Advertisment

'ପିଏମ୍ କେୟାର୍ସ ଫଣ୍ଡ ଦ୍ୱାରା ଶ୍ରମିକଙ୍କୁ କେତେ ଟଙ୍କା ଦେଇଛନ୍ତି?'

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବ୍ବଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ପିଏମ୍ କେୟାର୍ସ ଫଣ୍ଡ ଦ୍ୱାରା ଶ୍ରମିକଙ୍କୁ କେତେ ଟଙ୍କା ଦିଆଯାଇଛି ବୋଲି ସିବ୍ବଲ୍ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ଲକଡାଉନ୍ ଖୋଲିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କପିଲ ସିବ୍ବଲ। ସେ କହିଛନ୍ତି, ଚାରି ଘଣ୍ଟାରେ ଲକଡାଉନ୍ ଲାଗୁ କରିଥିବା ସରକାର ଆଗକୁ କେଉଁ ରାସ୍ତାରେ ଯିବାକୁ ହେବ ଜାଣି ନାହାନ୍ତି। ସେହିପରି […]

'ପିଏମ୍ କେୟାର୍ସ ଫଣ୍ଡ ଦ୍ୱାରା ଶ୍ରମିକଙ୍କୁ କେତେ ଟଙ୍କା ଦେଇଛନ୍ତି?'

kapil-sibal-and-modi

Advertisment

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବ୍ବଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ପିଏମ୍ କେୟାର୍ସ ଫଣ୍ଡ ଦ୍ୱାରା ଶ୍ରମିକଙ୍କୁ କେତେ ଟଙ୍କା ଦିଆଯାଇଛି ବୋଲି ସିବ୍ବଲ୍ ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହ ଲକଡାଉନ୍ ଖୋଲିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିଛନ୍ତି କପିଲ ସିବ୍ବଲ।

Advertisment

ସେ କହିଛନ୍ତି, ଚାରି ଘଣ୍ଟାରେ ଲକଡାଉନ୍ ଲାଗୁ କରିଥିବା ସରକାର ଆଗକୁ କେଉଁ ରାସ୍ତାରେ ଯିବାକୁ ହେବ ଜାଣି ନାହାନ୍ତି। ସେହିପରି ଦେଶରେ କେତେ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଅଛନ୍ତି, ସେନେଇ ମଧ୍ୟ ସରକାରଙ୍କ ନିକଟରେ ତଥ୍ୟ ନାହିଁ। ତେବେ ସରକାରଙ୍କ ପାଖରେ କେବଳ ୨୮ ଲକ୍ଷ ଲୋକଙ୍କ ସହାୟତା କରିଛନ୍ତି ବୋଲି ତଥ୍ୟ ରହିଛି ବୋଲି ସିବ୍ବଲ କହିଛନ୍ତି।

ସିବ୍ବଲ କହିଛନ୍ତି, ଦେଶରେ ପ୍ରାୟ ୧୨ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି, ଯାହାର ତଥ୍ୟ ସରକାରଙ୍କ ପାଖରେ ନାହିଁ। ମେ' ୧୪ ସୁଦ୍ଧା ୭୩ ଜଣଙ୍କ ଅନାହାରରେ ମୃତ୍ୟୁ ଘଟିଛି। ଆପଣ ସାମ୍ବାଦିକଙ୍କୁ ଯଦି ଶାଗୁଣା କହିବେ, ତା'ହେଲେ ଆପଣ ନିଜ ସଂସ୍କାର ଭୁଲି ଯାଇଛନ୍ତି। ଏହା କହିବା ମଧ୍ୟ ଠିକ୍ ହେବ ନାହିଁ କି କେତେକ ହାଇକୋର୍ଟ ସମାନ୍ତର ସରକାର ଚଳାଉଛନ୍ତି। ଏଭଳି ଯୁକ୍ତି ସରକାରଙ୍କ ଆତ୍ମଗର୍ବ ପଦାରେ ପକାଇଛି। ଅନେକ ବିଚାରପତିଙ୍କ ବଦଳି ହୋଇଯାଉଛି, ଖଣ୍ଡପୀଠ ବଦଳି ଯାଉଛି। କୋର୍ଟ ଏ ସବୁ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସିବ୍ବଲ ସମାଲୋଚନା ପୂର୍ବକ କହିଛନ୍ତି।

Advertisment

ସିବ୍ବଲ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୨୪ ପୂର୍ବରୁ ସରକାର ବିଭାଜନକାରୀ ଏଜେଣ୍ତାରେ ଚାଲିଥିଲା। କରୋନା ଆସି ଏହାକୁ ପରିବର୍ତ୍ତନ କରିଦେଲା। ଆଉ ଏବେ ଦେଶକୁ କେଉଁ ଦିଗରେ ନେବେ ସରକରା ତାହା ଜାଣିନାହାନ୍ତି। ମୋଦି ସରକାରଙ୍କ ଦ୍ୱିତୀୟ କାର‌୍ୟ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ନାମରେ ଏକ ଚିଠି ଜାରି କରିଥିଲେ। ସେ ନେଇ ମଧ୍ୟ ସିବ୍ବଲ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦେଶବାସୀଙ୍କ ନାମରେ ପ୍ରଧାନମନ୍ତ୍ରୀଙ୍କ ଚିଠି ଏକ ମିଥ୍ୟାଚାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe