

Advertisment

ଏନେଇ ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା, ହୃଦଘାତ ବୃଦ୍ଧି ପାଇବାର ୩ଟି ପ୍ରମୁଖ କାରଣ ରହିଛି। କରୋନା ଠିକ୍ ହେବା ପରେ ହୃଦରୋଗୀଙ୍କୁ ଥ୍ରୋମ୍ବୋସିସ୍ ହେବା, ମହାମାରୀ କାରଣ ଯୋଗୁ ହୃଦରୋଗୀଙ୍କ ଚିକିତ୍ସାରେ ବିଳମ୍ବ ହେବା କିମ୍ବା ମୃତ୍ୟୁ ସଂଖ୍ୟା ଡାଟାକୁ ଠିକ୍ ଭାବେ ଅନୁଧ୍ୟାନ କରା ନ ଯିବା ଏହାର କାରଣ ହୋଇଥାଇପାରେ। କେବଳ ମୁମ୍ବାଇରେ ନୁହେଁ ବଂର ସମଗ୍ର ବିଶ୍ୱରେ ଏହି ମହାମାରୀ ସମୟରେ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି ବୋଲି ବିଶେଷଜ୍ଞ ଡାକ୍ତର ଯୁକ୍ତି ବାଢ଼ିଛନ୍ତି। ସେହିପରି କରୋନା ପରେ ହୃଦୟରେ ବଢ଼ୁଥିବା ସଂକ୍ରମଣ ମୃତ୍ୟୁସଂଖ୍ୟା ବୃଦ୍ଧିର କାରଣ ବୋଲି ମଧ୍ୟ କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe