Advertisment

ମଦ ପିଇ ଛୁଆକୁ ଛାଡ଼ିଗଲା ଜନ୍ମକଲା ମା’, କ୍ଷୀର ପିଆଇ ଭୋକ ମେଣ୍ଟାଇଲେ ମହିଳା କନଷ୍ଟେବଳ

ହାଇଦ୍ରାବାଦ୍‌(ଓଡ଼ିଶା ରିପୋର୍ଟର): ମାତାଲ୍‌ ହେଲେ, କଥା ସରିଲା। ମହିଳା ହୁଅନ୍ତୁ କି ପୁରୁଷ ପେଟରେ ନାଲି ପାଣି ପଡ଼ିଲେ ସମ୍ପର୍କ ତୁଚ୍ଛ। ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦ୍‌ରେ। ଯମୁନା(ଛଦ୍ମନାମ) ମାଲ୍‌ ପିଇ ମାତାଲ୍‌ ଅବସ୍ଥାରେ ନିଜ ଛୁଆକୁ ଧରି ଘରକୁ ଯାଉଥିଲେ। ବାଟ ପାଇଲେନି ବୋଲି ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କୁ ୨ ମାସର କଅଁଳା ଛୁଆକୁ ଧରେଇ ଦେଇ ସେ କେଉଁଆଡେ ଚାଲିଗଲେ। କୁଆଁ କୁଆଁ ହୋଇ କାନ୍ଦିବାକୁ ଲାଗିଲା ଶିଶୁଟି। ରାସ୍ତାରେ […]

ଅଦ୍ୟତନ ହୋଇଛି
ମଦ ପିଇ ଛୁଆକୁ ଛାଡ଼ିଗଲା ଜନ୍ମକଲା ମା’, କ୍ଷୀର ପିଆଇ ଭୋକ ମେଣ୍ଟାଇଲେ ମହିଳା କନଷ୍ଟେବଳ

maa

Advertisment

ହାଇଦ୍ରାବାଦ୍‌(ଓଡ଼ିଶା ରିପୋର୍ଟର): ମାତାଲ୍‌ ହେଲେ, କଥା ସରିଲା। ମହିଳା ହୁଅନ୍ତୁ କି ପୁରୁଷ ପେଟରେ ନାଲି ପାଣି ପଡ଼ିଲେ ସମ୍ପର୍କ ତୁଚ୍ଛ। ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ହାଇଦ୍ରାବାଦ୍‌ରେ। ଯମୁନା(ଛଦ୍ମନାମ) ମାଲ୍‌ ପିଇ ମାତାଲ୍‌ ଅବସ୍ଥାରେ ନିଜ ଛୁଆକୁ ଧରି ଘରକୁ ଯାଉଥିଲେ। ବାଟ ପାଇଲେନି ବୋଲି ରାସ୍ତା କଡ଼ରେ ଜଣେ ବ୍ୟକ୍ତିଙ୍କୁ ୨ ମାସର କଅଁଳା ଛୁଆକୁ ଧରେଇ ଦେଇ ସେ କେଉଁଆଡେ ଚାଲିଗଲେ। କୁଆଁ କୁଆଁ ହୋଇ କାନ୍ଦିବାକୁ ଲାଗିଲା ଶିଶୁଟି। ରାସ୍ତାରେ ଛୁଆଟିକୁ ଧରି ରହିଥିବା ବ୍ୟକ୍ତି ଜଣକ ଶିଶୁର ମା’କୁ ଖୋଜି ବସିଲେ । ପାଇଲେନି। ଶେଷରେ ଥାନାରେ ନେଇ ଥୋଇଦେଲେ।

Advertisment

କୁଆଁ କୁଆଁ କାନ୍ଦରେ ଫାଟିପଡ଼ିଲା ଅଫ୍‌ଜଲ୍‌ଗଞ୍ଜ ପୁଲିସ୍‌ ଥାନା। କ’ଣ କରିବେ, କେମିତି ଖୋଜିବେ ପିଲାଟିର ମା’କୁ ତାକୁ ନେଇ ଚାରିଆରେ ହଇଚଇ ଖେଳିଗଲା। ଆଉ ତା ପରେ ଯାହା ହେଲା, ଶୁଣିଲେ ଆପଣ ବି ବାହାବା କରିବେ। ଆମେ କହୁଛି ସେଇ ମହିଳା କନେଷ୍ଟେବଳଙ୍କ କଥା ଯିଏ, ମା’ ନ ହୋଇ ଏହି ହତଭାଗା ଶିଶୁଟିର ମା’ ପାଲଟିଗଲେ।

ପୂରା ଘଟଣା ଥିଲା ଏମିତି 

ଅନେକ ସମୟ ଧରି ଛୁଆଟି ମା’କୁ ନ ପାଇବାରୁ କାନ୍ଦିବାକୁ ଲାଗିଲା। ଏହା ଦେଖି ପୁଲିସ୍‌ ଷ୍ଟେସନ୍‌ରେ ଥିବା କନଷ୍ଟେବଳ ଏମ୍‌. ରବିନ୍ଦର୍‌ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ରବିନ୍ଦର୍‌ଙ୍କ ସ୍ତ୍ରୀ ପ୍ରିୟଙ୍କା ମଧ୍ୟ ଜଣେ ପୁଲିସ୍‌ କନଷ୍ଟେବଳ। ଯିଏ କି ମ୍ୟାଟର୍‌ନିଟି ଲିଭ୍‌ରେ ଥିଲେ। ଶେଷରେ ପ୍ରିୟଙ୍କା ପୁଲିସ୍‌ ଷ୍ଟେସନ୍‌ ପହଞ୍ଚି ଛୁଆଟିକୁ ସ୍ତନ୍ୟପାନ କରାଇ ଚୁପ୍ କରାଇଥିଲେ। ଏହି ବିଷୟରେ ପ୍ରିୟଙ୍କା କୁହନ୍ତି, “ସ୍ୱାମୀଙ୍କର ଫୋନ୍‌ ପାଇବା ପରେ ମୁଁ ସଙ୍ଗେ ସଙ୍ଗେ ଅଫଜଲ୍‌ଗଞ୍ଜ୍‌ ଥାନାରେ ପହଞ୍ଚିଥିଲି। ମୁଁ ନିଜେ ଏକ ଶିଶୁପୁତ୍ରର ମା’  ହୋଇଥିବାରୁ ଛୁଆଟି ଭୋକରେ କାନ୍ଦୁଥିବା ବୁଝିପାରିଥିଲି।”

Advertisment

ଏହା ପରେ ଛୁଆଟିକୁ ପେଟଲାବୁର୍ଜର ସରକାରୀ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ପୁଲିସ୍‌ର ତନାଘନା ପରେ ଛୁଆଟିର ମା’କୁ ଗୋଟିଏ ସ୍ଥାନରୁ କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ମହିଳା ଜଣକ ଥାନାକୁ ଆସିବା ପରେ ଯାହା କହିଥିଲେ, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ମହିଳା ଜଣଙ୍କ କହିବା ଅନୁସାରେ, ସେ ନିଶାସକ୍ତ ଅବସ୍ଥାରେ ଥିବାରୁ ବାଟ ଭୁଲି ଯାଇଥିଲେ ଏବଂ ଛୁଆ ପାଖକୁ ଫେରି ପାରି ନ ଥିଲେ। ସମସ୍ତ ପରିଚୟପତ୍ର ଯାଞ୍ଚ କରିବା ପରେ ମହିଳା ଜଣଙ୍କୁ ପୁଲିସ୍‌ ଛୁଆଟିକୁ ହସ୍ତାନ୍ତର କରିଛି। କନଷ୍ଟେବଳ ଦମ୍ପତିଙ୍କ ମହାନ୍‌ କାର୍ଯ୍ୟ ପାଇଁ ଉଭୟଙ୍କୁ ହାଇଦ୍ରାବାଦ୍‌ ପୁଲିସ୍‌ ପକ୍ଷରୁ ସମ୍ମାନୀତ କରିଛନ୍ତି।

ଫଳରେ ଦୀର୍ଘ ୨୪ ଘଣ୍ଟା ପରେ ଛୁଆଟି ତା’ର ମା’ କୋଳକୁ ଫେରିଛି।  ହାଇଦ୍ରାବାଦ୍‌ର ମହିଳା କନଷ୍ଟେବଳ ପ୍ରିୟଙ୍କା ଏପରି କାମ କରି ଦେଖାଇଛନ୍ତି, ଯାହା ସବୁ ମା’ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି। ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe