Advertisment

କରୋନା ବଢ଼ାଇଛି ଆବଶ୍ୟକତାରୁ ଅଧିକ ଔଷଧ ସେବନ, ମଲେଣି ଲକ୍ଷେ

ନ୍ୟୁୟୱର୍କ: କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଚିଡ଼ଚିଡ଼ା ମାନସିକତା ଭରିଦେଇଛି। ବିଶେଷ ଭାବ ବିଭିନ୍ନ ରୋଗ ନିମନ୍ତେ ଔଷଧ ସେବନ କରୁଥିବା ଲୋକଙ୍କ ମାନସିକତା ଉପରେ ଏହାର କୁପ୍ରଭାବ ପଡ଼ିଛି। ଏହି ମହାମାରୀ ପରେ ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଔଷଧ ଖାଇବାକୁ ପଡ଼ୁଛି। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ାଇଛି। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ମହାମାରୀ ସମୟରେ ଆବଶ୍ୟକତାଠାରୁ ଅଧିକ ଔଷଧ ଖାଇବା ଯୋଗୁ ଆମେରିକାରେ ଗତ ବର୍ଷକ ଭିତରେ […]

author-image
Niranjan Mishra
କରୋନା ବଢ଼ାଇଛି ଆବଶ୍ୟକତାରୁ ଅଧିକ ଔଷଧ ସେବନ, ମଲେଣି ଲକ୍ଷେ

DRUG

ନ୍ୟୁୟୱର୍କ: କରୋନା ମହାମାରୀ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଚିଡ଼ଚିଡ଼ା ମାନସିକତା ଭରିଦେଇଛି। ବିଶେଷ ଭାବ ବିଭିନ୍ନ ରୋଗ ନିମନ୍ତେ ଔଷଧ ସେବନ କରୁଥିବା ଲୋକଙ୍କ ମାନସିକତା ଉପରେ ଏହାର କୁପ୍ରଭାବ ପଡ଼ିଛି। ଏହି ମହାମାରୀ ପରେ ସେମାନଙ୍କୁ ଆବଶ୍ୟକତାଠାରୁ ଅଧିକ ମାତ୍ରାରେ ଔଷଧ ଖାଇବାକୁ ପଡ଼ୁଛି। ଯାହା ସେମାନଙ୍କ ଜୀବନ ପ୍ରତି ବିପଦ ବଢ଼ାଇଛି। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।

Advertisment

ଏହି ମହାମାରୀ ସମୟରେ ଆବଶ୍ୟକତାଠାରୁ ଅଧିକ ଔଷଧ ଖାଇବା ଯୋଗୁ ଆମେରିକାରେ ଗତ ବର୍ଷକ ଭିତରେ ଲକ୍ଷେ ଲୋକଙ୍କ ଜୀବନ ଗଲାଣି। କରୋନାକୁ ପ୍ରତିହତ କରିବା ନିମନ୍ତେ ଘରେ ଆଇସୋଲେସନରେ ରହିବା ନିର୍ଦ୍ଦେଶ ମୃତ୍ୟୁସଂଖ୍ୟା ବଢ଼ାଇବାର ମୁଖ୍ୟ କାରଣ ହୋଇଛି। ଲୋକଙ୍କ ମାନସିକତା ଉପରେ ଏହା ଗଭୀର ପ୍ରଭାବ ପକାଉଛି। ଯେଉଁମାନେ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି ସେମାନେ ଆବଶ୍ୟକତା ଅନୁଯାୟୀ ଔଷଧ ଓ ଚିକିତ୍ସା ସେବା ପାଉନାହାନ୍ତି। ତେଣୁ ସେମାନଙ୍କୁ ରୋଗରୁ ଭଲ ହେବା ନିମେନ୍ତ ନିଜ ଅଞ୍ଚଳରେ ଉପଲବ୍ଧ ହେଉଥିବା ଔଷଧକୁ ଅଧିକ ପରିମାଣରେ ସେବନ କରିବାକୁ ପଡ଼ୁଛି। ଯାହା ତାଙ୍କ ନିମନ୍ତେ କ୍ଷତି ଘଟାଉଛି।

ବିନା ଡାକ୍ତରଙ୍କ ପରାମର୍ଶରେ ରୋଗୀମାନେ ଶାରୀରିକ ଓ ମାନସିକ ଯନ୍ତ୍ରଣାରୁ ରକ୍ଷା ପାଇବାକୁ ଓପିଏଡ ଓ ମିଥାମଫେଟାମାଇନ ବ୍ୟବହାର କରୁଛନ୍ତି। ଅଗଷ୍ଟ ୨୦୨୦ ମସିହାରୁ ମେ’ ୨୦୨୧ ମସିହା ପର୍ଯ୍ୟନ୍ତ ହୋଇଥିବା ଅଧ୍ୟୟନରେ ଏଭଳି ୬୭ ଜଣ ରୋଗୀ ମିଳିଥିଲେ। ମାତ୍ର ୩୮ ପ୍ରତିଶତ ରୋଗୀ ମହାମାରୀ ସମୟରେ ଭଲ ରୋଜଗାର ପାଇଥିବା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଚାକିରିଆ ରହିଥିଲେ। ଅନ୍ୟମାନଙ୍କୁ ଘର ଚଳାଇବା ଓ ଖାଦ୍ୟ ପାଇବାରେ ଖୁବ୍ ଯନ୍ତ୍ରଣା ଭୋଗିବାକୁ ପଡ଼ିଛି। ଅଧିକାଂଶ ସେମାନଙ୍କ ଭିତରେ ଥିବା ଅଶାନ୍ତି ଓ ଅସନ୍ତୋଷ ପ୍ରକାଶ କରିଥିଲେ। ଅଧିକାଂଶ ନିଜକୁ ଏକାକୀ ବୋଲି ଭାବି ଚିନ୍ତାରେ ରହିଥିଲେ। ଯାହା ସେମାନଙ୍କ ମାନସିକ ଓ ଶରୀରିକ ରୋଗ ବଢ଼ାଇ ଥିଲା। ଏହାର ଉପସମ ନିମନ୍ତେ ସେମାନଙ୍କୁ ଅଧିକ ଔଷଧ ଖାଇବାକୁ ପଡ଼ିଥିଲା। ଏହି ମହାମାରୀ ଅନେକଙ୍କ ପ୍ରତ୍ୟେକ ଦିନ ଔଷଧ ଖାଇବା ଅଭ୍ୟାସକୁ ମଧ୍ୟ ବଢ଼ାଇ ଦେଇଥିବା ଅଧ୍ୟୟନରେ ଜଣାପଡ଼ିଛି।

Advertisment