Advertisment

ଆନ୍ଦୋଳନରତ ଚାଷୀଙ୍କ ସପକ୍ଷରେ ଟ୍ୱିଟ କଲେ ହଲିଉଡ ଷ୍ଟାର ରିହାନା

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ହଲିଉଡ ଷ୍ଟାର ରିହାନା। ସେ ଆଜି ସିଏନଏନରେ ପ୍ରକାଶ ପାଇଥିବା ଖବରକୁ ଟ୍ୱିଟ କରି ସମଗ୍ର ବିଶ୍ୱକୁ ତେର୍ଚ୍ଛାବାଣ ମାରିଛନ୍ତି। ଦିଲ୍ଲୀରେ ଦୀର୍ଘ ୮୦ ଦିନ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ୨୬ ତାରିଖ ହିଂସାକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନସ୍ଥଳର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରି ଦିଆଯାଇଛି। ସେହିପରି ଚାଷୀଙ୍କୁ ଅଟକାଇବାକୁ ୧୨ ସ୍ତରୀୟ ବ୍ୟାରିକେଡ କରାଯାଇଛି। ଏ […]

author-image
Hemant Lenka
ଆନ୍ଦୋଳନରତ ଚାଷୀଙ୍କ ସପକ୍ଷରେ ଟ୍ୱିଟ କଲେ ହଲିଉଡ ଷ୍ଟାର ରିହାନା

dd

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ହଜାର ହଜାର ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ହଲିଉଡ ଷ୍ଟାର ରିହାନା। ସେ ଆଜି ସିଏନଏନରେ ପ୍ରକାଶ ପାଇଥିବା ଖବରକୁ ଟ୍ୱିଟ କରି ସମଗ୍ର ବିଶ୍ୱକୁ ତେର୍ଚ୍ଛାବାଣ ମାରିଛନ୍ତି। ଦିଲ୍ଲୀରେ ଦୀର୍ଘ ୮୦ ଦିନ ହେଲା ଚାଷୀମାନେ ଆନ୍ଦୋଳନ କରୁଛନ୍ତି।

Advertisment

୨୬ ତାରିଖ ହିଂସାକାଣ୍ଡ ପରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନସ୍ଥଳର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରି ଦିଆଯାଇଛି। ସେହିପରି ଚାଷୀଙ୍କୁ ଅଟକାଇବାକୁ ୧୨ ସ୍ତରୀୟ ବ୍ୟାରିକେଡ କରାଯାଇଛି। ଏ ସମ୍ପର୍କରେ ସିଏନଏନ ଖବର ପ୍ରକାଶ କରିଥିଲା। ଏହାକୁ ନିଜ ଟ୍ୱିଟରେ ଯୋଡ଼ି ରିହାନା ଲେଖିଛନ୍ତି ଯେ “ଆମେ କାହିଁକି ଏ ବିଷୟରେ କଥା ହେଉନାହୁଁ? #FarmersProtest”

ହଲିଉଡର ପପ୍‌ ସିଙ୍ଗର ଓ ଅଭିନେତ୍ରୀ ରହିନାଙ୍କର ଟ୍ୱିଟରରେ ୧୦୦ ମିଲିୟନରୁ ଅଧିକ ଅନୁଗାମୀ ରହିଛନ୍ତି। ସେ ଟ୍ୱିଟ କରିବା କ୍ଷଣି ଏହା ବିଜୁଳି ବେଗରେ ପ୍ରଚାରିତ ହେବାରେ ଲାଗିଛି। ରାତି ୧୦ଟା ସୁଦ୍ଧା ଏହାକୁ ୨୮.୮ ହଜାର ଲୋକ ରି-ଟ୍ୱିଟ କରିଥିବା ବେଳେ ୬୩.୬ ହଜାର ଲୋକ ଲାଇକ କରିଛନ୍ତି।

Advertisment


ଏହା ମଧ୍ୟରୁ କିଛି ଲୋକ ତାଙ୍କ ଟ୍ୱିଟକୁ ସମର୍ଥନ କରିଥିବା ବେଳେ ଆଉ କିଛି ଲୋକ ଭାରତର ଆଭ୍ୟନ୍ତରୀଣ ବ୍ୟାପରରେ ହସ୍ତକ୍ଷେପ କରିବାର କୌଣସି ଅଧିକାର ରିହାନାଙ୍କର ନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ସିଙ୍ଘୁ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ରିହାନାଙ୍କ ଟ୍ୱିଟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଚାଷୀମାନେ କହିଛନ୍ତି ଯେ ଆମକୁ ସମର୍ଥନ କରିଥିବାରୁ ଆମେ ରିହାନାଜୀଙ୍କ ପାଖରେ ଋଣି। ସନ୍ଧ୍ୟା ଯାଏ ରିହାନା କିଏ ଆମେ ଜାଣି ନଥିଲୁ। ହେଲେ ଆମ ପିଲାମାନେ ଆମକୁ ତାଙ୍କ ବିଷୟରେ ଅବଗତ କରାଇଛନ୍ତି। ଆମ ସ୍ୱରକୁ ସେ ସମର୍ଥନ କରିଥିବାରୁ ସମଗ୍ର ଦେଶର ଚାଷୀଙ୍କ ପକ୍ଷରୁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସେମାନେ କହିଛନ୍ତି।


ରିହାନାଙ୍କ ପୂର୍ବରୁ ଅନ୍ୟତମ ହଲିଉଡ ଅଭିନେତା ଜନ କୁସାକ ମଧ୍ୟ ଚାଷୀଙ୍କ ସମର୍ଥନରେ ଟ୍ୱିଟ କରିଥିଲେ।