ମଧ୍ୟବିତ୍ତଙ୍କୁ ବଜେଟ୍ ଉପହାର

ନୂଆଦିଲ୍ଲୀ (ଓଡ଼ିଶାରିପୋର୍ଟର): ୨୦୧୯-୨୦ ପାଇଁ ବଜେଟ୍‌ରେ ଯାହା ଆଶା କରାଯାଉଥିଲା ତାହା ହେଲା। ଆପଣଙ୍କର ବାର୍ଷିକ ଆୟ ଯଦି ୫ ଲକ୍ଷ ଟଙ୍କା ବା ତା’ଠାରୁ କମ୍ ତେବେ ଆପଣ ଚିନ୍ତାମୁକ୍ତ। ଆଉ ଏଣିକି ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଏଭଳି ଘୋଷଣା ଆଶା କରାଯାଉଥିଲେ ମଧ୍ୟ ସରକାର ଜନସାଧାରଣଙ୍କୁ ନିରାଶ କରିଥିଲେ। […]

income-tax

Jagamohan Maharana
  • Published: Friday, 01 February 2019
  • , Updated: 01 February 2019, 02:47 PM IST

ନୂଆଦିଲ୍ଲୀ (ଓଡ଼ିଶାରିପୋର୍ଟର): ୨୦୧୯-୨୦ ପାଇଁ ବଜେଟ୍‌ରେ ଯାହା ଆଶା କରାଯାଉଥିଲା ତାହା ହେଲା। ଆପଣଙ୍କର ବାର୍ଷିକ ଆୟ ଯଦି ୫ ଲକ୍ଷ ଟଙ୍କା ବା ତା’ଠାରୁ କମ୍ ତେବେ ଆପଣ ଚିନ୍ତାମୁକ୍ତ। ଆଉ ଏଣିକି ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ଅନ୍ତରୀଣ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ୍‌ ଏହି ଘୋଷଣା କରିଛନ୍ତି। ୨୦୧୮-୧୯ ସାଧାରଣ ବଜେଟ୍‌ରେ ଏଭଳି ଘୋଷଣା ଆଶା କରାଯାଉଥିଲେ ମଧ୍ୟ ସରକାର ଜନସାଧାରଣଙ୍କୁ ନିରାଶ କରିଥିଲେ।

ପୂର୍ବ ନିୟମ ଅନୁସାରେ ବର୍ଷକୁ ଯେଉଁମାନେ୨.୫ ଲକ୍ଷ ଟଙ୍କା ଆୟ କରୁଛନ୍ତି ସେମାନଙ୍କୁ ପ୍ରତ୍ୟକ୍ଷ ଟିକସରୁ ବାହାରେ ରଖାଯାଇଛି। ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଆୟବର୍ଗର ବ୍ୟକ୍ତିଙ୍କୁ ୫% ଟିକସ ଦେବାକୁ ପଡ଼ୁଛି। ସେହିପରି ୫ରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୨୦% ଟିକସ ଦେବାକୁ ପଡ଼ୁଛି। ୧୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କୁ ୩୦% ଆୟକର ଦେବାକୁ ପଡ଼ୁଛି।

 

Related story