ପାକିସ୍ତାନଠାରୁ ବଦ୍‌ଲା ନେଲା ଭାରତୀୟ ସେନା, ପୁଣି କଲା ସର୍ଜିକାଲ ଷ୍ଟ୍ରାଇକ୍‌

ଶ୍ରୀନଗର: ପୁଣି ପାକିସ୍ତାନ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଛି ଭାରତୀୟ ସେନା। ଏଥିରେ ୧୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବା ବେଳେ ଏକାଧିକ ଆତଙ୍କବାଦୀ ବଙ୍କର୍ ଧ୍ୱଂସ ହୋଇଯାଇଛି। ନିକଟରେ ପାକିସ୍ତାନ ସେନା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂହଙ୍କୁ ଅତି ବର୍ବରୋଚିତ ଢଙ୍ଗରେ ହତ୍ୟା କରିଥିବାରୁ ଭାରତୀୟ ସେନା ପକ୍ଷରୁ ଏହାର ପ୍ରତିଶୋଧ ନେବାକୁ ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା ଜଣାପଡ଼ିଛି। ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ବିଏସ୍‌ଏଫ୍‌ ଓ ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋମାନେ […]

i3

i3

Hemant Lenka
  • Published: Monday, 01 October 2018
  • Updated: 01 October 2018, 02:59 PM IST

Sports

Latest News

ଶ୍ରୀନଗର: ପୁଣି ପାକିସ୍ତାନ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ୍‌ କରିଛି ଭାରତୀୟ ସେନା। ଏଥିରେ ୧୫ ଜଣ ପାକିସ୍ତାନ ସେନା ନିହତ ହୋଇଥିବା ବେଳେ ଏକାଧିକ ଆତଙ୍କବାଦୀ ବଙ୍କର୍ ଧ୍ୱଂସ ହୋଇଯାଇଛି। ନିକଟରେ ପାକିସ୍ତାନ ସେନା ବିଏସ୍‌ଏଫ୍‌ ଯବାନ ନରେନ୍ଦ୍ର ସିଂହଙ୍କୁ ଅତି ବର୍ବରୋଚିତ ଢଙ୍ଗରେ ହତ୍ୟା କରିଥିବାରୁ ଭାରତୀୟ ସେନା ପକ୍ଷରୁ ଏହାର ପ୍ରତିଶୋଧ ନେବାକୁ ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା ଜଣାପଡ଼ିଛି।

ଏହି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ରେ ବିଏସ୍‌ଏଫ୍‌ ଓ ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋମାନେ ସାମିଲ ହୋଇଥିଲେ। ତେବେ ସରକାରଙ୍କ ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନାହିଁ। କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏନେଇ ପରୋକ୍ଷରେ ସୂଚନା ଦେଇଥିବା ବେଳେ ସେନାର ବିଶ୍ୱସ୍ତ ସୁତ୍ରରୁ ଏହି ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଜମ୍ମୁ-କଶ୍ମୀରର ଜମ୍ମୁ ଓ ରଜୌରୀ ଅଞ୍ଚଳର ମଧ୍ୟଭାଗରେ ଥିବା ନିୟନ୍ତ୍ରଣ ରେଖା ନିକଟରେ ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି।

୧୯ ସେପ୍ଟେମ୍ବର ଦିନ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ବର୍ଡର ଆକ୍ସନ୍‌ ଟିମ୍‌ ଭାରତୀୟ ଯବାନ ନରେନ୍ଦ୍ର ସିଂହଙ୍କୁ ଅତ୍ୟନ୍ତ ଅମାନୁଷିକ ଭାବେ ହତ୍ୟା କରିଥିଲେ। ଏହାପରେ ହିଁ ସେନା ଓ ବିଏସ୍‌ଏଫ୍‌କୁ ପାକିସ୍ତାନଠାରୁ ଏହାର ବଦଲା ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ଅନୁସାରେ ଭାରତକୁ ପକ୍ଷରୁ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଥିବା ଜଣାପଡ଼ିଛି।

କେମିତି ହୋଇଥିଲା ଅପରେସନ୍‌

ମିଳିଥିବା ସୂଚନା ଅନୁଯାୟୀ, ରୌଜରୀ ଜିଲ୍ଲାର ସୁନ୍ଦରବେନି ତହସିଲଠାରୁ ୧୫ କିମି ଦୂର ମଲ୍ଲାଠାରେ ଗୁରୁବାର ରାତିରେ ସେନାର ଦୁଇଟି ହେଲିକପ୍ଟରରେ ଯାଇ କମାଣ୍ଡୋମାନେ ଓହ୍ଲାଇଥିଲେ। ଏଠାରୁ ସ୍ୱତନ୍ତ୍ର ରଣନୀତି କରି ଭାରତୀୟ କମାଣ୍ଡୋମାନେ କେରି ବଟ୍ଟଲ ଅଞ୍ଚଳ ଦେଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ।

ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ଭାରତୀୟ ଯବାନମାନେ ଏକାଧିକ ପାକ୍‌ ବଙ୍କର ଓ ୧୫ ଜଣ ପାକ୍‌ ସୈନ୍ୟକୁ ହତ୍ୟା କରି ବେଶ ସୁରକ୍ଷିତ ଭାବେ ଭାରତକୁ ଫେରିଆସିଥିଲେ। ସେନା ପକ୍ଷରୁ କିଛି କୁହାଯାଇ ନଥିଲେ ହେଁ ପାକିସ୍ତାନଠାରୁ ନରେନ୍ଦ୍ର ସିଂହଙ୍କ ହତ୍ୟାର ବଦ୍‌ଲା ନିଆଯାଇଛି ବୋଲି କୁହାଯାଇଛି।

ଭାରତର ଏଭଳି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ମଧ୍ୟ ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସଜବାଜ ଆରମ୍ଭ କରିଦେଇଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ସେନା ସୀମା ନିକଟବର୍ତ୍ତୀ ଗାଁଗୁଡ଼ିକର ଲୋକଙ୍କୁ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି।

ଏଥିସହ ସ୍ଥାନାନ୍ତରିତ ହେଉଥିବା ଲୋକଙ୍କ ପାଇଁ ପାକ୍‌ ସେନା ପକ୍ଷରୁ ସ୍କୁଲ ଓ ମସଜିଦ୍‌ରେ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୀମାରେ ମଧ୍ୟ ପାକିସ୍ତାନ ପକ୍ଷରୁ ଅଧିକ ସେନା ଠୁଳ କରାଯାଉଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story