Advertisment

ବିମାନ ଅପହରଣ ଯୋଜନା ପଣ୍ଡ

ଢାକା: ବାଂଲାଦେଶରେ ଏକ ବିମାନ ଅପହରଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ।  ବାଂଲାଦେଶ ଏୟାରଲାଇନ୍ସର BG-147 ବିମାନକୁ ଅପହରଣ କରିବାକୁ ଜଣେ ବନ୍ଧୁକଧାରୀ ଉଦ୍ୟମ କରିବାକୁ ଯୋଜନା କରିଥିବା ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ସୁରକ୍ଷାକର୍ମୀ ସତର୍କ ହୋଇଯାଇଥିଲେ। ବିମାନଟି ଦୁବାକୁ ଯିବାକୁ ଥିବା ବେଳେ ଏହାକୁ ଢାକାରେ ଜରୁରୀ ଅବତରଣ କରାଯାଇଥିଲା। ପ୍ରଥମେ ଏୟାରପୋର୍ଟରେ ବିମାନଟିକୁ ଚାରିପଟୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ। ପରେ ବିମାନ ଭିତରେ ପ୍ରବେଶ କରି ଅପହରଣ ଯ୍ଜନା କରୁଥିବା ବନ୍ଧୁକଧାରୀକୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବିମାନ ଅପହରଣ ଯୋଜନା ପଣ୍ଡ

bangaldesh

ଢାକା: ବାଂଲାଦେଶରେ ଏକ ବିମାନ ଅପହରଣ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ।  ବାଂଲାଦେଶ ଏୟାରଲାଇନ୍ସର BG-147 ବିମାନକୁ ଅପହରଣ କରିବାକୁ ଜଣେ ବନ୍ଧୁକଧାରୀ ଉଦ୍ୟମ କରିବାକୁ ଯୋଜନା କରିଥିବା ସୁରକ୍ଷାକର୍ମୀଙ୍କୁ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ସୁରକ୍ଷାକର୍ମୀ ସତର୍କ ହୋଇଯାଇଥିଲେ। ବିମାନଟି ଦୁବାକୁ ଯିବାକୁ ଥିବା ବେଳେ ଏହାକୁ ଢାକାରେ ଜରୁରୀ ଅବତରଣ କରାଯାଇଥିଲା।

Advertisment

ପ୍ରଥମେ ଏୟାରପୋର୍ଟରେ ବିମାନଟିକୁ ଚାରିପଟୁ ସୁରକ୍ଷାକର୍ମୀ ଘେରି ଯାଇଥିଲେ। ପରେ ବିମାନ ଭିତରେ ପ୍ରବେଶ କରି ଅପହରଣ ଯ୍ଜନା କରୁଥିବା ବନ୍ଧୁକଧାରୀକୁ ଗିରଫ କରିଥିଲେ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ବନ୍ଧୁକଧାରୀ ଜଣଙ୍କର ମାନସିକ ଅବସ୍ଥା ଭଲ ନାହିଁ। ବିମାନରେ ଥିବା ସମସ୍ତ ୧୪୨ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

Advertisment