Advertisment

ଦିନକରେ ୩୮୬ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ବଢ଼ିଚାଲିଛି। ଶନିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନା ସଂକ୍ରମିତଙ୍କ ତାଜା ତଥ୍ୟ ଦେଇଛି। ତଦ୍ଦନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୧୧, ୪୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪ ଘଣ୍ଟାରେ ଚିହ୍ନଟ କରାଯାଇଥିବା କରୋନା ସଂକ୍ରମିତଙ୍କ ଏହା ହେଉଛି ସବୁଠାରୁ ବଡ଼ ସଂଖ୍ୟା। ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୩୮୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ କରୋନା […]

ଦିନକରେ ୩୮୬ ଆକ୍ରାନ୍ତଙ୍କ ମୃତ୍ୟୁ

coronavirus india

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ବଢ଼ିଚାଲିଛି। ଶନିବାର ସକାଳ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରୋନା ସଂକ୍ରମିତଙ୍କ ତାଜା ତଥ୍ୟ ଦେଇଛି। ତଦ୍ଦନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୧୧, ୪୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୪ ଘଣ୍ଟାରେ ଚିହ୍ନଟ କରାଯାଇଥିବା କରୋନା ସଂକ୍ରମିତଙ୍କ ଏହା ହେଉଛି ସବୁଠାରୁ ବଡ଼ ସଂଖ୍ୟା।

Advertisment

ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୩୮୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୩୦୮୯୯୩ରେ ପହଞ୍ଚିଛି। ଅନ୍ୟପଟେ ୧୫୪୩୩୦ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି। ମହାମାରୀ ଭୂତାଣୁ କାରଣରୁ ବର୍ତ୍ତମାନ ସୁଦ୍ଧା ୮୮୮୪ ଜଣଙ୍କ ଜୀବନ ଗଲାଣି। ତେବେ ରିକୋଭରି ରେଟ୍ ବା ସୁସ୍ଥ ହାର ୪୯.୯୪ ପ୍ରତିଶତରେ ପହଞ୍ଚିଛି।

ଅନ୍ୟପଟେ କରୋନା ସଂକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଚତୁର୍ଥ ସ୍ଥାନରେ ପହଞ୍ଚିଛି ଭାରତ। ସାରା ଦୁନିଆ ଏହାର ସମାଧାନ ଖୋଜୁଥିବା ବେଳେ ଏଯାବତ କୌଣସି ଟୀକା ବାହାରି ନାହିଁ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତ ସପ୍ତାହ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଦେଶରେ କରୋନା ମହାମାରୀ ସଙ୍କଟ ପ୍ରସଙ୍ଗକୁ ନେଇ ଆଲୋଚନା କରିବେ। ଦେଶରେ ୨ ମାସକୁ ଅଧିକ ସମୟ ଧରି ଲାଗୁ ଥିବା ଲକଡାଉନକୁ ବର୍ତ୍ତମାନ ଢିଲା କରିଦିଆଯାଇଛି। ଏପଟେ ଅନଲକ୍-୧ ଆରମ୍ଭରୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ତେବେ ଆସନ୍ତା ୧୬ ଏବଂ ୧୭ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଆୟୋଜିତ ହେବ ବୋଲି ସୂଚନା ମିଳିଛି। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗଦେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe