ଖୋଲିବ ସିନେମା ହଲ୍!

ନୂଆଦିଲ୍ଲୀ: ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜୁଲାଇ ୩୧ରେ ଦେଶରେ ଅନଲକ୍-୨ ଶେଷ ହେବାକୁ ଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତ୍ୱ ସହ ସିନେମା ହଲ୍ ଖୋଲିବ ବୋଲି ସୂତ୍ରରୁ ଜଣାପଡ଼ିଛି। ମିଳିଥିବା ତଥ୍ୟ ମୁତାବକ, ଅନଲକ୍-୩ରେ ସାମାଜିକ ଦୂରତ୍ୱକୁ ପାଳନ ସହକାରେ ସିନେମା ହଲ୍ ଖୋଲାଯାଉ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗୃହ ମନ୍ତ୍ରାଳୟକୁ ଏକ ଚିଠି ଲେଖିଛି। ଅଗଷ୍ଟ ମାସରୁ ସିନେମା ହଲ ଖୋଲିବା ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି। […]

cinema-hall

cinema-hall

Pragnya Choudhury
  • Published: Sunday, 26 July 2020
  • Updated: 26 July 2020, 01:30 PM IST

Sports

Latest News

ନୂଆଦିଲ୍ଲୀ: ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜୁଲାଇ ୩୧ରେ ଦେଶରେ ଅନଲକ୍-୨ ଶେଷ ହେବାକୁ ଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତ୍ୱ ସହ ସିନେମା ହଲ୍ ଖୋଲିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ତଥ୍ୟ ମୁତାବକ, ଅନଲକ୍-୩ରେ ସାମାଜିକ ଦୂରତ୍ୱକୁ ପାଳନ ସହକାରେ ସିନେମା ହଲ୍ ଖୋଲାଯାଉ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗୃହ ମନ୍ତ୍ରାଳୟକୁ ଏକ ଚିଠି ଲେଖିଛି। ଅଗଷ୍ଟ ମାସରୁ ସିନେମା ହଲ ଖୋଲିବା ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି।

ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ସିନେମା ହଲ୍ ମାଲିକମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହାପରେ ସିନେମା ହଲ୍ ମାଲିକ ୫୦% ଦର୍ଶକଙ୍କୁ ନେଇ ଥିଏଟର ଆରମ୍ଭ କରିବାକୁ ରାଜି ହୋଇଥିଲେ। ତେବେ ପ୍ରଥମେ ୨୫% ସିଟକୁ ନେଇ ସିନେମା ହଲ୍ ଖୋଲାଯାଉ ଏବଂ କୋଭିଡ୍ କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ବୋଲି ମନ୍ତ୍ରାଳୟ ସିନେମା ହଲ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛି।

ପ୍ରକାଶଯୋଗ୍ୟ, ଅନଲକ୍-୩ରେ ସିନେମା ହଲ୍ ସମେତ ଜିମ୍ ମଧ୍ୟ ଖୋଲା ଯାଇପାରେ। ସୂତ୍ର ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ୍ ଏବଂ ମେଟ୍ରୋ ଖୋଲିବା ଉପରେ ବିଚାର କରାଯାଇ ନାହିଁ। ଅନ୍ୟପଟେ ଅନଲକ୍-୩ରେ ରାଜ୍ୟଗୁଡ଼ିକ ପାଇଁ ଅନେକ କିଛି ବ୍ୟବସ୍ଥା କୋହଳ କରାଯାଇପାରେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos