Advertisment

କ୍ରିକେଟର୍‌ରୁ ପ୍ରଧାନମନ୍ତ୍ରୀ: ଶପଥ ନେଲେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମ୍‌ବାଦ୍‌: କ୍ରିକେଟର୍‌ରୁ ରାଜନେତା ପାଲଟି ଥିବା ଇମ୍ରାନ୍ ଖାନ୍‌ ହୋଇଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ। ଆଜି ସେ ଦେଶର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଇସ୍‌ଲାମ୍‌ବାଦ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍ ହୁସେନ୍‌ ତାଙ୍କୁ ଶପଥପାଠ କରାଇଥିଲେ। ୧୯୯୬ ମସିହାରେ ‘ତେହେରିକ୍-ଏ-ଇନ୍‌ସାଫ୍‌’ ଦଳ ଗଠନ କରି ରାଜନୀତିରେ ପାଦ ଥାପି ଥିବା ଇମ୍ରାନ୍‌ ୨୨ ବର୍ଷ ଧରି ସଂଘର୍ଷ କରିବା ପରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ୧୯୯୨ ମସିହାରେ ସେ ପାକିସ୍ତାନ ପାଇଁ […]

ଅଦ୍ୟତନ ହୋଇଛି
କ୍ରିକେଟର୍‌ରୁ ପ୍ରଧାନମନ୍ତ୍ରୀ: ଶପଥ ନେଲେ ଇମ୍ରାନ୍‌ ଖାନ୍‌

Imran

Advertisment

ଇସ୍‌ଲାମ୍‌ବାଦ୍‌: କ୍ରିକେଟର୍‌ରୁ ରାଜନେତା ପାଲଟି ଥିବା ଇମ୍ରାନ୍ ଖାନ୍‌ ହୋଇଛନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ। ଆଜି ସେ ଦେଶର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ଇସ୍‌ଲାମ୍‌ବାଦ୍‌ରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ମାମୁନ୍ ହୁସେନ୍‌ ତାଙ୍କୁ ଶପଥପାଠ କରାଇଥିଲେ।

୧୯୯୬ ମସିହାରେ ‘ତେହେରିକ୍-ଏ-ଇନ୍‌ସାଫ୍‌’ ଦଳ ଗଠନ କରି ରାଜନୀତିରେ ପାଦ ଥାପି ଥିବା ଇମ୍ରାନ୍‌ ୨୨ ବର୍ଷ ଧରି ସଂଘର୍ଷ କରିବା ପରେ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି।

Advertisment

୧୯୯୨ ମସିହାରେ ସେ ପାକିସ୍ତାନ ପାଇଁ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲେ। ସେତେବେଳେ ସେ ପାକିସ୍ତାନ ଟିମ୍‌ର ଅଧିନାୟକ ଥିଲେ।

[caption id="attachment_265025" align="alignnone" width="650"]imran1ଇମ୍ରାନ୍ ଖାନ୍ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଉଛନ୍ତି[/caption]

ଜୁଲାଇ ୨୫ରେ ପାକିସ୍ତାନ ସାଧାରଣ ନିର୍ବାଚନରେ ଇମ୍ରାନ୍‌ଙ୍କ ତେହେରିକ୍-ଏ-ଇନ୍‌ସାଫ୍‌ ସର୍ବବୃହତ ଦଳ ହୋଇଥିଲା। ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ଇମ୍ରାନ୍‌ ସଂଗ୍ରହ କରିପାରି ନଥିଲେ। ଫଳରେ ସେ ସରକାର ଗଠନ କରିପାରିବେ କି ନାହିଁ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।

ଗତକାଲି ପାକିସ୍ତାନ ନ୍ୟାଶନାଲ୍‌ ଆସେମ୍ବ୍ଲିରେ ଇମ୍ରାନ୍‌ ଖାନ୍‌ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ। ଇମ୍ରାନ୍‌ଙ୍କ ଦଳକୁ ୧୭୬ ସାଂସଦଙ୍କ ସମର୍ଥନ ମିଳିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍‌ଙ୍କ ମୁସଲିମ୍‌-ଇ-ଲିଗ୍‌-ଏନ୍‌(ପିଏମ୍‌ଏଲ୍‌ଏନ୍‌)କୁ ମାତ୍ର ୯୬ଟି ଭୋଟ୍‌ ମିଳିଥିଲା।

ଇମ୍ରାନ୍‌ଙ୍କ ଶପଥଗ୍ରହଣ ଉତ୍ସବରେ ଭାରତର ପୂର୍ବତନ କ୍ରିକେଟର୍ ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂହ ସିଦ୍ଧୁ ସାମିଲ ହୋଇଥିଲେ। ସିଦ୍ଧୁ ଗତକାଲି ପାକିସ୍ତାନ ଗସ୍ତ କରିଥିଲେ। କପିଲ ଦେବ ଓ ସୁନୀଲ ଗାଭାସ୍କରଙ୍କୁ ବି ଇମ୍ରାନ୍‌ଙ୍କ ଦଳ ନିମନ୍ତ୍ରଣ କରିଥିଲା। କିନ୍ତୁ ଏହି ଦୁଇ କ୍ରିକେଟର୍ ସେଠାକୁ ଯାଇ ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe