Advertisment

ଭାରତ ସହିଷ୍ଣୁତାର ଦେଶ: ତସଲିମା ନସରୀନ

ନୂଆଦିଲ୍ଲୀ: ଭାରତ ଏକ ସହିଷ୍ଣୁତାର ଦେଶ ବୋଲି କହିଛନ୍ତି ବାଂଲାଦେଶର ଲେଖିକା ତସଲିମା ନସରୀନ।  ତେବେ ଏଠାରେ ବହୁତ ଅଳ୍ପ ଅସହିଷ୍ଣୁ ଲୋକ ମଧ୍ୟ ବସବାସ କରନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ। ତସଲିମା କହିଥିଲେ,‘ମୁଁ ଭାବୁଛି ଭାରତ ଏକ ସହିଷ୍ଣୁତାର ଦେଶ। ତେବେ ଏଠାରେ ଅଳ୍ପ କିଛି ଅସହିଷ୍ଣୁ ଲୋକ ମଧ୍ୟ ଅଛନ୍ତି। ପ୍ରତ୍ୟେକ ସମାଜରେ କିଛି ସହିଷ୍ଣୁ ଓ ଆଉ କିଛି ଅସହିଷ୍ଣୁ ଲୋକ ରହନ୍ତି।’ ସେ […]

ଅଦ୍ୟତନ ହୋଇଛି
ଭାରତ ସହିଷ୍ଣୁତାର ଦେଶ: ତସଲିମା ନସରୀନ

taslima-nasarin

Advertisment

ନୂଆଦିଲ୍ଲୀ: ଭାରତ ଏକ ସହିଷ୍ଣୁତାର ଦେଶ ବୋଲି କହିଛନ୍ତି ବାଂଲାଦେଶର ଲେଖିକା ତସଲିମା ନସରୀନ।  ତେବେ ଏଠାରେ ବହୁତ ଅଳ୍ପ ଅସହିଷ୍ଣୁ ଲୋକ ମଧ୍ୟ ବସବାସ କରନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଥିଲେ।

Advertisment

ତସଲିମା କହିଥିଲେ,‘ମୁଁ ଭାବୁଛି ଭାରତ ଏକ ସହିଷ୍ଣୁତାର ଦେଶ। ତେବେ ଏଠାରେ ଅଳ୍ପ କିଛି ଅସହିଷ୍ଣୁ ଲୋକ ମଧ୍ୟ ଅଛନ୍ତି। ପ୍ରତ୍ୟେକ ସମାଜରେ କିଛି ସହିଷ୍ଣୁ ଓ ଆଉ କିଛି ଅସହିଷ୍ଣୁ ଲୋକ ରହନ୍ତି।’

ସେ ଆହୁରି ମଧ୍ୟ କହିଥିଲେ ଭାରତରେ ହିନ୍ଦୁ ମୌଳବାଦୀଙ୍କ ସଂପର୍କରେ ଆମ ଆଲୋଚନା କରୁ। କିନ୍ତୁ ଏବେ ସମୟ ଆସିଛି ମୁସଲିମ୍ ମୌଳବାଦୀଙ୍କ ସଂପର୍କରେ ମଧ୍ୟ ଆଲୋଚନା କରିବାର।

Advertisment

ତସଲିମା ସଂପୂର୍ଣ୍ଣ ବାକ୍ ସ୍ୱାଧୀନତା ଉପରେ ଯୁକ୍ତି ବାଢ଼ିଛନ୍ତି। ସେ କହିଥିଲେ, ସଂପୂର୍ଣ୍ଣ ବାକ୍ ସ୍ୱାଧୀନତା ନିହାତି ଆବଶ୍ୟକ। ଜଣେ ବ୍ୟକ୍ତି ମନ୍ତବ୍ୟରେ ଅନ୍ୟ ଜଣେ ଆଘାତ ପାଇଲେ ମଧ୍ୟ ସଂପୂର୍ଣ୍ଣ ବାକ୍ ସ୍ୱାଧୀନତା ଦିଆଯିବା ଜରୁରୀ। ମୁହଁ ନଖୋଲିଲେ, ସମାଜ ଆଗେଇବ ନାହିଁ। ସମାଜକୁ ଭଲ କରିବା ପାଇଁ ଧାର୍ମିକ ମୌଳବାଦୀଙ୍କ ସମେତ ସମସ୍ତ ପ୍ରକାର ବିଶୃଙ୍ଖଳାକାରୀ ଶକ୍ତିଗୁଡ଼ିକ ସହିତ ଲଢ଼ିବାକୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe