Advertisment

ବଦଲା ନେଲା ଭାରତ: ପାକିସ୍ତାନ ଉପରେ ଘନଘନ ଗୁଳିମାଡ଼

ପୁଞ୍ଚ: ମୋର୍ଟାର ମାଡ଼ର ଜବାବ ଗୁଳିରେ ଦେଇଛି ଭାରତ। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଥିବାରୁ ଆଜି ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ପାକିସ୍ତାନର ପ୍ରଶାସନିକ ମୁଖ୍ୟାଳୟ ଉପରେ ଆଜି ଭାରତୀୟ ସେନା ଅତର୍କିତ ଗୁଳିମାଡ଼ କରିଛି। ଏଥିରେ ଏକାଧିକ ପାକ୍‌ ପୋଷ୍ଟ ସହ ମୁଖ୍ୟାଳୟଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ଏଥିସହ ଅନେକ ପାକ୍‌ ସେନା ମଧ୍ୟ ନିହତ ହୋଇଥିବା ଖବର […]

ବଦଲା ନେଲା ଭାରତ: ପାକିସ୍ତାନ ଉପରେ ଘନଘନ ଗୁଳିମାଡ଼

ani

Advertisment

ପୁଞ୍ଚ: ମୋର୍ଟାର ମାଡ଼ର ଜବାବ ଗୁଳିରେ ଦେଇଛି ଭାରତ। ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଥିବାରୁ ଆଜି ଭାରତୀୟ ସେନା ପକ୍ଷରୁ ଏହାର ଦୃଢ଼ ଜବାବ ଦିଆଯାଇଛି। ପୁଞ୍ଚ ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ପାକିସ୍ତାନର ପ୍ରଶାସନିକ ମୁଖ୍ୟାଳୟ ଉପରେ ଆଜି ଭାରତୀୟ ସେନା ଅତର୍କିତ ଗୁଳିମାଡ଼ କରିଛି।

Advertisment

ଏଥିରେ ଏକାଧିକ ପାକ୍‌ ପୋଷ୍ଟ ସହ ମୁଖ୍ୟାଳୟଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜଣାପଡ଼ିଛି। ଏଥିସହ ଅନେକ ପାକ୍‌ ସେନା ମଧ୍ୟ ନିହତ ହୋଇଥିବା ଖବର ମିଳିଛି। ତେବେ ଏନେଇ ପାକିସ୍ତାନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ପାକିସ୍ତାନ ସେନା ଅକ୍ଟୋବର ୨୩ରେ ପୁଞ୍ଚ ଓ ଝାଲ୍ଲାସରେ ଯେଉଁ ମୋର୍ଟାର ମାଡ଼ କରିଥିଲା ଏହାର ପ୍ରତିଶୋଧ ସ୍ୱରୂପ ଭାରତ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଥିବା କୁହାଯାଉଛି।

ସ୍ଥାନୀୟ ଗ୍ରାମାବାସୀଙ୍କ କହିବା ଅନୁଯାୟୀ, ସେମାନେ ଗୁଳିମାଡ଼ର ଶବ୍ଦ ଶୁଣିଛନ୍ତି। ସେହିପରି ପାକିସ୍ତାନ ସୀମାରେ ଗୁଳିମାଡ଼ ପରେ ଯେଉଁଭଳି ଧୂଆଁ ବାହାରେ, ଏଥର ମଧ୍ୟ ଗୁଳିମାଡ଼ର ଶବ୍ଦ ପରେ ସେଭଳି ଦୃଶ୍ୟ ସେମାନେ ଦେଖିଛନ୍ତି। ତେବେ ପାକିସ୍ତାନ ବାରମ୍ବାର ଗୁଳି ଓ ମୋର୍ଟାର ମାଡ଼ କରୁଥିଲେ ହେଁ ଭାରତ ଦେଖିରଖି ଏହାର ଜବାବ ଦେଉଛି।

Advertisment

ବିଶେଷ କରି ଏଲ୍‌ଓସି ନିକଟ ପାକିସ୍ତାନ ସୀମାରେ ଥିବା ହଜିରା, ନିକିଆଲ ଓ ସମାନିଠାରେ ହମ୍‌ଲା କଲାବେଳେ ଭାରତ ଅଧିକ ସତର୍କତା ଅବଲମ୍ବନ କରୁଛି। କାରଣ ଏହି ଅଞ୍ଚଳରେ ପାକିସ୍ତାନର ଗାଁଗୁଡ଼ିକ ଥିବାରୁ ସାଧାରଣ ଲୋକଙ୍କ ଯେଉଁଭଳି କ୍ଷତି ନ ହେବ, ସେଥିପ୍ରତି ଭାରତୀୟ ସେନା ଅଧିକ ସଜାଗ ରହୁଛନ୍ତି। ଏଥର ମଧ୍ୟ ଭାରତୀୟ ସେନା ଗ୍ରାମାଞ୍ଚଳକୁ ଛାଡ଼ି ପାକିସ୍ତାନ ପ୍ରଶାସନିକ ମୁଖ୍ୟାଳୟ ଉପରେ ହମ୍‌ଲା କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe