Advertisment

‘ହିନ୍ଦୀ ଦିବସ’ ପୁରସ୍କାରରୁ ହଟିଲା ଇନ୍ଦିରା ଓ ରାଜୀବଙ୍କ ନାଁ, କଂଗ୍ରେସ କ୍ଷୁବ୍ଧ

ନୂଆଦିଲ୍ଲୀ: ‘ହିନ୍ଦୀ ଦିବସ’ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଏ ଦୁଇଟି ପୁରସ୍କାର। ହିନ୍ଦୀ ଭାଷାର ବିକାଶ ପାଇଁ ପ୍ରତିବର୍ଷ ‘ହିନ୍ଦୀ ଦିବସ’ ପାଳନ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଏ ଏହି ପୁରସ୍କାର। ଗୋଟିଏ ହେଲା ‘ଇନ୍ଦିରା ଗାନ୍ଧୀ ରାଜଭାଷା ପୁରସ୍କାର’ ଓ ଅନ୍ୟଟି ହେଲା ରାଜୀବ ଗାନ୍ଧୀ ଜ୍ଞାନ-ବିଜ୍ଞାନ ମୌଳିକ ପୁସ୍ତକ ଲେଖନ ପୁରସ୍କାର’। ତେବେ ବର୍ତ୍ତମାନ ଏନଡିଏ ସରକାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରି ଦେଇଛନ୍ତି। ପୁରସ୍କାର […]

‘ହିନ୍ଦୀ ଦିବସ’ ପୁରସ୍କାରରୁ ହଟିଲା ଇନ୍ଦିରା ଓ ରାଜୀବଙ୍କ ନାଁ, କଂଗ୍ରେସ କ୍ଷୁବ୍ଧ

indira-rajiv

Advertisment

ନୂଆଦିଲ୍ଲୀ: ‘ହିନ୍ଦୀ ଦିବସ’ ପାଳନ ଅବସରରେ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଏ ଦୁଇଟି ପୁରସ୍କାର। ହିନ୍ଦୀ ଭାଷାର ବିକାଶ ପାଇଁ ପ୍ରତିବର୍ଷ ‘ହିନ୍ଦୀ ଦିବସ’ ପାଳନ ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଏ ଏହି ପୁରସ୍କାର। ଗୋଟିଏ ହେଲା ‘ଇନ୍ଦିରା ଗାନ୍ଧୀ ରାଜଭାଷା ପୁରସ୍କାର’ ଓ ଅନ୍ୟଟି ହେଲା ରାଜୀବ ଗାନ୍ଧୀ ଜ୍ଞାନ-ବିଜ୍ଞାନ ମୌଳିକ ପୁସ୍ତକ ଲେଖନ ପୁରସ୍କାର’। ତେବେ ବର୍ତ୍ତମାନ ଏନଡିଏ ସରକାର ଏହି ପୁରସ୍କାରର ନାମ ପରିବର୍ତ୍ତନ କରି ଦେଇଛନ୍ତି। ପୁରସ୍କାର ଦୁଇଟିରୁ ଇନ୍ଦରା ଓ ରାଜୀବଙ୍କ ନାମକୁ ବାଦ୍ ଦେଇଛନ୍ତି। ଆଉ ଏ ଦୁଇଟି ପୁରସ୍କାରର ନୂଆ ନାମ ରଖିଛନ୍ତି- ‘ରାଜଭାଷା କିର୍ତ୍ତୀ ପୁରସ୍କାର’ ଓ ‘ରାଜଭାଷା ଗୌରବ ପୁରସ୍କାର’। ଏ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦେଶନାମା ଜାରି କରାଯାଇଛି ଓ ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି।

Advertisment

ଅନ୍ୟପକ୍ଷରେ ଏହି ଦୁଇ ପୁରସ୍କାରରୁ ଇନ୍ଦିରା ଓ ରାଜୀବ ଗାନ୍ଧୀଙ୍କ ନାଁ ବାଦ ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଛି କଂଗ୍ରେସ। ଦଳ କହିଛି ଯେ ହିଂସାପରାୟଣ ହୋଇ ଭାଜପା ନେତୃତ୍ୱାଧୀନ ସରକାର ଇନ୍ଦିରା ଓ ରାଜୀବଙ୍କ ନାଁ ହଟାଇ ଦେଇଛନ୍ତି। ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଆଦୌ ରାଜନୈତିକ ଅଭିସନ୍ଧି ରଖି ପୁରସ୍କାର ଦୁଇଟିର ନାମ ପରିବର୍ତ୍ତନ କରାଯାଇ ନାହିଁ। ଏହା ସଂପୂର୍ଣ୍ଣ ଭାବେ ପ୍ରଶାସନିକ ପଦକ୍ଷେପ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe