Advertisment

ବଦଳିଲା ଦିନିକିଆ ରାଙ୍କିଙ୍ଗ୍‌: ଶ୍ରେଷ୍ଠ ତାଲିକାରେ କିଏ ଜାଣନ୍ତୁ

(ଓଡ଼ିଶା ରିପୋର୍ଟର)- ଏସିଆ କପ୍‌ରେ ସଫଳତା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପ୍ରକାଶିତ ଦିନିକିଆ ରାଙ୍କିଙ୍ଗ୍‌ରେ ଭାରତର ଦୁଇ ଓପନ୍‌ର ରୋହିତ ଶର୍ମା ଏବଂ ଶିଖର ଧାୱନ୍‌ଙ୍କ ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ଏହି କ୍ରମରେ ଏସିଆକପ୍‌ ବିଜେତା ଟିମ୍‌ର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ତାଲିକାର ଶୀର୍ଷରେ ଥିବା ପୂର୍ଣ୍ଣକାଳୀନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ସ୍ଥାନ ସୁରକ୍ଷିତ ରହିଛି। ଏଥର ଶ୍ରେଷ୍ଠ ୫ରେ ୩ ଜଣ […]

author-image
Sampad Mahapatra
ଅଦ୍ୟତନ ହୋଇଛି
ବଦଳିଲା ଦିନିକିଆ ରାଙ୍କିଙ୍ଗ୍‌: ଶ୍ରେଷ୍ଠ ତାଲିକାରେ କିଏ ଜାଣନ୍ତୁ

asia_cup_victory final

(ଓଡ଼ିଶା ରିପୋର୍ଟର)- ଏସିଆ କପ୍‌ରେ ସଫଳତା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପ୍ରକାଶିତ ଦିନିକିଆ ରାଙ୍କିଙ୍ଗ୍‌ରେ ଭାରତର ଦୁଇ ଓପନ୍‌ର ରୋହିତ ଶର୍ମା ଏବଂ ଶିଖର ଧାୱନ୍‌ଙ୍କ ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ଏହି କ୍ରମରେ ଏସିଆକପ୍‌ ବିଜେତା ଟିମ୍‌ର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ତାଲିକାର ଶୀର୍ଷରେ ଥିବା ପୂର୍ଣ୍ଣକାଳୀନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ସ୍ଥାନ ସୁରକ୍ଷିତ ରହିଛି।

Advertisment

ଏଥର ଶ୍ରେଷ୍ଠ ୫ରେ ୩ ଜଣ ଭାରତୀୟ ‍ଥିବାବେଳେ ରୋହିତଙ୍କ ପାଇଁ ଦ୍ୱିତୀୟ ସ୍ଥାନକୁ ଉଠିବା ଏହା ଦ୍ୱିତୀୟ ଥର। ଚଳିତ ବର୍ଷ ଜୁଲାଇରେ ହିଁ ତାଙ୍କୁ ଏହି ସଫଳତା ମିଳିଥିଲା। ଏସିଆ କପ୍‌ରେ ୩୧୭ ରନ୍‌ କରି ଆକର୍ଷଣୀୟ ପ୍ରଦର୍ଶନ କରିବା ସହିତ ପୁଣି ନିଜ ସ୍ଥାନ ଦଖଲ କରିପାରିଛନ୍ତି ରୋହିତ।

ଅନ୍ୟପକ୍ଷରେ ତାଙ୍କ ଓପନିଂ ସାଥୀ ଧାୱନ୍ ତାଲିକାର ୫ମ ସ୍ଥାନକୁ ଉଠିଛନ୍ତି। ଏସିଆ କପ୍‌ର ଦମ୍‌ଦାର ୫ଟି ଇନିଂସ୍‌ ତାଙ୍କ ପାଇଁ ସିଡ଼ି ପରି କାମ କରିଛି।

Advertisment

ସେହିଭଳି ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଦିନିକିଆ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏସିଆ କପ୍‌ରେ ୬ଟି ଇନିଂସ୍‌ରୁ ୧୦ ଟି ୱିକେଟ୍‌ ନେଇଥିବା କୁଲ୍‌ଦୀପ୍‌ ଯାଦବଙ୍କୁ ତୃତୀୟ ସ୍ଥାନ ମିଳିଛି। କିନ୍ତୁ ଦିନିକିଆ ଦଳ ହିସାବରେ ଭାରତକୁ ଇଂଲଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି