Advertisment

ଆଇଏସ୍ ବିରୋଧରେ ସିରିଆରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ଫ୍ରାନ୍ସ

ପ୍ୟାରିସ: ଆତଙ୍କବାଦୀ ସଂଗଠନ ଆଇଏସ୍ ବିରୋଧରେ ସିରିଆରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଫ୍ରାନ୍ସ। ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାନୁଏଲ୍ ୱାଲସ୍ ଏହା କହିଛନ୍ତି। ଏହାସହ ଫ୍ରାନ୍ସରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ଅବଧି ବଢ଼ାଇବା ପାଇଁ ମଧ୍ୟ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି। ବେଲଜିୟମ୍ ପୋଲିସ ଗତକାଲି ବ୍ରୁସେଲରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବୋଲି ସେ କହିଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ […]

ଅଦ୍ୟତନ ହୋଇଛି
ଆଇଏସ୍ ବିରୋଧରେ ସିରିଆରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ: ଫ୍ରାନ୍ସ

prime minister

Advertisment

ପ୍ୟାରିସ: ଆତଙ୍କବାଦୀ ସଂଗଠନ ଆଇଏସ୍ ବିରୋଧରେ ସିରିଆରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ଫ୍ରାନ୍ସ। ପ୍ୟାରିସରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମାନୁଏଲ୍ ୱାଲସ୍ ଏହା କହିଛନ୍ତି। ଏହାସହ ଫ୍ରାନ୍ସରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିର ଅବଧି ବଢ଼ାଇବା ପାଇଁ ମଧ୍ୟ ସରକାର ଯୋଜନା କରୁଥିବା ସେ ସୂଚନା ଦେଇଛନ୍ତି। ବେଲଜିୟମ୍ ପୋଲିସ ଗତକାଲି ବ୍ରୁସେଲରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ସନ୍ଦିଗ୍ଧଙ୍କୁ ଗିରଫ କରିଛି ବୋଲି ସେ କହିଛନ୍ତି।

Advertisment

ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଏଫିଲ ଟାୱାରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆ ଯିବା ସହ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି। ସଶସ୍ତ୍ର ସୁରକ୍ଷା କର୍ମୀମାନେ ଟାୱାରକୁ ଘେରି ରହିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିରେ ପ୍ୟାରିସର ୬ଟି ସ୍ଥାନରେ ହୋଇଥିବା ଆକଙ୍କବାଦୀ ଆକ୍ରମଣରେ ୧୨୭ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe