Advertisment

ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

ଲକ୍ଷ୍ନୌ: ପୃଥକ୍ କରିଦେବା, ଭାଙ୍ଗି ଦେବା, ଭିନ୍ନ କରିଦେବାର ପ୍ରୟାସ ତ ସମସ୍ତେ କରନ୍ତି। ହେଲେ ବିଭିନ୍ନତା ମଧ୍ୟରେ ଏକତା ଭାରତର ସୁନ୍ଦରତା। ଯେଉଁମାନେ କୁହନ୍ତି ଭାରତରେ ଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଭାଇଚାରା, ସ୍ନେହ, ପ୍ରେମ ନାହିଁ। ସେମାନେ ଏହି ଖବରଟି ନିଶ୍ଚୟ ପଢ଼ିବା ଉଚିତ୍। ସାରା ଦେଶ ଲକ୍‌ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ […]

author-image
Pragnya Choudhury
ଅଦ୍ୟତନ ହୋଇଛି
ହିନ୍ଦୁ ରୀତିନୀତିରେ ଅନ୍ତିମ ସଂସ୍କାର କଲେ ମୁସଲମାନ

hindu-muslim solidarity

ଲକ୍ଷ୍ନୌ: ପୃଥକ୍ କରିଦେବା, ଭାଙ୍ଗି ଦେବା, ଭିନ୍ନ କରିଦେବାର ପ୍ରୟାସ ତ ସମସ୍ତେ କରନ୍ତି। ହେଲେ ବିଭିନ୍ନତା ମଧ୍ୟରେ ଏକତା ଭାରତର ସୁନ୍ଦରତା। ଯେଉଁମାନେ କୁହନ୍ତି ଭାରତରେ ଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଭାଇଚାରା, ସ୍ନେହ, ପ୍ରେମ ନାହିଁ। ସେମାନେ ଏହି ଖବରଟି ନିଶ୍ଚୟ ପଢ଼ିବା ଉଚିତ୍।

Advertisment

ସାରା ଦେଶ ଲକ୍‌ଡାଉନ୍ ଥିବା ବେଳେ ହିନ୍ଦୁ-ମୁସଲମାନ ଭାଇଚାରା ଦୃଶ୍ୟ ସାମ୍ନାକୁ ଆସିଛି। ନୋଭେଲ କରୋନା ଭୂତାଣୁ ଆତଙ୍କ ଆପଣାରମାନଙ୍କୁ ଦୂରେଇ ଦେଉଥିବାବେଳେ ଉତ୍ତରପ୍ରଦେଶର ବୁଲନ୍ଦଶେହର ଜିଲ୍ଲାରେ କିନ୍ତୁ ଦୁଇ ସମ୍ପ୍ରଦାୟକୁ ଏକାଠି କରିଛି। ଏଠାରେ ଜଣେ ହିନ୍ଦୁ ଭାଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସ୍ଥାନୀୟ ମୁସଲମାନ ଭାଇମାନେ ଲକ୍‌ଡାଉନ୍ ପରିସ୍ଥିତିରେ ମଧ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ଶେଷ କରିଛନ୍ତି। ଏଭଳି ଭାଇଚାରାର ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଘଟଣାଟି ଆନନ୍ଦବିହାର ଅଞ୍ଚଳର। ଏଠାରେ ରହୁଥିବା ରବିଶଙ୍କର କ୍ୟାନସରରେ ପୀଡ଼ିତ ଥିଲେ। ତେବେ ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିବାବେଳେ ଶନିବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଏହାପରେ ଆଖପାଖରେ ଥିବା ସମ୍ପର୍କୀୟ ରବିଶଙ୍କରଙ୍କ ପରିବାର ନିକଟରେ ଆସି ପହଞ୍ଚିଥିବା ବେଳେ ଲକ୍‌ଡାଉନ୍ କାରଣରୁ ଅନେକ ସମ୍ପର୍କୀୟ ଆସିପାରିଲେ ନାହିଁ। ଏଭଳି ପରିସ୍ଥିତିରେ ସ୍ଥାନୀୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଲୋକେ ଏକାଠି ହୋଇଥିଲେ। ପଡ଼ୋଶୀ ମୁସଲମାନ ଭାଇମାନେ ଶବକୁ କାନ୍ଧେଇ ମୁଖାଗ୍ନି ପାଇଁ ନେଇଯାଇଥିଲେ ଏବଂ ଅନ୍ୟାନ୍ୟ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରିଥିଲେ।

Advertisment

ସୂଚନା ଯେ, ଉକ୍ତ ଅଞ୍ଚଳରେ ଉଭୟ ହିନ୍ଦୁ ଓ ମୁସଲମାନ ଅଧିକ ସଂଖ୍ୟାରେ ବାସ କରୁଛନ୍ତି। ଏବଂ ଏହା ପ୍ରଥମ ଥର ନୁହେଁ, ଦୁଇ ସମ୍ପ୍ରଦାୟ ମଧ୍ୟରେ ଭାଇଚାରାର ଦୃଶ୍ୟ ଏଠାରେ ଅନେକ ସମୟରେ ଦେଖିବାକୁ ମିଳିଥାଏ ବୋଲି ସ୍ୱର୍ଗତ ରବିଶଙ୍କରଙ୍କ ପୁଅ କହିଛନ୍ତି।