Advertisment

ପଦାକୁ ଆସିଲେ ହନିପ୍ରୀତ୍: ଖୋଲିଲେ ଧରମ ବାପାଙ୍କ ସହ ସଂପର୍କର ଗୁମର, ଦେଖନ୍ତୁ ଏବେ ଦିଶୁଛନ୍ତି କେମିତି

ନୂଆଦିଲ୍ଲୀ: ଧରମ ବାପା ଏବେ ଜେଲରେ। ଏପଟେ ଧରମ ଝିଅ ଲୁଚି ଲୁଚି ବୁଲୁଥିଲେ। କେତେଦିନ ଆଉ ବୁଲିବେ ଆଇନ୍ ଆଖିରେ ଧୂଳି ଦେଇ। ଶେଷରେ ଆସିଲେ ଦୁନିଆ ସାମ୍ନାକୁ। ଏବେ ସେ ଖୋଲିଲେଣି ନିଜ ଧମର ବାପାଙ୍କ ସହ ସଂପର୍କରେ ଅସଲ ଗୁମର। ଏ ଷ୍ଟୋରୀ ହେଲା ଜେରା ସଚ୍ଚା ସୌଦାର ବଳାତ୍କାରୀ ବାପା ରାମ ରହିମ ଓ ତାଙ୍କ ଧରମ ଝିଅ ହନିପ୍ରୀତଙ୍କର। ବାପା ଗିରଫ ହେବା ପରଠୁ ଝିଅ ଲୁଚି ଲୁଚି ବୁଲୁଥିଲେ। […]

ଅଦ୍ୟତନ ହୋଇଛି
ପଦାକୁ ଆସିଲେ ହନିପ୍ରୀତ୍: ଖୋଲିଲେ ଧରମ ବାପାଙ୍କ ସହ ସଂପର୍କର ଗୁମର, ଦେଖନ୍ତୁ ଏବେ ଦିଶୁଛନ୍ତି କେମିତି

honeypreet1-647_100317092913 copy

Advertisment

ନୂଆଦିଲ୍ଲୀ: ଧରମ ବାପା ଏବେ ଜେଲରେ। ଏପଟେ ଧରମ ଝିଅ ଲୁଚି ଲୁଚି ବୁଲୁଥିଲେ। କେତେଦିନ ଆଉ ବୁଲିବେ ଆଇନ୍ ଆଖିରେ ଧୂଳି ଦେଇ। ଶେଷରେ ଆସିଲେ ଦୁନିଆ ସାମ୍ନାକୁ। ଏବେ ସେ ଖୋଲିଲେଣି ନିଜ ଧମର ବାପାଙ୍କ ସହ ସଂପର୍କରେ ଅସଲ ଗୁମର। ଏ ଷ୍ଟୋରୀ ହେଲା ଜେରା ସଚ୍ଚା ସୌଦାର ବଳାତ୍କାରୀ ବାପା ରାମ ରହିମ ଓ ତାଙ୍କ ଧରମ ଝିଅ ହନିପ୍ରୀତଙ୍କର। ବାପା ଗିରଫ ହେବା ପରଠୁ ଝିଅ ଲୁଚି ଲୁଚି ବୁଲୁଥିଲେ। ଏବେ ମ୍ୟାଡମ ଗୋଟେ ଘରୋଇ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇଛନ୍ତି। ତେଣୁ ଖୁବଶୀଘ୍ର ସେ ଆତ୍ମସମର୍ପଣ କରିବେ ବୋଲି କଥା ଉଠିଲାଣି। ତେବେ ଆସନ୍ତୁ ଜାଣିବା ହନିପ୍ରୀତ ତାଙ୍କ ଧମର ବାପାଙ୍କ ବିଷୟରେ କ’ଣ ସବୁ କହିଛନ୍ତି। ସତରେ କ’ଣ ତାଙ୍କର ବାପାଝିଅର ସଂପର୍କ। ନା ସଂପର୍କରେ କିଛି ଦାଗ ଅଛି।publive-image
ହନିପ୍ରୀତି ପଦାକୁ ଆସିବା ପରେ ତାଙ୍କ ପ୍ରକୃତ ଚେହେରା ଦେଖିବାକୁ ମିଳିଛି। ତାଙ୍କ ମୁହଁରେ ଆଉ ସେ ବହଳ ମେକଅପ୍ ନାହିଁ। ଜଣେ ସାଧାରଣ ପଞ୍ଜାବୀ ଝିଅର ଲୁକ୍। ଇଣ୍ଟରଭ୍ୟୁ ଦେଲା ବେଳେ ସେ ଅଧିକାଂଶ ସମୟରେ କାନ୍ଦୁଥିବା ଦେଖିବାକୁ ମିଳିଛି। ଏକ ଗାଡ଼ିରେ ସେ ଏକ ଘରୋଇ ଟିଭି ଚ୍ୟାନେଲର ରିପୋର୍ଟରଙ୍କୁ ସାକ୍ଷାତକାର ଦେଇଛନ୍ତି। ଏବେ ପଢ଼ନ୍ତୁ ସେ କ’ଣ ସବୁ କହିଛନ୍ତି।

Advertisment

ହନିପ୍ରୀତ ଖୁଲାସା-୧: ହନି ପ୍ରଥମେ କହିଛନ୍ତି ଯେ, ତାଙ୍କ ଧରମ ବାପା ରାମରହିମ ନିର୍ଦ୍ଦୋଶ। ଆଗାମୀ ଦିନରେ ତାହା ପ୍ରମାଣିତ ହୋଇଯିବ।
ହନିପ୍ରୀତ ଖୁଲାସା-୨: ହନି କହିଛନ୍ତି ହଜାର ହଜାର ଝିଅଙ୍କର କଥା ନଶୁଣି କେବଳ ଜଣେ ଝିଅର ଚିଠିକୁ ଗୁରୁତ୍ୱ ଦେଇ ଜଣକୁ ଦୋଷୀ ସାବ୍ୟସ୍ତ କରିବା ଅନୁଚିତ।
ହନିପ୍ରୀତ ଖୁଲାସା-୩: ବାପା କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ବିଷୟରେ ଯେମିତି ଖବର ପ୍ରସାରଣ କରାଗଲା ସେଥିରେ ସେ ନିଜେ ଖୁବ୍ ଅବସାଦଗ୍ରସ୍ତ ହୋଇଗଲେ। ଏମିତିକି ସେ ନିଜକୁ ଡରିବା ଆରମ୍ଭ କରିଥିଲେ।
ହନିପ୍ରୀତ ଖୁଲାସା-୪: ରାମରହିମ ହିଂସା କରିବାକୁ କାହାକୁ କହି ନଥିଲେ। ଏ ସଂପର୍କରେ ତାଙ୍କ ବିରୋଧରେ କାହା ପାଖରେ କିଛି ପ୍ରମାଣ ବି ନାହିଁ।
ହନିପ୍ରୀତ ଖୁଲାସା-୫: ମତେ ଦେଶଦ୍ରୋହୀ କୁହାଗଲା। ତାହା କେତେଦୂର ଯଥାର୍ଥ। ଜଣେ ବାପା ସାଙ୍ଗରେ ତା ଝିଅ କୋର୍ଟକୁ ଯିବ। ଏଥିପାଇଁ କ’ଣ ଅନୁମତିର ଆବଶ୍ୟକତା ଥାଏ। ଯେଉଁ ଝିଅ କେବେ ଗୋଟେ ପୋକ ବି ମାରିନି, ତାକୁ ଦେଶଦ୍ରୋହୀ କୁହାଗଲା।publive-image
ହନିପ୍ରୀତ ଖୁଲାସା-୭: ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ଏଠି ଯେଉଁ ପ୍ରକାର ଗୋଟେ ବାପ-ଝିଅ ସଂପର୍କକୁ ନେଇ ଅସୁନ୍ଦର ଚର୍ଚ୍ଚା ହେଉଛି ଓ ହେଲା। ଏହା ଖୁବ୍ ଖରାପ ଲାଗିଲା। ଗୋଟେ ବାପା କ’ଣ ତା ଝିଅ ମୁଣ୍ଡରେ ହାତ ରଖିପାରିବ ନାହିଁ। କୌଣସି ଝିଅ କ’ଣ ତା ବାପାକୁ ଖୋଲାଖୋଲି ଭଲ ପାଇ ପାରିବ ନାହିଁ।
ହନିପ୍ରୀତ ଖୁଲାସା-୭: ମୁଁ ଏବେ ଆଇନ ବିଶେଷଜ୍ଞମାନଙ୍କର ମତାମତ ନେଉଛି। ପୋଲିସ୍ ପାଖରେ ଆତ୍ମସମର୍ପଣ କରିବି କି ନାହିଁ ତାହା ତା ପରେ ହିଁ ବିଚାର କରିବି। ଚେଷ୍ଟା କରିବି ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଯିବାକୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe