Advertisment

ବିଦେଶକୁ ଶସ୍ତାରେ ତେଲ ବିକ୍ରି କରୁଛି ଭାରତ, ପେଟ୍ରୋଲ୍‌ ଲିଟର୍ ପିଛା ୩୪ ଓ ଡିଜେଲ୍ ୩୬ ଟଙ୍କା !

ନୂଆଦିଲ୍ଲୀ: ବିଦେଶକୁ ଅତି ଶସ୍ତା ଦରରେ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି କରୁଛି ଭାରତ। ପେଟ୍ରୋଲ୍‌ ଲିଟର୍‌ ପିଛା ୩୪ ଟଙ୍କାରେ ୧୫ଟି ଦେଶକୁ ଭାରତ ରପ୍ତାନୀ କରୁଥିବା ବେଳେ ରିଫାଇନ୍ ଡିଜେଲ୍ ଲିଟର୍‌ ପିଛା ୩୬ ଟଙ୍କାରେ ୨୯ଟି ଦେଶକୁ ରପ୍ତାନୀ କରୁଛି। ଦେଶର ନାଗରିକଙ୍କ ଉପରେ ପେଟ୍ରୋଲ୍‌ ଆମଦାନୀ ଉପରେ ଅଧିକ ଟ୍ୟାକ୍ସ ଲଗାଇ ସରକାର ଅନ୍ୟ ଦେଶକୁ ବହୁତ କମ୍‌ ଦାମରେ ତେଲ ବିକ୍ରି କରୁଛନ୍ତି। ଏକଥା ଆମେ କହୁନୁ। ସୋଶାଲ୍ ମିଡିଆରେ ଏହି ଖବର […]

ଅଦ୍ୟତନ ହୋଇଛି
ବିଦେଶକୁ ଶସ୍ତାରେ ତେଲ ବିକ୍ରି କରୁଛି ଭାରତ, ପେଟ୍ରୋଲ୍‌ ଲିଟର୍ ପିଛା ୩୪ ଓ ଡିଜେଲ୍ ୩୬ ଟଙ୍କା !

photo5

Advertisment

ନୂଆଦିଲ୍ଲୀ: ବିଦେଶକୁ ଅତି ଶସ୍ତା ଦରରେ ପେଟ୍ରୋଲ୍‌ ଓ ଡିଜେଲ୍ ବିକ୍ରି କରୁଛି ଭାରତ। ପେଟ୍ରୋଲ୍‌ ଲିଟର୍‌ ପିଛା ୩୪ ଟଙ୍କାରେ ୧୫ଟି ଦେଶକୁ ଭାରତ ରପ୍ତାନୀ କରୁଥିବା ବେଳେ ରିଫାଇନ୍ ଡିଜେଲ୍ ଲିଟର୍‌ ପିଛା ୩୬ ଟଙ୍କାରେ ୨୯ଟି ଦେଶକୁ ରପ୍ତାନୀ କରୁଛି। ଦେଶର ନାଗରିକଙ୍କ ଉପରେ ପେଟ୍ରୋଲ୍‌ ଆମଦାନୀ ଉପରେ ଅଧିକ ଟ୍ୟାକ୍ସ ଲଗାଇ ସରକାର ଅନ୍ୟ ଦେଶକୁ ବହୁତ କମ୍‌ ଦାମରେ ତେଲ ବିକ୍ରି କରୁଛନ୍ତି।

Advertisment

ଏକଥା ଆମେ କହୁନୁ। ସୋଶାଲ୍ ମିଡିଆରେ ଏହି ଖବର ଭାଇରାଲ୍‌ ହେଉଛି। ପଞ୍ଜାବ୍‌ର ଲୁଧିଆନାରେ ରହୁଥିବା ଆର୍‌ଟିଆଇ କର୍ମୀ ରୋହିତ ସଭରୱାଲ୍‌ଙ୍କୁ ଏ ସମ୍ପର୍କିତ ଆର୍‌ଟିଆଇର ଏକ ରିପୋର୍ଟ ମିଳିବା ପରେ ଏହି ଖବର ଏବେ ଭାଇରାଲ୍‌ ହେଉଛି।

[caption id="attachment_267205" align="aligncenter" width="1025"]publive-image photo credit-aajkikhabar.com[/caption]

Advertisment

ସୋଶାଲ୍‌ ମିଡିଆର ଏହି ଖବର ଆସିବା ପରେ ଏହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି। କଂଗ୍ରେସ ପ୍ରବକ୍ତା ରଣଦୀପ ସିଂହ ସୁର୍ଜେୱାଲା ମଧ୍ୟ ଏହି ଖବରକୁ ନେଇ ଏକ ଟ୍ୱିଟ୍‌ କରିଛନ୍ତି।

ଲୁଧିଆନା ଆର୍‌ଟିଆଇ କର୍ମଚାରୀ ରୋହିତ ସଭରୱାଲ୍‌ଙ୍କ କହିବାନୁସାରେ, ସେ ଭାରତର ପେଟ୍ରୋଲ୍‌ ରପ୍ତାନୀ ନେଇ ଆର୍‌ଟିଆଇ ଆଇନ୍‌ରେ ସରକାର ଅଧୀନରେ ଥିବା ରିଫାଇନାରୀ ଓ ପେଟ୍ରୋକେମିକାଲ୍‌ସ ଲିମିଟେଡ୍‌କୁ ଏକ ରିପୋର୍ଟ ମାଗିଥିଲେ। ଏହି ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଥିଲା ବୋଲି ସେ କହିଛନ୍ତି।

ରୋହିତ ଦେଇଥିବା ଆର୍‌ଟିଆଇ ତଥ୍ୟ ଅନୁସାରେ, ଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଏପ୍ରିଲ୍‌ ୩୦ ତାରିଖ ଭିତରେ ଭାରତ ୫ଟି ଦେଶକୁ ପେଟ୍ରୋଲ୍‌ ଓ ୨୯ଟି ଦେଶକୁ ରିଫାଇନ୍ଡ ପେଟ୍ରୋଲିୟମ୍‌ ଉତ୍ପାଦ ରପ୍ତାନୀ କରିଛି। ଏହି ସମୟରେ ପେଟ୍ରୋଲ୍ ଲିଟର୍ ପିଛା ୩୨ରୁ ୩୪ ଟଙ୍କା ଓ ଡିଜେଲ୍‌ ୩୪ରୁ ୩୬ ଟଙ୍କା ହିସାବରେ ରପ୍ତାନୀ କରାଯାଇଛି।

[caption id="attachment_267209" align="aligncenter" width="865"]publive-image photo credit-aajkikhabar.com[/caption]

ଭାରତ ତୈଳ ରପ୍ତାନୀ କରିଥିବା ଦେଶଗୁଡ଼ିକ ମଧ୍ୟରେ ଇରାକ୍‌, ଆମେରିକା, ଇଂଲଣ୍ଡ୍, ହଂକଂ, ମ୍ୟାଲେସିୟା, ମରିଶସ୍, ସିଙ୍ଗାପୁର ଓ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ଦେଶ ରହିଛି।

ଭାରତ ଏତେ କମ୍‌ଦାମ୍‌ରେ ବିଦେଶକୁ ତେଲ ରପ୍ତାନୀ କରୁଥିବା ବେଳେ ସେହି ସମୟରେ ନିଜ ଦେଶରେ କିନ୍ତୁ ପେଟ୍ରୋଲ୍‌ ଦର ଲିଟର୍ ପିଛା ୬୯.୯୭ରୁ ୭୫.୫୫ ଟଙ୍କା ଓ ଡିଜେଲ୍‌  ଲିଟର୍‌ ପିଛା ୫୯.୭୦ରୁ ୬୭.୩୮ ଟଙ୍କା ରହିଥିଲା। ଅର୍ଥାତ୍‌ ବିଦେଶକୁ ବିକ୍ରି କରୁଥିବା ତୈଳ ଦରଠାରୁ ନିଜ ଦେଶର ନାଗରିକ ଦୁଇଗୁଣ ଅଧିକ ଦାମ୍‌ ଦେଇ ତେଲ କିଣୁଥିଲେ।

ପ୍ରକୃତ କଥା ହେଲା, ଭାରତ ବହୁତ ମାତ୍ରାରେ ଅଶୋଧିତ ତୈଳ ଆମଦାନୀ କରିଥାଏ। ପରେ ଏହାକୁ ରିଫାଇନ୍ କରି ବିଦେଶକୁ ରପ୍ତାନୀ କରିଥାଏ। ଅନ୍ୟ କେତେକ ଦେଶ ମଧ୍ୟ ଏପରି କରିଥାନ୍ତି।

[caption id="attachment_267212" align="alignnone" width="750"]publive-image photo credit - aajkikhabar.com[/caption]

କିନ୍ତୁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ତଥ୍ୟ ସମ୍ପୂର୍ଣ୍ଣ ସତ୍ୟ। କାରଣ ହେଲା, ଘରୋଇ ଉପଭୋକ୍ତାଙ୍କ ପାଇଁ ଓ ବିଦେଶକୁ ରପ୍ତାନୀ କରିବା ପାଇଁ ପେଟ୍ରୋଲିୟମ୍‌ ଉତ୍ପାଦର ମୂଲ୍ୟ ଅଲଗା ଅଲଗା ହୋଇଥାଏ।

ଆସନ୍ତୁ ଜାଣିବା ପେଟ୍ରୋଲିୟମ୍‌ ସାମଗ୍ରୀକୁ ନେଇ ପୂରା ହିସାବ କ’ଣ

୧. ବିଶ୍ୱରେ ରିଫାଇନ୍ଡ ପେଟ୍ରୋଲିୟମ୍ ସାମଗ୍ରୀ ରପ୍ତାନୀ କରୁଥିବା ଦେଶଗୁଡ଼ିକ ମଧ୍ୟରୁ ଭାରତ ଦଶମ ସ୍ଥାନରେ ରହିଛି। ଯୁକ୍ତରାଷ୍ଟ ଆମେରିକା, ବ୍ରିଟେନ୍‌,ଅଷ୍ଟ୍ରେଲିଆ ସହିତ ଇରାକ୍‌ ଓ ସଂଯୁକ୍ତ ଆରବ ଏମିରେଟ୍ସ ଭଳି ତୈଳ ଉତ୍ପାଦନକାରୀ ଦେଶକୁ ରିଫାଇନ୍ଡ ତେଲ ରପ୍ତାନୀ କରିଥାଏ।

୨. ୨୦୧୭ ବର୍ଷରେ ଭାରତ ୨୪.୧ ଅରବ ଡଲାର ମୂଲ୍ୟର ରିଫାଇନ୍ଡ ତେଲ ରପ୍ତାନୀ କରିଥିଲା। ବିଶ୍ୱ ବଜାରରେ ଏହାର ଭାଗ ୩.୯ ପ୍ରତିଶତ ଥିଲା।

୩. ରିଫାଇନ୍ଡ ତେଲ ରପ୍ତାନୀ ମୂଲ୍ୟ ବିଶ୍ୱରେ ରପ୍ତାନୀର ଚାହିଦାକୁ ନେଇ ନିର୍ଦ୍ଧାରଣ କରାଯାଇଥାଏ।

୪. ଭାରତରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଉଥିବା ଟ୍ୟାକ୍ସ କାରଣରୁ ନିଜ ଦେଶ ତୈଳ ଦର ରପ୍ତାନୀ ମୂଲ୍ୟଠାରୁ ଅଧିକ ରହିଥାଏ।

୫. ବିନା ଟ୍ୟାକ୍ସରେ ରିଫାଇନ୍ଡ ପେଟ୍ରୋଲ୍‌ କିମ୍ବା ଡିଜେଲ୍‌ର ଦର ରପ୍ତାନୀ ମୂଲ୍ୟର ପାଖାପାଖି ହୋଇଥାଏ। ଉଦାହରଣ ସ୍ୱରୂପ- ଅଗଷ୍ଟ ୨୦ ତାରିଖ ସୁଦ୍ଧା ଦିଲ୍ଲୀରେ ପେଟ୍ରୋଲ୍‌ ଦର ୭୭.୪୯ ଟଙ୍କା ଥିଲା। ଏଥିରେ ଲିଟର୍ ପିଛା ଏକ୍ସାଇଜ୍‌ ଡ୍ୟୁଟି ୧୯.୪୮ ଟଙ୍କା, ଡିଲର୍‌ କମିଶନ୍ ହାରାହାରି ୩.୬୧ ଟଙ୍କା ପ୍ରତି ଲିଟର୍ ଓ ଭ୍ୟାଟ୍‌(ଡିଲର୍‌ କିମିଶନ ସହିତ) ୧୬.୪୭ ଟଙ୍କା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe