ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ  

ନୂଆଦିଲ୍ଲୀ: ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଛି। ଅନେକ ରାସ୍ତା ପାଣିରେ ବୁଡି ଯାଇଥିବାରୁ ଦିଲ୍ଲୀ ପୋଲିସ ପକ୍ଷରୁ ସେହି ରାସ୍ତାରେ  ଯିବାକୁ ବାରଣ କରାଯାଇଛି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ଶୁକ୍ରବାରଠାରୁ ଦିଲ୍ଲୀରେ ଲାଗି ରହିଛି ଲଗାଣ ବର୍ଷା। ରାସ୍ତାଘାଟରେ ପାଣି ଜମିବାରୁ ବାହାରକୁ ବାହାରିବା ଏକ ପ୍ରକାର ମୁସକିଲ୍ ହୋଇପଡିଛି ।

ରାଜଧାନୀ ରାଜରାସ୍ତାରେ ଅନେକ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ପାଣି ଜମିବା ଫଳରେ ଅଫିସ୍, ସ୍କୁଲ୍ କଲେଜ ଯିବା ପାଇଁ ଦିଲ୍ଲୀବାସୀଙ୍କୁ ବେଶ ହନ୍ତ ସନ୍ତ ହେବାକୁ ପଡିଛି। ପୁରୁଣା ଦିଲ୍ଲୀ ଓ ଯମୁନା ବଜାର ରାସ୍ତାରେ ପାଣି ଜମିବାରୁ ବସ ଚଳାଚଳ ବ୍ୟାହତ ହୋଇଛି। ଦିଲ୍ଲୀରେ ଗତ ୪୮ଘଣ୍ଟା ମଧ୍ୟରେ ୬୧ ମିମି ବର୍ଷା ରେକର୍ଡ କରାଯାଇଛି।

ସେପଟେ ଦିଲ୍ଲୀ ସମେତ ହରିୟାଣା ଓ ଚଣ୍ଡିଗଡ଼ରେ ଆଗାମୀ ଦୁଇ ଦିନ ଧରି ପ୍ରବଳ ବର୍ଷା ଲାଗିରହିବା ନେଇ ସତର୍କ ସୂଚନା ଜାରି କରିଛି ପାଣି ପାଗ ବିଭାଗ। ଏଥିପାଇଁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଦିଲ୍ଲୀରେ ପ୍ରବଳ ବର୍ଷାରୁ ବର୍ତ୍ତି ପାରିନି ରାଷ୍ଟ୍ରପତି ଭବନ। ବର୍ଷାରେ ରାଷ୍ଟ୍ରପତି ଭବନର ବାହାରପଟ ବଗିଚା ପୁରା ଜଳମଗ୍ନ ହୋଇଯାଇଛି। ଏଥିପାଇଁ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଚେଞ୍ଜ ଅଫ୍ ଗାର୍ଡ ସେରିମନି କାର୍ଯ୍ୟକ୍ରମକୁ ସ୍ଥଗିତ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ

ପିପିଇ କିଟ ପିନ୍ଧି କୋଭିଡ ଲକ୍ଷଣ ଥିବା ଜଣେ ଲୋକଙ୍କୁ ବାଇକରେ ହସ୍ପିଟାଲ ନେଲେ ଟିଏମସି ନେତା

ଆଖିକୁ ଦିଶେନାହିଁ, କିନ୍ତୁ ୟୁପିଏସସି ପରୀକ୍ଷାରେ ବାଜିମାତ କଲେ ଏହି ଯୁବତୀ

କୋମାକୁ ଚାଲିଗଲେ ପ୍ରଣବ ମୁଖାର୍ଜୀ, ଅବସ୍ଥା ଅତ୍ୟନ୍ତ ଗମ୍ଭୀର

ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ କରୋନା, ମୋଦିଙ୍କ ସହ ଷ୍ଟେଜ ଶେୟାର କରିଥିଲେ

କରୋନା ଟିକା ନିଜ ଇଚ୍ଛାରେ କିଣି ପାରିବେନି ରାଜ୍ୟ ସରକାର

ମାଡ଼ି ଚାଲିଛି କରୋନା ଭାଇରସ: ଦିନକରେ ୬୭ ହଜାର ପଜିଟିଭ, ୯୪୨ ମୃତ

ଆଉ ଜଣେ କେନ୍ଦ୍ର ମନ୍ତ୍ରୀଙ୍କୁ କରୋନା

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବିତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ