/odisha-reporter/media/post_attachments/uploads/2015/11/prime-minister.jpg)
prime minister
ପ୍ୟାରିସ: ଆତଙ୍କବାଦୀ ସଂଗଠନ ଆଇଏସ୍ ବିରୋଧରେ ସିରିଆରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଫ୍ରାନ୍ସ। ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାନୁଏଲ୍ ୱାଲସ୍ ଏହା କହିଛନ୍ତି। ଏହାସହ ଫ୍ରାନ୍ସରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ଅବଧି ବଢ଼ାଇବା ପାଇଁ ମଧ୍ୟ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି। ବେଲଜିୟମ୍ ପୋଲିସ ଗତକାଲି ବ୍ରୁସେଲରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବୋଲି ସେ କହିଛନ୍ତି।
Advertisment
ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଏଫିଲ ଟାୱାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆ ଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଶସ୍ତ୍ର ସୁରକ୍ଷା କର୍ମୀମାନେ ଟାୱାରକୁ ଘେରି ରହିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ପ୍ୟାରିସର ୬ଟି ସ୍ଥାନରେ ହୋଇଥିବା ଆକଙ୍କବାଦୀ ଆକ୍ରମଣରେ ୧୨୭ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
