Advertisment

ଏଠାରେ ବାଲକୋନିରେ ଖାଦ୍ୟ ଟାଙ୍ଗୁଛନ୍ତି ଲୋକେ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱ ଲକଡାଉନ୍ ସ୍ଥିତିରେ ଅଛି | ହେଲେ ଏହି ଲକଡାଉନ୍ ଗରିବ ଲୋକଙ୍କ ପାଇଁ ସତେ ଯେମିତି ଦୁଃଖ ନେଇ ଆସିଛି। ଏମାନେ  ଏଭଳି ସ୍ଥିତିରେ ଭୋକ ଉପାସରେ ଦିନ କାଟୁଛନ୍ତି। ତେବେ ଏଭଳି ଗରିବ ଲୋକଙ୍କ ପାଇଁ ଭାରତ ସରକାର ଅନେକ ଅଭିଯାନ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏମାନଙ୍କୁ ସହାୟତା ମିଳିପାରୁଛି। ସେହିପରି ଇଟାଲୀରେ ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ସହ ସ୍ଥାନୀୟ ଲୋକ […]

author-image
Biswobandita Swain
ଏଠାରେ ବାଲକୋନିରେ ଖାଦ୍ୟ ଟାଙ୍ଗୁଛନ୍ତି ଲୋକେ

itally lockdown

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ଯୋଗୁ ପ୍ରାୟ ସାରା ବିଶ୍ୱ ଲକଡାଉନ୍ ସ୍ଥିତିରେ ଅଛି | ହେଲେ ଏହି ଲକଡାଉନ୍ ଗରିବ ଲୋକଙ୍କ ପାଇଁ ସତେ ଯେମିତି ଦୁଃଖ ନେଇ ଆସିଛି। ଏମାନେ  ଏଭଳି ସ୍ଥିତିରେ ଭୋକ ଉପାସରେ ଦିନ କାଟୁଛନ୍ତି।
Advertisment
ତେବେ ଏଭଳି ଗରିବ ଲୋକଙ୍କ ପାଇଁ ଭାରତ ସରକାର ଅନେକ ଅଭିଯାନ ଆରମ୍ଭ କରିଛନ୍ତି, ଯାହା ମାଧ୍ୟମରେ ଏମାନଙ୍କୁ ସହାୟତା ମିଳିପାରୁଛି। ସେହିପରି ଇଟାଲୀରେ ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।ତେବେ ଏକ ନିଆରା ଉପାୟରେ ସେଠାକାର ଲୋକମାନେ ଗରିବମାନଙ୍କୁ ସାହାଯ୍ୟ କରୁଛନ୍ତି|
ଇଟାଲୀର ନେପଲସ ଅଞ୍ଚଳର ସ୍ଥାନୀୟ ଲୋକମାନେ ଘରର ବାଲକୋନିରୁ ଖାଦ୍ୟକୁ ଟୋକେଇରେ ଟାଙ୍ଗି ଗରିବ ଲୋକଙ୍କ ପାଇଁ ତଳକୁ ଛାଡ଼ୁଛନ୍ତି। ପାସ୍ତା, ଟମାଟୋ, ଲେମ୍ବୁ, ରୁଟି ଆଦି ଖାଦ୍ୟପଦାର୍ଥ ଟୋକେଇରେ ଟାଙ୍ଗି ଭିକାରୀମାନଙ୍କ ପାଇଁ ରଖାଯାଉଛି। ଆଞ୍ଜେଲୋ ପିକୋନିକ୍ ନାମକ ଜଣେ ବ୍ୟକ୍ତି  ଗରିବ ଲୋକଙ୍କୁ ଏହି ଉପାୟରେ ସାହାଯ୍ୟ କରିବା ପ୍ରଥମେ ଆରମ୍ଭ କରିଥିଲେ।
Advertisment
ତାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ଜଣେ ବାସଗୃହବିହୀନ ଲୋକଙ୍କ ସହ ରାତ୍ରିଭୋଜନ କରିଥିଲେ, ସେ ତାଙ୍କୁ  ଖାଇଛ କି ନାହିଁ  ପଚାରିଥିଲେ। ଆଉ ଗରିବ ଲୋକ ଜଣକ ନା' ବୋଲି କହିଥିଲେ। ତେବେ କରୋନା ଭୂତାଣୁ ବିଶ୍ୱ ମହାମାରୀ ଯୋଗୁଁ ସାରା ଦେଶରେ ତାଲା ବନ୍ଦ ସ୍ଥିତି। ଏଥିପାଇଁ ସେ ପ୍ରାୟ ସମୟ ଭୋକିଲା ରହୁଛନ୍ତି ବୋଲି ଜଣାଇଥିଲେ। ଏହା ଜାଣିବା ପରେ ଆଞ୍ଜେଲୋ ପିକୋନିକ୍ ଲକଡାଉନ୍ ନିୟମ ଅନୁସରଣ କରି ଘରେ ରହି ଗରିବଙ୍କ ପାଇଁ ଖାଇବା ଯୋଗାଇବାକୁ ସ୍ଥିର କଲେ। ତେବେ ତାଙ୍କ ସହ ତାଙ୍କ ପଡ଼ୋଶୀମାନେ ମଧ୍ୟ ଏହି ପୁଣ୍ୟ କାମ କରୁଛନ୍ତି|