ଲାଲକିଲ୍ଲାରେ କେମିତି ପତାକା ଉଡ଼ାଇଲେ ଚାଷୀ? ଏମିତି ଥିଲା ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରୁଥିବା ଚାଷୀମାନେ ଆଜି ଏକ ଅଭୂତପୂର୍ବ ଘଟଣାକ୍ରମରେ ଲାଲକିଲ୍ଲାରେ ପ୍ରବେଶ କରି ନିଶାନ ସାହିବ ପତାକା ଉଡ଼ାଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ ଚାଷୀ ମୁହାଁମୁହିଁ ହେବା ସହ ଲାଠିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି। ଚାଷୀମାନେ ମଧ୍ୟ ବ୍ୟାରିକେଡ୍‌ ଭାଙ୍ଗି ପୁଲିସ୍‌ କର୍ମଚାରୀଙ୍କୁ ପଥର ମାଡ଼ ମରିଛନ୍ତି। ସକାଳୁ ସିଙ୍ଘୁ ସୀମାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନ ତମାମ ଦେଶର ଜାତୀୟ ରାଜଧାନୀରେ ଦେଖିବାକୁ ମିଳିଥିଲା। […]

cx

cx

Hemant Lenka
  • Published: Tuesday, 26 January 2021
  • Updated: 26 January 2021, 05:35 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରୁଥିବା ଚାଷୀମାନେ ଆଜି ଏକ ଅଭୂତପୂର୍ବ ଘଟଣାକ୍ରମରେ ଲାଲକିଲ୍ଲାରେ ପ୍ରବେଶ କରି ନିଶାନ ସାହିବ ପତାକା ଉଡ଼ାଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ ଚାଷୀ ମୁହାଁମୁହିଁ ହେବା ସହ ଲାଠିମାଡ଼ ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।

ଚାଷୀମାନେ ମଧ୍ୟ ବ୍ୟାରିକେଡ୍‌ ଭାଙ୍ଗି ପୁଲିସ୍‌ କର୍ମଚାରୀଙ୍କୁ ପଥର ମାଡ଼ ମରିଛନ୍ତି। ସକାଳୁ ସିଙ୍ଘୁ ସୀମାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଦିନ ତମାମ ଦେଶର ଜାତୀୟ ରାଜଧାନୀରେ ଦେଖିବାକୁ ମିଳିଥିଲା।

କେମିତି ଥିଲା ପୂରା ଘଟଣାକ୍ରମ

ସକାଳ ୮.୩୦- ପ୍ରଥମେ ସିଙ୍ଘୁ ସୀମାରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଚାଷୀମାନେ ଏଠାରେ ହୋଇଥିବା ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିଥିଲେ। ତେବେ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା। ଗାଜିପୁର ଓ ଟିକରି ସୀମାରେ ମଧ୍ୟ ଆନ୍ଦୋଳନକାରୀ ଅସମ୍ଭାଳ ହୋଇଥିଲେ।

ସକାଳ ୮.୪୫-ଚାଷୀମାନେ ଦିଲ୍ଲୀ-ହରିଆଣାର ଟିକରି ସୀମାରେ ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ବଢ଼ିଥିଲେ।

ସକାଳ ୯.୩୦-ସିଙ୍ଘୁ ସୀମାରୁ ଆରମ୍ଭ ହୋଇଥିବା ଟ୍ରାକ୍ଟର ରାଲି ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗରରେ ପହଞ୍ଚିଥିଲା।

ସକାଳ ୧୦.୧୫- ଗାଜିପୁର ସୀମାରୁ ଚାଷୀମାନେ ଟ୍ରାକ୍ଟର ରାଲି ବାହାର କରିବାକୁ ଚେଷ୍ଟା କଲା ବେଳେ ପୁଲିସ୍‌ ଅଟକାଇଥିଲା। ଏହାକୁ ନେଇ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଥିଲା। ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗିବାରୁ ପୁଲିସ୍‌ ଟିୟର ଗ୍ୟାସ ପ୍ରୟୋଗ କରିଥିଲା।

ସକାଳ ୧୧.୦୦-ସଞ୍ଜୟ ଗାନ୍ଧି ଟ୍ରାନ୍ସପୋର୍ଟ ନଗରରେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ ବଢ଼ିବାରୁ ଟିୟର ଗ୍ୟାସ ମାଡ଼ କରାଯାଇଥିଲା। କିଛି ଆନ୍ଦୋଳନକାରୀ ସବୁସୀମା ଟପି ପୁଲିସ୍‌ର ୱାଟର କାନନ ଉପରେ ଚଢ଼ିବାରୁ ସୁରକ୍ଷାକର୍ମୀମାନେ ପାଲଟା ଜବାବ ଦେଇଥିଲେ।

ସକାଳ ୧୧.୩୦- ଦିଲ୍ଲୀର ପାଣ୍ଡବ ନଗର ଠାରେ ଥିବା ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେରେ ହୋଇଥିବା ବ୍ୟାରିକେଡ୍‌କୁ ଅତିକ୍ରମ କରିବା ପାଇଁ ଚାଷୀମାନେ ଉଦ୍ୟମ କରିଥିଲେ। ଉତ୍ତର ଦିଲ୍ଲୀର ମୁକରବା ଚୌକରେ ଚାଷୀମାନେ ରାଲିର ରାସ୍ତା ବଦଳାଇବା ସହ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରିବାରୁ ପୁଲିସ୍‌ ଟିୟର ଗ୍ୟାସ ମାଡ଼ କରିଥିଲା।

କର୍ଣ୍ଣାଲ ବାଇପାସ୍‌ରେ ବି ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ଅତିକମରେ ୭ଟି ବସ୍‌ ଓ ପୁଲିସ୍‌ ଗାଡ଼ିକୁ ଆନ୍ଦୋଳନକାରୀ ଦିଲ୍ଲୀରେ ଭଙ୍ଗା ରୁଜା କରିଛନ୍ତି। ଏପରିକି ସେମାନେ ପୁଲିସ୍‌ ଠାରୁ ଟିୟର ଗ୍ୟାସ ଗନ୍‌ ମଧ୍ୟ ଛଡ଼ାଇ ନେଇଥିଲେ।

ସକାଳ ୧୧.୪୫- ଟ୍ରାକ୍ଟର ରାଲି ହେବାକୁ ଥିବା ଗାଜିପୁର, ଟିକରି ଓ ସିଙ୍ଘୁ ସୀମାରୁ ପୁଲିସ୍‌ ବ୍ୟାରିକେଡ୍‌ ହଟାଇବା ଆରମ୍ଭ କରିଥିଲା।

ମଧ୍ୟାହ୍ନ ୧୨.୧୫- ଗାଜିପୁରରୁ ଆନ୍ଦୋଳନକାରୀମାନେ ଟ୍ରାକ୍ଟର ଗୁଡ଼ିକୁ ଅକ୍ଷରଧାମ ଆଡ଼େ ନେଇଥିଲେ। ଯୋଜନା ଅନୁସାରେ ହେବାକୁଥିବା ଟ୍ରାକ୍ଟର ରାଲି ବେଳେ ଚାଷୀମାନେ ୟୁ-ଟର୍ଣ୍ଣ ନେଇଥିଲେ। ସେମାନେ ବାମପଟ ବଦଳରେ ଡାହାଣ ପଟେ ଯାଇ ଆଇଟିଏରେ ପହଞ୍ଚିଥିଲେ। ଏହି ସମୟରେ ସେମାନେ ଯମୁନା ବ୍ରିଜ୍‌ ଓ ଦିଲ୍ଲୀ ପୁଲିସ୍‌ ମୁଖ୍ୟାଳୟର ବିପରୀତ ଦିଗରେ ଥିବା ବ୍ୟାରିକେଡକୁ ଭାଙ୍ଗିଥିଲେ।

ମଧ୍ୟାହ୍ନ ୧୨.୨୦-ନୋଏଡାରେ ପୁଲିସ୍‌ ଓ ଚାଷୀ ମୁହାଁମୁହିଁ ହୋଇଥିଲେ। କିଛି ଆନ୍ଦୋଳନକାରୀ ଖଣ୍ଡା ମଧ୍ୟ ବୁଲାଇଥିଲେ।

ମଧ୍ୟାହ୍ନ ୧୨.୫୦-ଚାଷୀମାନେ ଟ୍ରାକ୍ଟର ଦ୍ୱାରା ବ୍ୟାରିକେଡ୍‌କୁ ଠେଲିବାକୁ ଚେଷ୍ଟା କରିବାକୁ ପୁଲିସ୍‌ ଗାଜିପୁର ନିକଟସ୍ଥ ଚିନ୍ତାମଣି ଚୌକରେ ଲାଠିଚାର୍ଜ କରିଥିଲା। ନଙ୍ଗଲୋଇରେ ମଧ୍ୟ ପୁଲିସ୍‌ ଆନ୍ଦୋଳନକାରୀଙ୍କୁ ଆଗକୁ ବଢ଼ିବାକୁ ଦେଇ ନଥିଲା।

ମଧ୍ୟାହ୍ନ ୧.୦୦-ଆଇଟିଓ ଜଙ୍କସନରେ ଚାଷୀମାନେ ବସ ଭଙ୍ଗାରୁଜା କରିବା ସହ ପୁଲିସ୍‌ ସହ ମାରପିଟ କରିଥିଲେ। ସେମାନେ ଲାଲକିଲ୍ଲା ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ୍‌ ଅଟକାଇଥିଲା। ଏଥିପାଇଁ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଥିଲା।

ମଧ୍ୟାହ୍ନ ୨.୦୦- ଦୀର୍ଘ ଗୋଟିଏ ଘଣ୍ଟାର ଛକାପଞ୍ଝା ପରେ ଚାଷୀମାନେ ଆଇଟିଓ ଦେଇ ରେଡଫୋର୍ଟରେ ପହଞ୍ଚିଥିଲେ। ସିଙ୍ଘୁ ସୀମାର ଆନ୍ଦୋଳନକାରୀମାନେ ଆଟର ରିଙ୍ଗ ରୋଡ୍‌(ନଙ୍ଗଲୋଇ ଓ ଟିସ ହଜାରୀ) ଦେଇ ଟ୍ରାକ୍ଟର ଧରି ଲାଲକିଲ୍ଲାରେ ଧସେଇ ପଶିଥିଲେ। ସେମାନେ ଲାଲକିଲ୍ଲାରେ ପହଞ୍ଚିବା ପରେ ଏହା ଉପରେ ଚଢ଼ି ଶିଖ ପତାକା ନିଶାନ ସାହିବ ଉଡ଼ାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos