Advertisment

ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ, ଭୋଟିଂରୁ ଦୂରେଇ ରହିଲା ଟିଏମ୍‌ସି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ଆଜି ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ । ଏହାପରେ ଗଣତି କରାଯିବ ଓ ଆଜି ହିଁ ଫଳାଫଳ ଘୋଷିତ ହେବ । ଏଥିସହ ଆଜି ଦେଶକୁ ମିଳିବ ଷୋଡଶ ରାଷ୍ଟ୍ରପତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ । ଉଭୟ […]

author-image
Niharika Rout
ଅଦ୍ୟତନ ହୋଇଛି
ଆରମ୍ଭ ହେଲା ଉପରାଷ୍ଟ୍ରପତି ନିର୍ବାଚନ, ଭୋଟିଂରୁ ଦୂରେଇ ରହିଲା ଟିଏମ୍‌ସି

pm

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ଆଜି ସକାଳ ୧୦ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ଯାଏ ଭୋଟ୍‌ ଗ୍ରହଣ ଚାଲିବ । ଏହାପରେ ଗଣତି କରାଯିବ ଓ ଆଜି ହିଁ ଫଳାଫଳ ଘୋଷିତ ହେବ । ଏଥିସହ ଆଜି ଦେଶକୁ ମିଳିବ ଷୋଡଶ ରାଷ୍ଟ୍ରପତି ।

Advertisment

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେପି ନେତୃତ୍ୱାଧିନ ଏନଡିଏ ଜଗଦୀପ ଧନଖଡ଼ଙ୍କୁ ପ୍ରାର୍ଥୀ କରିଥିବା ବେଳେ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ୟୁପିଏ । ଉଭୟ ଉପରାଷ୍ଟ୍ରପତି ପ୍ରାର୍ଥୀ ବୃତ୍ତିରେ ଓକିଲ ହୋଇଥିବା ବେଳେ ପୂର୍ବରୁ ଉଭୟ କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

ସଂସଦର ଉଭୟ ଗୃହର ନିର୍ବାଚିତ ଓ ମନୋନୀତ ସଦସ୍ୟଙ୍କୁ ମିଶାଇ ମୋଟ ୭୮୮ ଜଣ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହା, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ସଂସଦ ଭବନରେ ପହଞ୍ଚି ଭୋଟ ଦେଇଛନ୍ତି  । ଏଥିସହ ବିଭିନ୍ନ ଦଳର ସାଂସଦମାନେ ବି ଆସି ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ।

Advertisment

ଜଗଦୀପ ଧନକରଙ୍କ ପ୍ରତି ଅଧିକ ଦଳର ସମର୍ଥନ ଥିଲେ ବି ନିର୍ବାଚନ କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ହେବା ଆଶା କରାଯାଉଛି ।  ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧୦ ତାରିଖରେ ଶେଷ ହେବାକୁ ଯାଉଛି ।

[caption id="attachment_755201" align="aligncenter" width="650"]tmc ତୃଣମୂଳ କଂଗ୍ରେସ ପକ୍ଷରୁ ଲେଖା ଯାଇଥିବା ଚିଠି ।[/caption]

ଚଳିତ ଉପରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ଦୂରେଇ ରଖିଛି ଟିଏମ୍‌ସି। ତୃଣମୂଳ କଂଗ୍ରେସର ସଂସଦୀୟ ଦଳ ନେତା ସୁଦୀପ ବନ୍ଦୋପାଧ୍ୟୟ ଏ ନେଇ ଏକ ପତ୍ର ଲେଖି ସଂସଦ ଶିଶିର ଅଧିକାରୀଙ୍କୁ ଅବଗତ କରିଛନ୍ତି। ଶିଶିର ଅଧିକାରୀ ଟିଏମ୍‌ସି ଟିକେଟରେ ସାଂସଦ ନିର୍ବାଚିତ ହୋଇଥିବା ବେଳେ ୨୦୨୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଶିଶିର ଅଧିକାରୀ ଭାଜପାରେ ସାମିଲ ହୋଇ ସାରିଥିଲେ ବି ସେ ଟିଏମ୍‌ସି ଟିକେଟରୁ ନିର୍ବାଚିତ ହୋଇଥିବାରୁ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବାକୁ ତାଙ୍କୁ  ନିକଟକୁ ଚିଠି ଲେଖାଯାଇଛି।