Advertisment

କରଓ୍ୱା ଚୌଥରେ ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

ଭୋପାଲ: ସ୍ୱାମୀଙ୍କ ସୁସ୍ଥ ଓ ଦୀର୍ଘାୟୁ ପାଇଁ ସଧବା ମହିଳାମାନେ କରଓ୍ୱା-ଚୌଥ୍ ବ୍ରତ କରିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଏହାର ବିପରୀତ ଦେଖିବାକୁ ମିଳିଛି। କରଓ୍ୱା-ଚୌଥ୍ ଭଳି ଦିନରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳିଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଛୁଆପିଲା ନ ହେବା ନେଇ ଜୋରଦାର ଝଗଡ଼ା ହେବା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି। ଘଟଣାଟି ମଧ୍ୟପ୍ରଦେଶ ଗନ୍ଧଓ୍ୱାନୀସ୍ଥିତ […]

author-image
Pragnya Choudhury
ଅଦ୍ୟତନ ହୋଇଛି
କରଓ୍ୱା ଚୌଥରେ ସ୍ୱାମୀକୁ ଜୀଅନ୍ତା ଜାଳିଦେଲା ସ୍ତ୍ରୀ

murder

ଭୋପାଲ: ସ୍ୱାମୀଙ୍କ ସୁସ୍ଥ ଓ ଦୀର୍ଘାୟୁ ପାଇଁ ସଧବା ମହିଳାମାନେ କରଓ୍ୱା-ଚୌଥ୍ ବ୍ରତ କରିଥାନ୍ତି। ହେଲେ ମଧ୍ୟପ୍ରଦେଶରେ ଏହାର ବିପରୀତ ଦେଖିବାକୁ ମିଳିଛି। କରଓ୍ୱା-ଚୌଥ୍ ଭଳି ଦିନରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଜୀଅନ୍ତା ଜାଳିଦେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଛୁଆପିଲା ନ ହେବା ନେଇ ଜୋରଦାର ଝଗଡ଼ା ହେବା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଜୀଅନ୍ତା ଜାଳିଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡ଼ିଛି।

Advertisment

ଘଟଣାଟି ମଧ୍ୟପ୍ରଦେଶ ଗନ୍ଧଓ୍ୱାନୀସ୍ଥିତ ବୋରଡାବରା ଗ୍ରାମର। ରାତି ପ୍ରାୟ 1.30 ବେଳେ ସ୍ୱାମୀଙ୍କୁ ଜୀଅନ୍ତା ଜାଳି ଜୀବନରେ ମାରିଦେବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଏପଟେ ଅଭିଯୁକ୍ତ ପତ୍ନୀଙ୍କୁ ପୁଲିସ ଗିରଫ କରିଛି।

पत्नी ने पति को जिंदा जलाया

ପୁଲିସ ସୂଚନା ମୁତାବକ, ବିବାହକୁ 8ବର୍ଷ ହୋଇଯାଇଥିଲେ ମଧ୍ୟ ମହିଳା ମାତୃତ୍ୱ ଲାଭ କରିପାରି ନ ଥିଲେ। ଏହି କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତ୍ୟହ ଅଶାନ୍ତି ଓ କଳି ଲାଗୁଥିଲା। ତେବେ କରଓ୍ୱା-ଚୌଥ୍ ଦିନ ଝଗଡ଼ା ଏତେ ମାତ୍ରାରେ ବଢ଼ିଗଲା ଯେ, ସ୍ତ୍ରୀ ହିରଲବାଇ କିରାସିନ୍ ଢାଳି ସ୍ୱାମୀ ତୋପ ସିଂହଙ୍କୁ ଜୀଅନ୍ତା ଜାଳିଦେଲା।

Advertisment

ତୋପ ସିଂହ ନିଆଁରେ ଜଳି ଚିତ୍କାର କରିବାରୁ ଆଖ ପାଖର ଲୋକେ ସେଠାରେ ପହଞ୍ଚିଥିଲେ ଆଉ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ଭିତରେ ତୋପ ସିଂହଙ୍କ ଶରୀର ଅଧିକାଂଶ ଭାଗ ନିଆଁରେ ଜଳିସାରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଲେ।

ପୁଲିସ ଏନେଇ 302 ଧାରାରେ ମାମଲା ରୁଜୁ କରି ହିରଲବାଇଙ୍କୁ ଗିରଫ କରିଛି।

Crime Madhya Pradesh