india-china-stand-off
ନୂଆଦିଲ୍ଲୀ: ପ୍ରାୟ ୨ ମାସ ପରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ। ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖ ସୀମାର ଗତିବିଧିକୁ ନେଇ ଦୀର୍ଘ ଦିନ ହେବ ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆଜି ପୁଣିଥରେ ଉଭୟ ଦେଶ ମଧ୍ୟରେ କମାଣ୍ଡରସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଏହି ବୈଠକରେ ଉଭୟ ଚୀନ-ଭାରତ, ଏଲଏସିରେ ଲାଗି ରହିଥିବା ଉତ୍ତେଜନା ପ୍ରସଙ୍ଗରେ ଚର୍ଚ୍ଚା କରିବେ ବୋଲି ସୂଚନା ମିଳିଛି। ଏହି ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶା କରାଯାଇଛି।
ଚୀନ୍ ସୀମା ରେଖା ସ୍ଥିତ ମୋଲ୍ଡୋରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ମୋଲ୍ଡୋ ଭାରତସ୍ଥିତ ଚୁଶୁଲ ସେକ୍ଟରର ଠିକ୍ ବିପରୀତରେ ଚୀନ ସୀମା ମଧ୍ୟରେ ଅବସ୍ଥିତ। ପ୍ରତିଥର ଭଳି ରବିବାର ମଧ୍ୟ ବୈଦେଶିକ ମନ୍ତ୍ରାଳୟର ଜଣେ ଅଧିକାରୀ ଆଲୋଚନା ବେଳେ ଉପସ୍ଥିତ ରହିବେ । ଏହାପୂର୍ବରୁ ନଭେମ୍ବର ୬ ତାରିଖରେ ଉଭୟ ଦେଶ ମଧ୍ୟରେ ଆଲୋଚନା କରିଥିଲେ । ସୀମା ବିବାଦକୁ ନେଇ ପୂର୍ବରୁ ୮ଥର ହେବ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇସାରିଲାଣି। ତଥାପି ଉତେଜନା ବାବଦରେ କୌଣସି ନିସ୍କର୍ସ ବାହାରି ପାରିନାହିଁ ।
ସୂଚନାଯୋଗ୍ୟ, ଉଭୟ ଦେଶ ମଧ୍ୟରେ ଗତ ୯ ମାସ ଧରି ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ଉଭୟ ଦେଶ ପୂର୍ବ ଲଦାଖ ସୀମାରେ ନିଜ ନିଜର ସେନା ବଢ଼ାଇବା ସହ ଏବଂ ଭାରି ହତିଆର ମୁତୟନ କରିଛନ୍ତି। ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ଆର୍ଟିଲେରୀ ଗନ୍, ଟ୍ୟାଙ୍କ୍ ମୁତୟନ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/india-china-stand-off.jpg)