cinema-hall
ନୂଆଦିଲ୍ଲୀ: ଅନଲକ୍-୩ ପାଇଁ ଏସଓପି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜୁଲାଇ ୩୧ରେ ଦେଶରେ ଅନଲକ୍-୨ ଶେଷ ହେବାକୁ ଥିବା ବେଳେ ଅନଲକ୍-୩ରେ ସାମାଜିକ ଦୂରତ୍ୱ ସହ ସିନେମା ହଲ୍ ଖୋଲିବ ବୋଲି ସୂତ୍ରରୁ ଜଣାପଡ଼ିଛି।
ମିଳିଥିବା ତଥ୍ୟ ମୁତାବକ, ଅନଲକ୍-୩ରେ ସାମାଜିକ ଦୂରତ୍ୱକୁ ପାଳନ ସହକାରେ ସିନେମା ହଲ୍ ଖୋଲାଯାଉ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଗୃହ ମନ୍ତ୍ରାଳୟକୁ ଏକ ଚିଠି ଲେଖିଛି। ଅଗଷ୍ଟ ମାସରୁ ସିନେମା ହଲ ଖୋଲିବା ଉପରେ ଚିଠିରେ ଗୁରୁତ୍ୱ ଦିଆଯାଇଛି।
ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ସିନେମା ହଲ୍ ମାଲିକମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ଏହାପରେ ସିନେମା ହଲ୍ ମାଲିକ ୫୦% ଦର୍ଶକଙ୍କୁ ନେଇ ଥିଏଟର ଆରମ୍ଭ କରିବାକୁ ରାଜି ହୋଇଥିଲେ। ତେବେ ପ୍ରଥମେ ୨୫% ସିଟକୁ ନେଇ ସିନେମା ହଲ୍ ଖୋଲାଯାଉ ଏବଂ କୋଭିଡ୍ କଟକଣାଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ ବୋଲି ମନ୍ତ୍ରାଳୟ ସିନେମା ହଲ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛି।
ପ୍ରକାଶଯୋଗ୍ୟ, ଅନଲକ୍-୩ରେ ସିନେମା ହଲ୍ ସମେତ ଜିମ୍ ମଧ୍ୟ ଖୋଲା ଯାଇପାରେ। ସୂତ୍ର ଅନୁଯାୟୀ, ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ୍ ଏବଂ ମେଟ୍ରୋ ଖୋଲିବା ଉପରେ ବିଚାର କରାଯାଇ ନାହିଁ। ଅନ୍ୟପଟେ ଅନଲକ୍-୩ରେ ରାଜ୍ୟଗୁଡ଼ିକ ପାଇଁ ଅନେକ କିଛି ବ୍ୟବସ୍ଥା କୋହଳ କରାଯାଇପାରେ ବୋଲି ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/cinema-hall.jpg)