Advertisment

ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ: ପରମାଣୁ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ସାରା ବିଶ୍ୱର ଟାର୍ଗେଟରେ ଥିବା ଉତ୍ତର କୋରିଆ ଆଜି ଆଉ ଏକ ଚ୍ୟାଲେଞ୍ଜ୍ ଦେଇଛି। ହାଇଡ୍ରୋଜେନ୍ ବୋମା ପରୀକ୍ଷା କରିଥିବା ନେଇ ଦାବି କରିଛି ଉତ୍ତର କୋରିଆ। ଆଜି ସକାଳ ୧୦ଟା ବେଳେ ଏହି ପରୀକ୍ଷା କରାଯାଇଥିଲା। ହାଇଡ୍ରୋଜେନ୍ ବୋମା ପରୀକ୍ଷା ଖବର ଆସିବା ପୂର୍ବରୁ ଉତ୍ତର କୋରିଆରେ ଭୂକଂପ ହୋଇଥିବା ନେଇ ସୂଚନା ମିଳିଥିଲା। ଉତ୍ତର କୋରିଆର ପରମାଣୁ ପରୀକ୍ଷଣ କେନ୍ଦ୍ର ପାଖରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ଏହାର […]

author-image
Rakesh Mallick
ଅଦ୍ୟତନ ହୋଇଛି
ହାଇଡ୍ରୋଜେନ୍ ବୋମାର ପରୀକ୍ଷଣ କଲା ଉତ୍ତର କୋରିଆ

southkorea

ପ୍ୟୋଙ୍ଗୟାଙ୍ଗ: ପରମାଣୁ କାର୍ଯ୍ୟକ୍ରମଗୁଡ଼ିକୁ ନେଇ ସାରା ବିଶ୍ୱର ଟାର୍ଗେଟରେ ଥିବା ଉତ୍ତର କୋରିଆ ଆଜି ଆଉ ଏକ ଚ୍ୟାଲେଞ୍ଜ୍ ଦେଇଛି। ହାଇଡ୍ରୋଜେନ୍ ବୋମା ପରୀକ୍ଷା କରିଥିବା ନେଇ ଦାବି କରିଛି ଉତ୍ତର କୋରିଆ। ଆଜି ସକାଳ ୧୦ଟା ବେଳେ ଏହି ପରୀକ୍ଷା କରାଯାଇଥିଲା। ହାଇଡ୍ରୋଜେନ୍ ବୋମା ପରୀକ୍ଷା ଖବର ଆସିବା ପୂର୍ବରୁ ଉତ୍ତର କୋରିଆରେ ଭୂକଂପ ହୋଇଥିବା ନେଇ ସୂଚନା ମିଳିଥିଲା। ଉତ୍ତର କୋରିଆର ପରମାଣୁ ପରୀକ୍ଷଣ କେନ୍ଦ୍ର ପାଖରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୫.୧ ରହିଥିଲା। ଚୀନରେ ଭୂକଂପ ଘଟଣାଗୁଡ଼ିକ ଉପରେ ନଜର ରଖୁଥିବା ଏକ ସଂସ୍ଥା କହିଛି ଯେ ଉତ୍ତର କୋରିଆରେ ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କରାଯାଇଛି।

Advertisment

ଆମେରିକା ଓ ଜାପାନ ଏହି ଘଟଣା ଉପରେ ଚିନ୍ତା ପ୍ରକଟ କରିବା ସହି ସ୍ଥିତି ଉପରେ ଧ୍ୟାନ ରଖିଥିବା କହିଛନ୍ତି। ଉତ୍ତର କୋରିଆର ଏହି ପରୀକ୍ଷଣ ଫଳରେ ତାଙ୍କ ଦେଶ ପ୍ରତି ବିପଦ ଆଶଙ୍କା ରହିଛି ବୋଲି ଜାପାନ ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା କହିଛି ଏହା ସାରା ବିଶ୍ୱ ପାଇଁ ବିପଦ ହୋଇପାରେ। ଉତ୍ତର କୋରିଆକୁ ଏଥିପାଇଁ ବିଶ୍ୱସମୁଦାୟ ଉଚିତ୍ ଜବାବ ଦେବ। ଉତ୍ତର କୋରିଆର ହାଇହ୍ରୋଜେନ୍ ବୋମା ପରୀକ୍ଷଣ ଦାବି ପରେ ଦକ୍ଷିଣ କୋରିଆ ସରକାରଙ୍କର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଛି। କୁହାଯାଉଛି, ୨୦୦୬ରୁ ଏପର୍ଯ୍ୟନ୍ତ ଉତ୍ତର କୋରିଆର ପୁନଗେଇରୀ ସ୍ଥିତ ଆଣବିକ ପରୀକ୍ଷଣ ସ୍ଥଳରେ ୩ ଥର ପରମାଣୁ ବୋମା ପରୀକ୍ଷଣ କରାଯାଇ ସାରିଛି।