Advertisment

ଇମ୍ରାନ୍ କହିଲେ ଲାଡେନ ଶହୀଦ

ଇସଲାମାବାଦ: ଆତଙ୍କବାଦୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କ କ୍ଷୀର ନୀର ଭଳି। କୁଖ୍ୟାତ ଆତଙ୍କବାଦୀ ଲାଡେନକୁ ପାକିସ୍ତାନ ସରକାର ଶହୀଦ ବୋଲି ଘୋଷଣା କରିବା ପରେ ପାକିସ୍ତାନର ଅସଲ ମୁଖା ପୁଣିଥରେ ଏହା ପ୍ରମାଣ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ନ୍ୟାଶନାଲ ଆସେମ୍ୱଲିରେ ବିଶ୍ୱ ପାଇଁ ଦିନେ ସବୁଠୁ ବଡ଼ ବିପଦ ଥିବା ଅଲ କାଏଦାର ପ୍ରତିଷ୍ଠାତା ଓସାନା ବିନ୍ ଲାଡେନକୁ ଶହୀଦ ବୋଲି ଘୋଷଣା କରିଛନ୍ତି। ଏହି ଅବସରେ ଇମ୍ରାନ୍ କହିଛନ୍ତି, […]

ଅଦ୍ୟତନ ହୋଇଛି
ଇମ୍ରାନ୍ କହିଲେ ଲାଡେନ ଶହୀଦ

Imran-Khan-Osama-Bin-Laden

Advertisment

ଇସଲାମାବାଦ: ଆତଙ୍କବାଦୀ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କ କ୍ଷୀର ନୀର ଭଳି। କୁଖ୍ୟାତ ଆତଙ୍କବାଦୀ ଲାଡେନକୁ ପାକିସ୍ତାନ ସରକାର ଶହୀଦ ବୋଲି ଘୋଷଣା କରିବା ପରେ ପାକିସ୍ତାନର ଅସଲ ମୁଖା ପୁଣିଥରେ ଏହା ପ୍ରମାଣ କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆଜି ନ୍ୟାଶନାଲ ଆସେମ୍ୱଲିରେ ବିଶ୍ୱ ପାଇଁ ଦିନେ ସବୁଠୁ ବଡ଼ ବିପଦ ଥିବା ଅଲ କାଏଦାର ପ୍ରତିଷ୍ଠାତା ଓସାନା ବିନ୍ ଲାଡେନକୁ ଶହୀଦ ବୋଲି ଘୋଷଣା କରିଛନ୍ତି। ଏହି ଅବସରେ ଇମ୍ରାନ୍ କହିଛନ୍ତି, ଆମେରିକା ପାକିସ୍ତାନ ଭିତରେ ପ୍ରବେଶ କରି ଓସାମା ବିନ୍ ଲାଡେନକୁ ଶହୀଦ ଘୋଷଣା କରିଛି। ତେବେ ପାକିସ୍ତାନ ଆତଙ୍କବାଦୀ ସହିତ 10 ବର୍ଷ ହେବ ଲଢ଼ୁଛି ବୋଲି ଇମ୍ରାନ୍ କହିଛନ୍ତି। ଇମ୍ରାନ୍ ଖାନଙ୍କ ଏହି ମନ୍ତବ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

https://twitter.com/ANI/status/1276145315645550592

ଏହି ଭିଡିଓରେ ଇମ୍ରାନ୍ କହିଛନ୍ତି, ଆମେରିକା ଆମ ଦେଶରେ ପ୍ରବେଶ କରି ଲାଡେନକୁ ଶହୀଦ କଲୋ ଏହାପରେ ବି ସାରା ଦୁନିଆରେ ପାକିସ୍ତାନକୁ ଗାଳି ଦେଉଛନ୍ତି। ସେହପରି ପରୋକ୍ଷରେ ଭାରତକୁ ଲକ୍ଷ୍ୟ କରି ସେ କହିଛନ୍ତି, ସହଯୋଗୀ ଦେଶ ଆମ ଦେଶରେ ଆସି ଲୋକଙ୍କୁ ମାରୁଛି, ହେଲେ ଆମକୁ ଜଣା ନାହିଁ। ବିଦେଶରେ ରହୁଥିବା ପାକିସ୍ତାନ ନାଗରିକ ମଧ୍ୟ ଏହାର ପରିଣାମ ଭୋଗୁଛନ୍ତି। ପାକିସ୍ତାନରେ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରାଯାଉଛି। ଏଭଳି ସ୍ଥିତି ପାଇଁ ପୂର୍ବ ସରକାର ଦାୟୀ ବୋଲି ଇମ୍ରାନ୍ କହିଛନ୍ତି।

ସୂଚନାଯୋଗ୍ୟ, ବୁଧବାର ଫାଇନାନସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଝଟକା ଦେଇଛି। ଏଫଏଟିଏଫ୍ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଛି। ଆମେରିକା ମଧ୍ୟ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଜୈଶ-ଏ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କବାଦୀ ସଂଗଠନ ପାକିସ୍ତାନ ପାଇଁ ଭୂସ୍ୱର୍ଗ ପାଲଟିଛି ବୋଲି ଆମେରିକା କହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe