Advertisment

ଯେଉଁ ଫଟୋ ଦେଖି ରାଗି ଯାଇଥିଲେ, ୫ ବର୍ଷ ପରେ ସେହି ଫଟୋ ମଗାଇଲେ ଆଇଏଏସ୍‌ ଦମ୍ପତି

ନୂଆଦିଲ୍ଲୀ: ନିଜ ଖବରକାଗଜ ପାଇଁ ବର୍ଷା ସମୟର ଫଟୋ କଏଦ କରୁ କରୁ ଜଣେ ଫଟୋଗ୍ରାଫର ନିଜ ଫ୍ରେମରେ ଏପରି ଏକ ଯୋଡ଼ିଙ୍କ ଫଟୋ କଏଦ କରିଥିଲେ, ଯେଉଁ ଫଟୋ ପାଇଁ ୫ ବର୍ଷ ପରେ ସେ ବେଶ୍‌ ଗର୍ବିତ ଅନୁଭବ କରୁଛନ୍ତି। ଉକ୍ତ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇ ରହି ଯାଇଥିବା ସେବେକାର ପ୍ରେମୀଯୁଗଳ ଏବେ ହେଉଛନ୍ତି ଆଇଏଏସ୍‌ କପଲ ଚାନ୍ଦନୀ ଚନ୍ଦ୍ରନ ଓ ତାଙ୍କ ସ୍ୱାମୀ ଅରୁଣ ସୁଦର୍ଶନ ।  ଦୀର୍ଘ ୫ ବର୍ଷ […]

author-image
Niharika Rout
ଅଦ୍ୟତନ ହୋଇଛି
ଯେଉଁ ଫଟୋ ଦେଖି ରାଗି ଯାଇଥିଲେ, ୫ ବର୍ଷ ପରେ ସେହି ଫଟୋ ମଗାଇଲେ ଆଇଏଏସ୍‌ ଦମ୍ପତି

rain

ନୂଆଦିଲ୍ଲୀ: ନିଜ ଖବରକାଗଜ ପାଇଁ ବର୍ଷା ସମୟର ଫଟୋ କଏଦ କରୁ କରୁ ଜଣେ ଫଟୋଗ୍ରାଫର ନିଜ ଫ୍ରେମରେ ଏପରି ଏକ ଯୋଡ଼ିଙ୍କ ଫଟୋ କଏଦ କରିଥିଲେ, ଯେଉଁ ଫଟୋ ପାଇଁ ୫ ବର୍ଷ ପରେ ସେ ବେଶ୍‌ ଗର୍ବିତ ଅନୁଭବ କରୁଛନ୍ତି। ଉକ୍ତ ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇ ରହି ଯାଇଥିବା ସେବେକାର ପ୍ରେମୀଯୁଗଳ ଏବେ ହେଉଛନ୍ତି ଆଇଏଏସ୍‌ କପଲ ଚାନ୍ଦନୀ ଚନ୍ଦ୍ରନ ଓ ତାଙ୍କ ସ୍ୱାମୀ ଅରୁଣ ସୁଦର୍ଶନ ।  ଦୀର୍ଘ ୫ ବର୍ଷ ପରେ ଉକ୍ତ ଫଟୋକୁ ନେଇ ଏକ ମଜାଦାର ଘଟଣା ସମ୍ପର୍କରେ ଚାନ୍ଦନୀ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିବା ପରେ ତାହା ଖୁବ୍‌ ଟ୍ରେଣ୍ଡ କରୁଛି।

Advertisment

୨୦୧୫ ମସିହାରେ ୟୁପିଏସ୍‌ସି ପରୀକ୍ଷା  ଦେଇଥିବା ଚାନ୍ଦନୀ ହଜାର ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ  ଅନ୍ୟତମ ଥିଲେ ଯିଏ କି ୨୦୧୬ରେ ନିଜ ରେଜଲ୍ଟ ବାହାରିବାକୁ ନେଇ ଖୁବ୍‌ ବିଚଳିତ ଥିଲେ। ରେଜଲ୍ଟ ବାହାରିବା ପୂର୍ବରୁ ୨୦୧୬ ମସିହା ମେ’ ୧୦ ତାରିଖରେ ଖୁବ୍‌ ଚିନ୍ତାଗ୍ରସ୍ତ ଥିବା ଚାନ୍ଦନୀ ଏଥିରୁ ମୁକ୍ତି ପାଇବାକୁ ସେତେବେଳେ ତାଙ୍କ ବୟଫ୍ରେଣ୍ଡ ଥିବା ସୁଦର୍ଶନଙ୍କ ସହ ରାସ୍ତାରେ ବୁଲିବାକୁ ଚାଲିଯାଇଥିଲେ। ବର୍ଷା ହେଉଥିବାରୁ ଉଭୟ ଗୋଟିଏ ଛତା ଧରିଥିଲେ।

ସେହି ବର୍ଷ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ନ ଥିଲେ ଚାନ୍ଦନୀ। ମାତ୍ର ଏହା ପରଦିନ ଟାଇମ୍ସ ଅଫ ଇଣ୍ଡିଆରେ ବାହାରିଥିବା ୟୁପିଏସ୍‌ସି ଟପ୍ପରଙ୍କ ଫଟୋ ନିକଟରେ ତାଙ୍କର ଫଟୋ ଛପା ଯାଇଥିଲା, ଯେଉଁଥିରେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହିତ ଛତା ଧରି ବର୍ଷାରେ ଚାଲି ଚାଲି ଯାଉଥିଲେ।

Advertisment

ଚାନ୍ଦନୀ ଟ୍ୱିଟ କରିଛନ୍ତି, ରେଜଲ୍ଟ ବାହାରିବା ପରଦିନ ଟାଇମ୍ସ ଅଫ୍‌ ଇଣ୍ଡିଆର ପୃଷ୍ଠା ଟପ୍ପରଙ୍କ ଫଟୋରେ ଭର୍ତ୍ତି ହୋଇଥିବା ବେଳେ ସେହି ପେଜ୍‌ର ଗୋଟିଏ ସାଇଡରେ ଆମ ଫଟୋ ବି ବାହାରିଥିଲା। ବର୍ଷା ସମ୍ପର୍କୀତ ଏକ ଖବରରେ ଆମ ଫଟୋ ବାହାରିଥିଲା। ଆମେ ସେତେବେଳେ ପ୍ରେମ କରୁଥିବା ବେଳେ ପରିବାର ଲୋକ ଏ ସମ୍ପର୍କରେ କିଛି ଜାଣି ନଥିଲେ। ତେଣୁ ପରିବାର ଲୋକଙ୍କ ନଜରରେ କାଳେ ଏହି ଫଟୋ ପଡ଼ିଯିବ ଭାବି ଚିନ୍ତାରେ ପଡ଼ି ଯାଇଥିଲୁ। ଏହାପରେ ସମ୍ପୃକ୍ତ ଫଟୋଗ୍ରାଫରଙ୍କୁ ଫୋନ୍‌ କରି ଏନେଇ ଅଭିଯୋଗ ମଧ୍ୟ କରିଥିଲୁ।

ତା’ପର ପରବର୍ଷ ଅର୍ଥାତ୍ ୨୦୧୭ ମସିହାରେ ଚାନ୍ଦନୀ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଉତ୍ତର ତ୍ରିପୁରାର କାଞ୍ଚନପୁରରେ ଉପ-ମାଜିଷ୍ଟ୍ରେଟ ପଦରେ ନିଯୁକ୍ତ ହୋଇଛନ୍ତି। ତାଙ୍କ ସ୍ୱାମୀ ସୁଦର୍ଶନ ମଧ୍ୟ ଏବେ କେରଳରେ ପ୍ରଶାସନିକ ଅଧିକାରୀ ଭାବେ କାମ କରୁଛନ୍ତି।

ଏନେଇ ଚାନ୍ଦନୀ କହିଛନ୍ତି, ମୁଁ ଶେଷରେ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହେଲି ଓ ଆମେ ଦୁହେଁ ବିବାହ ବି କଲୁ।  ଦୀର୍ଘ ବର୍ଷ ପରେ ଅଚାନକ ହଠାତ୍‌  ଏହି ଫଟୋ ବିଷୟରେ ମନେ ପଡ଼ିଯିବାରୁ ସୁଦର୍ଶନଙ୍କୁ ଜଣାଇଥିଲି। ସୁଦର୍ଶନ ମଧ୍ୟ ଜଣେ ଭଲ ସ୍ୱାମୀ ଭାବେ ମୋ ଇଚ୍ଛାକୁ ସମ୍ମାନ ଜଣାଇ ସମ୍ପୃକ୍ତ ଫଟୋଗ୍ରାଫରଙ୍କ ସହ ଯୋଗାଯୋଗ କରି ଉକ୍ତ ଫଟୋ ସଂଗ୍ରହ କରିପାରିଥିଲେ।

ଉକ୍ତ ଫଟୋଗ୍ରାଫରଙ୍କୁ ଟ୍ୱିଟ କରି ଅଶେଷ ଧନ୍ୟବାଦ ଜଣାଇଛନ୍ତି ଚାନ୍ଦନୀ। ଫଟୋଗ୍ରାଫର ଜଣଙ୍କ ମଧ୍ୟ ଏହି ଟ୍ୱିଟର ଜବାବ ଦେଇ କହିଛନ୍ତି, ବର୍ଷା ସମୟରେ ଉଠାଇଥିବା ଏକ ଫଟୋ ପଛରେ ଥିବା ଏହି କାହାଣୀ ସଂପର୍କରେ ମୁଁ ୫ ବର୍ଷ ପରେ ଜାଣିବାକୁ ମିଳିଲା।  ଆପଣ ଉଭୟଙ୍କ ଯୋଡ଼ି ବହୁତ ସୁନ୍ଦର ଓ ଆଗାମୀ ଦିନ ପାଇଁ ବହୁତ ଶୁଭକାମନା। ଆପଣଙ୍କ ଜୀବନ ଯାତ୍ରାରେ ଅଂଶୀଦାର ହୋଇପାରିଥିବାରୁ ମୁଁ ବହୁତ ଖୁସି।

Odia Offbeat